ମାତ୍ର ୫,୯୯୯ ଟଙ୍କାରେ ସବୁଠୁ ବଢ଼ିଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କଲା ଜିଓନି, ଜାଣନ୍ତୁ କ’ଣ ରହିଛି ଫିଚର

ପ୍ରାୟ ବର୍ଷେ ପରେ ଭାରତୀୟ ବଜାରକୁ ଫେରିଛି ଜିଓନି। ଏବେ ଜିଓନି Gionee Max ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହି ଫୋନ୍‌ରେ ବହୁ ଅତ୍ୟାଧୁନିକ ଫିଚର ରହିଛି। ସବୁଠୁ ଖାସ୍‌ କଥା ହେଉଛି ଜିଓନିର ଏହି ସ୍ମାର୍ଟଫୋନ୍‌ର ଦାମ୍‌ ରହିଛି ମାତ୍ର ୫୯୯୯ ଟଙ୍କା। ଆସନ୍ତୁ ଜାଣିବା କମ୍‌ ମୂଲ୍ୟରେ ମିଳୁଥିବା ଥିବା ଫୋନ୍‌ରେ ଆଉ କି କି ଫିଚର ରହିଛି…

Gionee Max ରେ ଅକ୍ଟାକୋର ପ୍ରୋସେସର ଓ ଡୁଆଲ ରିଅର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ଏକ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍‌। ଫୋନ୍‌ରେ ୨ ଜିବି ରାମ୍‌ ଓ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଗ୍ରାହକ ଏହାକୁ ବ୍ଲାକ୍‌, ରେଡ୍‌ ଓ ରୟାଲ ବ୍ଲୁ କଲରରେ କିଣିପାରିବେ। ଆଜି ୧୨ଟାରୁ ଗ୍ରାହକ ଏହାକୁ ଫ୍ଲିପ୍‌କାର୍ଟ ଜରିଆରେ କିଣିପାରିବେ।

gionee2

Gionee Max ର ସ୍ପେସିଫିକେସନ୍‌:

ଡିସ୍‌ପ୍ଲେ- ୬.୧ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍‌
ପ୍ରୋସେସର- ୟୁନିସୋକ୍‌ ୯୮୬୩ ଏ
ରାମ- ୨ ଜିବି
ଇଣ୍ଟରନାଲ ଷ୍ଟୋରେଜ୍‌- ୩୨ ଜିବି
ଅପରେଟିଂ ସିଷ୍ଟମ୍‌- ଆଣ୍ଡ୍ରଏଡ୍‌ ୧୦
ଡୁଆଲ ରିଅର କ୍ୟାମେରା ସେଟ୍‌ଅପ୍‌- ୧୩ ମେଗାପିକ୍ସେଲ
ଫ୍ରଣ୍ଟ କ୍ୟାମେରା- ୫ ଏମ୍‌ପି
ବ୍ୟାଟେରୀ-୫୦୦୦ mAh