ଗୁଗଲ ଆଣିଛି ନୂଆ ଅପଡେଟ, ସହଜରେ କରିବେ କପି-ପେଷ୍ଟ , ଅଫିସ ଫାଇଲରେ ଦେବେ ଇନଷ୍ଟାଣ୍ଟ ରିପ୍ଲାଏ
ଜି-ମେଲ ୟୁଜର୍ସଙ୍କ ପାଇଁ ଗୁଗଲ ଆଣିଛି ନୂଆ ଅପଡେଟ। ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ଗୁଗୁଲ ଜାରି କରିଛି ଏହି ନିଷ୍ପତ୍ତି । ଏହାଦ୍ୱାରା ୟୁଜର୍ସମାନଙ୍କୁ କପି-ପେଷ୍ଟ କରିବା ସହ ଅଫିସ ଫାଇଲରେ ଦେବେ ଇନଷ୍ଟାଣ୍ଟ ରିପ୍ଲାଏ । ତେବେ ଏହା କେବଳ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ। ନୂଆ ଅପଡେଟ ଦ୍ୱାରା ଆଣ୍ଡ୍ରଏଡ୍ ୟୁଜର୍ସ ଜି-ମେଲରେ ଇ-ମେଲ ଆଡ୍ରେସକୁ ଅତି ସହଜରେ କପି-ପେଷ୍ଟ କରିପାରିବେ।
ଜି-ମେଲର ଏହି ଫିଚର ସଂପର୍କରେ ଆଣ୍ଡ୍ରଏଡ୍ ପୋଲିସ ସୂଚନା ଦେଇଥିଲେ। ଗୁଗୁଲ ପକ୍ଷରୁ ଏ ସଂପର୍କରେ କୌଣସି ସୂଚନା ମିଳିନାହିଁ। ଏହି ଫିଚରରେ ଜି-ମେଲ ୟୁଜର୍ସ, ଇ-ମେଲ କମ୍ପୋଜ କରିବା ସମୟରେ ଏହି ଆଇଡି ଉପରେ କ୍ଲିକ୍ କରିବେ , ଯାହାକୁ ଆପଣ କପି କରିବାକୁ ଚାହୁଁଛନ୍ତି। ଏହାପରେ କପି ଓ ରିମୁଭ ପାଇଁ ବିକଳ୍ପ ଆସିବ। ପ୍ରଥମେ ଏଥିପାଇଁ ଆପଣଙ୍କୁ ଇ-ମେଲ ଆଡ୍ରେସକୁ ଲଗ-ଇନ କରିବାକୁ ହେବ।
୨୦୨୦ ଡିସେମ୍ବରରେ ଜି-ମେଲରେ ଏକ ନୂଆ ଅପଡେଟ ଅଣାଯାଇଥିଲା। ଏହାଦ୍ୱାରା ମାଇକ୍ରୋସଫ୍ଟ ଅଫିସ ଫାଇଲକୁ ଖୋଲାଯାଇପାରିବ। ଏଡିଟ ସୁବିଧା ମଧ୍ୟ ରହିଛି। ନୂଆ ଅପଡେଟରେ ଅଫିସ ଫାଇଲରେ ରିପ୍ଲାଏ ଅପସନ ବା ବିକଳ୍ପ ବ୍ୟବସ୍ଥା ଉପଲବ୍ଧି ହେବ।
ଗୁଗୁଲ ଗତବର୍ଷ ଅକ୍ଟୋବର ମାସରେ ଜି-ମେଲ ସହ ଅନ୍ୟ ପ୍ରଡକ୍ଟର ଲୋଗୋ ପରିବର୍ତ୍ତନ କରିଥିଲା। ୭ବର୍ଷ ପରେ ଜି-ମେଲ ଲୋଗୋରେ ପରିବର୍ତ୍ତନ ହୋଇଛି। ଏହାର ନୂଆ ଲୋଗୋରେ ‘ଏମ୍’ରେ ୪ଟି ରଙ୍ଗ -ନୀଳ, ସବୁଜ, ନାଲି ଏବଂ ହଳଦିଆ ରଖାଯାଇଛି। ପୂର୍ବରୁ ଏଥିରେ ୨ଟି ରଙ୍ଗ ଥିଲା, ନାଲି ଓ ଧଳା। ତଥ୍ୟ ଅନୁଯାୟୀ, ଏହାପୂର୍ବରୁ ୨୦୧୩ ମସିହାରେ ଗୁଗୁଲ ଜି-ମେଲର ଲୋଗୋରେ ପରିବର୍ତ୍ତନ ଆଣିଥିଲା।