ମୋଦିଙ୍କ ସହିତ ସେଲଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି, Xରେ ପୋଷ୍ଟ କଲେ ଫଟୋ
ଫ୍ରାନ୍ସ ରାଷ୍ଟ୍ରପତି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ସେଲଫି ଫଟୋ ପୋଷ୍ଟ କରିଛନ୍ତି । ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି ଏବଂ ଭାରତର ଜନସାଧାରଣକୁ ଗଣତନ୍ତ୍ର ଦିବସରେ ହାର୍ଦ୍ଦିକ ଶୁଭକାମନା । ଏଠାକୁ ଆସି ବହୁତ ଗୌରାବାନ୍ଵିତ ଅନୁଭବ କରୁଛି ।

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଭାରତକୁ ଦୁଇ ଦିବସୀୟ ରାଜକୀୟ ଗସ୍ତରେ ଆସିଛନ୍ତି । ଭାରତର ୭୫ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ସେଲଫି ଫଟୋ ପୋଷ୍ଟ କରିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ଏହି ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛନ୍ତି ।
ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ଏକ୍ସରେ ଫଟୋ ସେୟାର କରି ଲେଖିଛନ୍ତି, ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି ଏବଂ ଭାରତର ଜନସାଧାରଣକୁ ଗଣତନ୍ତ୍ର ଦିବସରେ ହାର୍ଦ୍ଦିକ ଶୁଭକାମନା । ଏଠାକୁ ଆସି ବହୁତ ଗୌରାବାନ୍ଵିତ ଅନୁଭବ କରୁଛି ।
My dear friend @NarendraModi,
Indian people,My warmest wishes on your Republic Day. Happy and proud to be with you.
Let’s celebrate! pic.twitter.com/e5kg1PEc0p
— Emmanuel Macron (@EmmanuelMacron) January 26, 2024
ଗଣତନ୍ତ୍ର ଦିବସ ପରେଡରେ ଫ୍ରାନ୍ସ ରାଷ୍ଟ୍ରପତି ମୋଦିଙ୍କ ସହିତ ଯୋଗ ଦେଇଥିଲେ । ପାଖାପାଖି ଦେଢଘଣ୍ଟା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଫ୍ରାନ୍ସ ରାଷ୍ଟ୍ରପତି ।