Gmail ଆଣୁଛି ନୂଆ ଫିଚର, ଆପଣ ଛୁଟିରେ ଗଲେ ଆପଣଙ୍କ ସଂପର୍କରେ ଥିବା ୟୁଜର୍ସଙ୍କୁ ମିଳିବ ନୋଟିଫିକେସନ

ଏବେ ଆପଣ ଛୁଟିରେ ରହିଲେ ଆପଣଙ୍କ ସଂପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗୁଗଲ ଦେବ ଛୁଟି ସୂଚନା । ଅର୍ଥାତ୍‌ ଆପଣ ଛୁଟିରେ ରହିଲେ ଆପଣଙ୍କୁ ମେଲ କରୁଥିବା ବ୍ୟକ୍ତି ଜାଣିପାରିବେ ଯେ, ଆପଣ ଛୁଟିରେ ଅଛନ୍ତି। ଯାହା ପୂର୍ବରୁ ଜଣାପଡୁନଥିଲା। ଗୁଗଲ ଗତ କିଛି ମାସ ହେଲାଣି ଜି ମେଲକୁ ନେଇ ଅନେକ ପରିବର୍ତ୍ତନ କରିଛି। କିଛି ଦିନ ପୂର୍ବରୁ ଗୁଗଲ ଜିମେଲରେ ଇ-ମେଲ ସିଡ୍ୟୁଲ କରିବାର ଫିଚର ପ୍ରଦାନ କରିଥିଲା, ଏବେ ଖୁବଶୀଘ୍ର ଗୁଗଲ ଜିମେଲ ପାଇଁ ଏକ ନୂଆ ଏବଂ ବଡ ଆବଶ୍ୟକୀୟ ଫିଚର ଜାରି କରିବାକୁ ଯାଉଛି।

ନୂଆ ଅପଡେଟ୍‌ ପରେ ଯଦି କୌଣସି ଜିମେଲ ବ୍ୟବହାରକାରୀ ଛୁଟିରେ ଥାନ୍ତି ତେବେ ଜିମେଲ କିମ୍ବା ହ୍ୟାଙ୍ଗଆଉଟ ଚାଟ୍‌ ଜରିଆରେ ସଂପର୍କ କରୁଥିବା ଅନ୍ୟ ୟୁଜର୍ସକୁ ନୋଟିଫିକେସ ଜରିଆରେ ସେହି ବ୍ୟକ୍ତି ଛୁଟିରେ ଥିବା ଜଣାପଡିବ। ଗୁଗଲର ଏକ ବୟାନ ମୁତାବକ, ପ୍ରଥମେ ଏହି ଫିଚର ଜି-ସୁଇଟ ଅର୍ଥାତ୍‌ ଗୁଗଲ ଇଣ୍ଟରପ୍ରାଇସ କଷ୍ଟମର୍ସ ପାଇଁ ଜାରି କରିବ। ଏହି ଫିଚରର ଗ୍ଲୋବାଲ ଲଞ୍ଚ ୧୬ ସେପ୍ଟେମ୍ବରରେ ହେବ। ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଛି କି, ଜି-ସୁଇଟ ଫିଚର ସଫଳ ହେବା ପରେ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଏହା ଜାରି କରାଯିବ।

ଏହାସହ ପଢ଼ନ୍ତୁ ; ଫେସବୁକ୍‌ ୟୁଜର୍ସ ହୋଇଯାଆନ୍ତୁ ସାବଧାନ ! ଏବେ ବ୍ୟବହାର କରିବା ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ଅର୍ଥ

1

ନୂଆ ଅପଡେଟ ପରେ ଯଦି ଆପଣ ଛୁଟିରେ ଥାଆନ୍ତି ତେବେ ଆପଣକୁ ଗୁଗଲ କ୍ୟାଲେଣ୍ଡରରେ ‘ଆଉଟ ଅଫ ଅଫିସ୍‌’ (ଓଓଓ)ରେ ଏଣ୍ଟ୍ରି କରିବାକୁ ପଡିବ। ଏହା ପରେ ଆପଣଙ୍କୁ କେହିବି ହ୍ୟାଙ୍ଗଆଉଟ ଜରିଆରେ ସଂପର୍କ କରିବାକୁ ଚେଷ୍ଟା କରିବେ ତାଙ୍କୁ ‘ଓଓଓ’ର ଷ୍ଟାଟସ ଦେଖାଇବ । ସେହିଭଳି ଜିମେଲ ପଠାଇଥିବା ୟୁଜର୍ସକୁ କମ୍ପୋଜ ଓ୍ଵିଣ୍ଡୋରେ ଆଉଟ୍‌ ଅଫ୍‌ ଅଫିସ ବ୍ୟାନର ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.