ବିନା ଇଣ୍ଟରନେଟରେ ରାସ୍ତା ଦେଖାଇବ ଗୁଗଲ ମ୍ୟାପ୍‌, ଜାଣି ରଖନ୍ତୁ ଏହି ଟ୍ରିକ୍‌

ଆପଣ ହୁଏତ ଜାଣି ନଥିବେ ଯେ ଗୁଗଲ୍ ମ୍ୟାପ୍ସରେ ଏକ ସିକ୍ରେଟ୍‌ ଫିଚର ରହିଛି ଯାହା ସାହାଯ୍ୟରେ ଇଣ୍ଟରନେଟ୍ ବିନା ବି ଆପଣ ମ୍ୟାପ୍ସ ବ୍ୟବହାର କରିପାରିବେ । ଗୁଗଲ୍ ମ୍ୟାପ୍ସରେ ଅଫଲାଇନ୍ ମ୍ୟାପ୍ସ ଫିଚର ମିଳିଥାଏ , ଏହି ଫିଚରର ସବୁଠାରୁ ବିଶେଷ କଥା ହେଉଛି ଏହି ଫିଚର ଇଣ୍ଟରନେଟ୍ ବିନା ମଧ୍ୟ କାମ କରେ । ତେବେ ଆସନ୍ତୁ ଜାଣିବା ଏହି ଫିଚରକୁ କିପରି ବ୍ୟବହାର କରିବେ ।

ଯଦି ଆପଣ ଅଜଣା ରାସ୍ତାରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗଲର ନାଭିଗେସନ୍ ଆପ୍ ଗୁଗଲ୍ ମ୍ୟାପ୍ସର ସାହାଯ୍ୟ ନେଉଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଇଣ୍ଟରନେଟ୍ ବିନା ମ୍ୟାପ୍ସକୁ ବ୍ୟବହାର କରିବା ସମ୍ଭବ ନୁହେଁ । କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ ଗୁଗଲ୍ ମ୍ୟାପ୍ସରେ ଏକ ସିକ୍ରେଟ୍‌ ଫିଚର ରହିଛି ଯାହା ସାହାଯ୍ୟରେ ଇଣ୍ଟରନେଟ୍ ବିନା ବି ଆପଣ ମ୍ୟାପ୍ସ ବ୍ୟବହାର କରିପାରିବେ । ଗୁଗଲ୍ ମ୍ୟାପ୍ସରେ ଅଫଲାଇନ୍ ମ୍ୟାପ୍ସ ଫିଚର ମିଳିଥାଏ , ଏହି ଫିଚରର ସବୁଠାରୁ ବିଶେଷ କଥା ହେଉଛି ଏହି ଫିଚର ଇଣ୍ଟରନେଟ୍ ବିନା ମଧ୍ୟ କାମ କରେ । ତେବେ ଆସନ୍ତୁ ଜାଣିବା ଏହି ଫିଚରକୁ କିପରି ବ୍ୟବହାର କରିବେ ।

କିପରି କରିବେ ଗୁଗଲ ମ୍ୟାପର ଅଫଲାଇନ୍‌ ବ୍ୟବହାର:
. ପ୍ରଥମେ ଫୋନରେ ଗୁଗଲ୍ ମ୍ୟାପ୍ ଆପ୍ ଖୋଲନ୍ତୁ । ଆପ୍ ଖୋଲିବା ପରେ ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ପିକ୍ଚର ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ।

. ପ୍ରୋଫାଇଲ୍ ପିକ୍ଚର ଆଇକନ୍ ଉପରେ ଟ୍ୟାପ୍ କରିବା ପରେ ଅନେକ ଅପ୍ସନ ଖୋଲିବ । ଏଠାରେ ଆପଣ ଅଫଲାଇନ୍ ମ୍ୟାପ୍ସର ଅପ୍ସନ ଦେଖି ପାରିବେ ।

. ଅଫଲାଇନ୍ ମ୍ୟାପ୍ସ ଅପ୍ସନ୍ ଉପରେ ଟ୍ୟାପ୍ କରିବା ପରେ, ଆପଣ Select Your Own Map ସ୍କ୍ରିନରେ ଅପ୍ସନ ପାଇବେ । ଏହି ଅପ୍ସନ ପରେ ଆପଣଙ୍କୁ ନିଜ ଲକ୍ଷ୍ୟ ସ୍ଥଳକୁ ସେହି ବାକ୍ସରେ ରଖିବାକୁ ପଡିବ ଯେଉଁ ସ୍ଥାନର ମ୍ୟାପକୁ ଆପଣ ଅଫଲାଇନରେ ଡାଉନଲୋଡ୍ କରିବାକୁ ଚାହୁଁଥିବେ ।

. ସ୍କ୍ରିନରେ ଆପଣଙ୍କୁ ଡାଉନଲୋଡ୍ ପାଇଁ ଅପ୍ସନ ମିଳିବ । ମ୍ୟାପ୍ସ ଡାଉନଲୋଡ୍ ହେବା ପରେ ଆପଣ ନେଟୱାର୍କରେ ରହିଥାନ୍ତୁ କି ନାହିଁ, ଆପଣ ଇଣ୍ଟରନେଟ୍ ବିନା ମଧ୍ୟ ଏହି ଫିଚର ସାହାଯ୍ୟରେ ଗୁଗଲ୍ ମ୍ୟାପ୍ ବ୍ୟବହାର କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.