ତେଲଙ୍ଗାନା: ପତାକା ଉତ୍ତୋଳନ ବେଳେ ବେହୋସ୍‌ ହେଲେ ପୂର୍ବତନ ଡେପୁଟି ସିଏମ୍‌ ମହମ୍ମୁଦ ଅଲି

ସାରା ଦେଶରେ ଆଜି ପାଳନ ହେଉଛି ସାଧାରଣତନ୍ତ୍ର ଦିବସ । ହେଲେ ତେଲଙ୍ଗାନାରେ ପତାକା ଉତ୍ତୋଳନ ବେଳେ ବିଆର୍‌ଏସ୍‌ ନେତା ତଥା ରାଜ୍ୟର ପୂର୍ବତନ ଡେପୁଟି ସିଏମ୍‌ ମହମ୍ମୁଦ ଅଲି ବେହୋସ୍‌ ହୋଇପଡ଼ିଥିଲେ ।

ସାରା ଦେଶରେ ଆଜି ପାଳନ ହେଉଛି ସାଧାରଣତନ୍ତ୍ର ଦିବସ । ହେଲେ ତେଲଙ୍ଗାନାରେ ପତାକା ଉତ୍ତୋଳନ ବେଳେ ବିଆର୍‌ଏସ୍‌ ନେତା ତଥା ରାଜ୍ୟର ପୂର୍ବତନ ଡେପୁଟି ସିଏମ୍‌ ମହମ୍ମୁଦ ଅଲି ବେହୋସ୍‌ ହୋଇପଡ଼ିଥିଲେ ।

ହାଇଦ୍ରାବାଦର ତେଲଙ୍ଗାନା ଭବନରେ ସାଧାରଣତନ୍ତ୍ର ଦିବସ ସମାରୋହ ଆୟୋଜନ ହୋଇଥିଲା । ଏହି ସମୟରେ ପତାକା ଉତ୍ତୋଳନ ବେଳେ ପୂର୍ବତନ ଡେପୁଟି ସିଏମ୍‌ ମହମ୍ମୁଦ ଅଲି ହଠାତ୍‌ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।

ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି, ତେଲଙ୍ଗାନାର ପୂର୍ବତନ ମନ୍ତ୍ରୀ କେଟି ରାମାରାଓଙ୍କ ସହ ଦଳୀୟ ନେତାମାନେ ମହମ୍ମୁଦ ଅଲିଙ୍କୁ ସମ୍ଭାଳି ଧରିଛନ୍ତି । ଏହି ସମୟରେ କିଛି ନେତା ତାଙ୍କ ହାତ ଘଷୁଥିବାର ମଧ୍ୟ ଦେଖାଯାଉଛନ୍ତି ।

ତେବେ ମହମ୍ମୁଦ ଅଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ଅଛି, ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । କହି ରଖୁଛୁ, ମହମ୍ମୁଦ ଅଲି ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ଜଣେ ବରିଷ୍ଠ ନେତା । ବର୍ତ୍ତମାନ ସେ ରାଜ୍ୟ ବିଧାନ ପରିଷଦର ସଦସ୍ୟ । ବର୍ଷ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସେ ତେଲଙ୍ଗାନାର ଡେପୁଟି ସିଏମ୍‌ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.