ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍: ଗାଡ଼ି ଅଟକାଇ ଅତର୍କିତ ଭାବେ କଲେ ପଥର ମାଡ଼, ୩ ଡ୍ରାଇଭର ଆହତ

ରେଢ଼ାଖୋଲ: ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍। ଗାଡ଼ି ଅଟକାଇ, ଅତର୍କିତ ଭାବେ ପଥର ମାଡ଼ କରି , ଡ଼୍ରାଇଭର ମାନଙ୍କୁ ଲହୁଲୁହାଣ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ କରିଥିଲେ ଯୋଜନା।  ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ ଥାନା ସୀମା , ସାଧୁ ମୁଣ୍ଡା ନିକଟସ୍ଥ ଘାଟି ରାସ୍ତା ରେ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରି ଚଳନ୍ତା ଟ୍ରକ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଥିଲେ। ଯାହା ଫଳରେ , ୩ ଜଣ ଗାଡ଼ି ଡ୍ରାଇଭର ଗୁରୁତର ଆହତ  ହୋଇ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ପଛପଟୁ ଅନ୍ୟ ଗାଡ଼ି ଗୁଡିକ ଆସୁଥିବା ଦେଖି ମାରଣାସ୍ତ୍ର ରାସ୍ତାରେ ଛାଡି ଡକାୟତି ଦଳ ଫେରାର ହୋଇଯାଇଥିଲେ।

ଏପରି ଘଟଣାକୁ ନେଇ ଗାଡ଼ି ଡ୍ରାଇଭର ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । କୈାଣସି ଗାଡ଼ି ଚାଳକ ଏହି ରାସ୍ତାରେ ଗାଡି ନେଇ ଯାଉନଥିବା ସହ ଦୁର୍ବୃତକୁ ଧରିବା ସହ ସୁରକ୍ଷା ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହଶହ ଗାଡି ଅଟକି ରହିଛି। ଅନ୍ଯପଟେ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ଶେଷ ସୀମାରେ ଘଟଣା ଘଟିଥିବାରୁ ଉଭୟ ପୋଲିସଙ୍କ ଦାୟିତ୍ଵକୁ ନେଇ ସମସ୍ୟା ଉପୁଜିଛି। ଶେଷରେ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚିଥିବାବେଳେ, ରାସ୍ତା ଅବରୋଧକ ଜାରି ରହିଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.