ଗୁଗଲ ଲଞ୍ଚ କଲା ‘.ing’ ଡୋମେନ୍‌, ଗୋଟିଏ ୱାର୍ଡରେ କ୍ରିଏଟ୍‌ କରିପାରିବେ ନିଜର ୱେବସାଇଟ୍

ଗୁଗଲ ଏକ ନୂଆ ଡୋମେନ୍‌ ଏକ୍ସଟେନ୍ସନ ଟାଇପ୍‌ ‘.ing’ ଲଞ୍ଚ କରିଛି ଯାହା ବ୍ରାଣ୍ଡ ଏବଂ ବ୍ୟବସାୟକୁ ଗୋଟିଏ ୱାର୍ଡରେ ସେମାନଙ୍କର ୱେବସାଇଟ୍ ତିଆରି କରିବାର ସୁଯୋଗ ଦେବ । ଏହାର ଅର୍ଥ ଆପଣ କେବଳ ଗୋଟିଏ ୱାର୍ଡରେ ନିଜର ୱେବସାଇଟ୍ କ୍ରିଏଟ୍‌ କରିପାରିବେ ।

ଗୁଗଲ ନିଜ ୟୁଜରମାନଙ୍କ ପାଇଁ ସବୁବେଳେ କିଛି ନା କିଛି ଫିଚର ରୋଲ ଆଉଟ କରୁଛି । ଏହା ଦ୍ୱାରା ମୋବାଇଲ ୟୁଜରମାନେ ଲାଭ ପାଆନ୍ତି । ତେବେ ନିକଟରେ ଗୁଗଲ ଏକ ନୂଆ ଡୋମେନ୍‌ ଏକ୍ସଟେନ୍ସନ ଟାଇପ୍‌ ‘.ing’ ଲଞ୍ଚ କରିଛି ଯାହା ବ୍ରାଣ୍ଡ ଏବଂ ବ୍ୟବସାୟକୁ ଗୋଟିଏ ୱାର୍ଡରେ ସେମାନଙ୍କର ୱେବସାଇଟ୍ ତିଆରି କରିବାର ସୁଯୋଗ ଦେବ । ଏହାର ଅର୍ଥ ଆପଣ କେବଳ ଗୋଟିଏ ୱାର୍ଡରେ ନିଜର ୱେବସାଇଟ୍ କ୍ରିଏଟ୍‌ କରିପାରିବେ । ଯେପରି Cook .ing   , book .ing  ଭଳି ୱେବସାଇଟ୍ ତିଆରି କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଡୋମେନ୍ ନେମ୍‌ ପାଇଁ ଏକ ଲମ୍ବା ଏବଂ ୟୁନିକ୍‌ ନେମ୍‌ ଆବଶ୍ୟକ ହେଉଥିଲା, ଯାହା ପରେ ଆପଣଙ୍କୁ .com କିମ୍ବା .co ବ୍ୟବହାର କରିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଆପଣ କେବଳ ଗୋଟିଏ ଓ୍ଵାର୍ଡରେ ନିଜ ୱେବସାଇଟର ଆଡ୍ରେସ୍‌ କ୍ରିଏଟ କରିପାରିବେ । କିନ୍ତୁ କମ୍ପାନୀ ବର୍ତ୍ତମାନ ‘.ing’ ପ୍ରୋଗ୍ରାମ ପାଇଁ ଆର୍ଲି ଆକ୍ସେସ୍‌ ଦେବା ଆରମ୍ଭ କରିଛି ଯେଉଁଥିରେ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ ଯାହା ଆଭଲେବିଲିଟି ହିସାବରେ କମ ହେବ ।

ଗୁଗଲ କହିଛି ଯେ ୟୁଜରମାନେ GoDaddy ଏବଂ 101Domain ଭଳି ପାର୍ଟନର କମ୍ପାନୀ ଦ୍ୱାରା ସେମାନଙ୍କର ୟୁନିକ୍‌ ଡୋମେନ୍ ପାଇଁ ରେଜିଷ୍ଟର କରିପାରିବେ । ଏଣ୍ଟ୍ରି କରିବାର ସମୟ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ , ଯେଉଁଥିରେ ପ୍ରତ୍ୟେକ ଦିନର ସିଡ୍ୟୁଲ୍‌ ଅନୁସାରେ ଟଙ୍କା କମ୍‌ ହେବ । ଡିସେମ୍ବର ୫ ପରେ ଏହି ପ୍ରୋଗ୍ରାମ ସମସ୍ତଙ୍କ ପାଇଁ ରୋଲ ଆଉଟ ହେବ ଏବଂ ଯେ କୌଣସି ୟୁଜର ଟଙ୍କା ନଦେଇ ଏଥି ପାଇଁ ରେଜିଷ୍ଟର କରିପାରିବେ ।

ଲୋକପ୍ରିୟ ନାଁ ପାଇଁ ଦେବାକୁ ପଡିବ କୋଟି କୋଟି ଟଙ୍କା:
‘.ing’ ଡୋମେନର କିଛି ଲୋକପ୍ରିୟ ଓ୍ଵାର୍ଡ ବର୍ତ୍ତମାନ ବହୁତ ଅଧିକ ଦାମରେ ମିଳୁଛି । ଯେପରିକି Think .Ing ଏବଂ  buy .ingରେ ରେଜିଷ୍ଟର ପାଇଁ ବର୍ଷକୁ ୩୨,୪୯,୯୯୯ ଟଙ୍କା ଏବଂ ୧,୦୮,୩୩,୩୩୨.୫୦ ଟଙ୍କା ରହିଛି । kin .ing ଭଳି ଅନ୍ୟ ଶବ୍ଦ ପାଇଁ ବର୍ଷକୁ ୧୬,୨୪୯,୧୭ ଟଙ୍କା ଦେବାକୁ ପଡ଼ିଥାଏ ।

କିପରି ପାଇବେ ନିଜ .ing ଡୋମେନ୍ :
ପ୍ରଥମେ GoDaddy କିମ୍ବା  Namecheap  ଭଳି ଡୋମେନ୍ ରେଜିଷ୍ଟ୍ରରକୁ ଯାଆନ୍ତୁ । ବର୍ତ୍ତମାନ ଆପଣ ଚାହୁଁଥିବା .ing ଡୋମେନ୍ ଖୋଜନ୍ତୁ । ଯଦି ଡୋମେନ୍ ଉପଲବ୍ଧ ଅଛି ଆପଣ ଏହାକୁ ଟଙ୍କା ଦେଇ ରେଜିଷ୍ଟର କରିପାରିବେ । ଥରେ ଆପଣ ଡୋମେନ୍ ରେଜିଷ୍ଟର କରିସାରିବା ପରେ, ଆପଣ ଏହାକୁ ବ୍ୟବହାର କରିବା ଆରମ୍ଭ କରିପାରିବେ । ପ୍ରି-ରେଜିଷ୍ଟର ପାଇଁ .ing ଡୋମେନ୍ ବର୍ତ୍ତମାନ ଉପଲବ୍ଧ କିନ୍ତୁ ଏହା ଡିସେମ୍ବର ୫ରୁ ବହୁଳ ଭାବରେ ବ୍ୟବହାର କରାଯାଇ ପାରିବ ଏବଂ ସାମାନ୍ୟ ଶସ୍ତା ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.