ପ୍ରବଳ ତୁଷାରପାତ, ହାତରେ ତ୍ରିରଙ୍ଗା: ITBP ଯବାନ ଜଣାଇଲେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ଭାରତ-ତବ୍ଦତ ସୀମା ପୋଲିସ ‘ଏକ୍ସ’ ଜରିଆରେ ଏକ ଭିଡିଓ ସେୟାର କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭକାମନା ଜଣାଇଛି । ଏହି ଭିଡିଓରେ ITBPର ଯବାନମାନେ ପ୍ରବଳ ତୁଷାରପାତ ମଧ୍ୟରେ ହାତରେ ତ୍ରିରଙ୍ଗା ଧରି ‘ଭାରତ ମାତା କୀ ଜୟ’ର ସ୍ଲୋଗାନ ଦେଉଛନ୍ତି ।

ଦେଶ ଆଜି ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିଛି ମୁଖ୍ୟ କାର୍ଯ୍ୟକ୍ରମ । ଏହା ବ୍ୟତୀତ ଦେଶର ବିଭିନ୍ନ କୋଣ ଅନୁକୋଣରୁ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଫଟୋ ସାମ୍ନାକୁ ଆସିଛି ।

ଭାରତ-ତବ୍ଦତ ସୀମା ପୋଲିସ ‘ଏକ୍ସ’ ଜରିଆରେ ଏକ ଭିଡିଓ ସେୟାର କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭକାମନା ଜଣାଇଛି । ଏହି ଭିଡିଓରେ ITBPର ଯବାନମାନେ ପ୍ରବଳ ତୁଷାରପାତ ମଧ୍ୟରେ ହାତରେ ତ୍ରିରଙ୍ଗା ଧରି ସାଲ୍ୟୁଟ୍‌ ମାରୁଥିବା ନଜର ଆସୁଛନ୍ତି । ଯବାନମାନେ ‘ଭାରତ ମାତା କୀ ଜୟ’ର ସ୍ଲୋଗାନ ଦେଉଛନ୍ତି ।

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ଯବାନମାନେ ସୀମା ଅଞ୍ଚଳରେ ମାର୍ଚ୍ଚ କରିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ‘ଭାରତ ମାତା କୀ ଜୟ’ର ସ୍ଲୋଗାନ ଦେଇଥିଲେ । ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୀମାର ଶିଖର ଉପରେ ମୁତୟନ ଯବାନମାନେ ପ୍ରବଳ ତୁଷାରପାତ ମଧ୍ୟରେ ଦେଶର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.