କମ୍ ଟେଷ୍ଟୋଷ୍ଟେରନ୍ ଥିବା ପୁରୁଷଙ୍କ ପାଇଁ ଅଧିକ ଘାତକ ହେଉଛି କରୋନା, ନୂଆ ରିସର୍ଚ୍ଚରେ ହେଲା ଖୁଲାସା

ଦେଶରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଶେଷଜ୍ଞମାନେ ଏବେ ଏକ ଚିନ୍ତାଜନକ ତଥ୍ୟ ଦେଇଛନ୍ତି। ସେମାନଙ୍କ କହିବାନୁସାରେ, କମ୍ ଟେଷ୍ଟୋଷ୍ଟେରନ୍ ଥିବା ପୁରୁଷଙ୍କଠାରେ ଗମ୍ଭୀର କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହି ରିସର୍ଚ୍ଚରେ ଭାରତୀୟ ନାଗରିକ ବି ସାମିଲ ହୋଇଥିଲେ।

ରିପୋର୍ଟ ମୁତାବକ, ରକ୍ତରେ ଟେଷ୍ଟୋଷ୍ଟେରନ୍ ପରିମାଣ କମ୍ ଥିବା ବ୍ୟକ୍ତି ଭେଣ୍ଟିଲେଟରକୁ ଯିବା ତଥା ବିପଦରେ ଥିବା ଜଣାଯାଇଛି। ଏଭଳି ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ବୋଲି ରିସର୍ଚ୍ଚରେ କୁହାଯାଇଛି। ଏଣୁ କରୋନା ସମୟରେ ପୁରୁଷମାନେ ନିଜ ଟେଷ୍ଟୋଷ୍ଟେରନ୍ ପରିମାଣ ବୃଦ୍ଧି କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଯଦି କୌଣସି ବ୍ୟକ୍ତିର ଟେଷ୍ଟୋଷ୍ଟେରନ୍ ହରମୋନ ଉଚ୍ଚ ଅଛି ଓ ମେଡିକାଲ ଯିବା ପରେ ଏହା କମୁଛି, ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଛି। ଅନ୍ୟପଟେ ମହିଳାଙ୍କ ଶରୀରରେ ଯେକୌଣସି ହରମୋନ ବଢ଼ିଲେ କିମ୍ବା କମିଲେ ସଂକ୍ରମଣ ସହ ତାର କିଛି ସମ୍ପର୍କ ନାହିଁ ବୋଲି ରିସର୍ଚ୍ଚରୁ ଜଣାଯାଇଛି। ଏଣୁ କରୋନା ସମୟରେ ପୁରୁଷମାନେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.