ଗୁଗଲ ଆଣୁଛି ନୂଆ ଫିଚର, ଆଉ ଦରକାର ପଡିବନି Shareit  ଭଳି ଆପ୍‌

ଭାରତର ସରକାର ନିକଟରେ ଦେଶ ସୁରକ୍ଷାକୁ ଧ୍ୟାନରେ ରଖି ୫୯ଟି ଚୀନ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏଥିରେ ଲୋକପ୍ରିୟ ଆପ୍‌ Shareit  ସାମିଲ ମଧ୍ୟ ରହିଥିଲା। ଏମିତିରେ ଲୋକେ ବଡ ଫାଇଲ ସେୟାର କରିବା ପାଇଁ ଆପ୍‌ ଖୋଜିବାରେ ଲାଗିଛି। ଏହାମଧ୍ୟରେ ଟେକ୍‌ କମ୍ପାନୀ ଗୁଗଲ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଯାହାର ନାମ Nearby Share  ରହିଛି। ଏହି ଫିଚର ଜରିଆରେ ୟୁଜର୍ସ ଅଳ୍ପ କିଛି ମିନିଟରେ ବଡ ଫାଇଲ ଟ୍ରାନ୍ସଫର କରିପାରିବେ। କିନ୍ତୁ କମ୍ପାନୀ ଏପର୍ଯ୍ୟନ୍ତ ଏହି ଫିଚରକୁ ନେଇ କୌଣସି ଅଧିକାରିକ ବିବରଣୀ ଦେଇନାହାନ୍ତି।

ରିପୋର୍ଟ ମୁତାବକ,  Nearby Share ଫିଚର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଜାରି କରାଯିବ। ଏହି ଫିଚର ସହାୟତାରେ ବହୁତ କମ୍‌ ସମୟରେ ବହୁତ ବଡ ଫାଇଲକୁ ଗୋଟେ ଡିଭାଇସରୁ ଅନ୍ୟ ଡିଭାଇସକୁ ପଠାଇପାରିବେ। କିନ୍ତୁ ଏବେ ଏହି ଫିଚରର ଟେଷ୍ଟି ଚାଲିଛି। ଏହା ପବ୍ଲିକ ବିଟା ଭର୍ଜନ ଉପରେ ଉପଲବ୍ଧ।

file

ଗୁଗଲ୍‌ ଏହି ଲାଟେଷ୍ଟ ଫିଚରର ଅପଡେଟ୍‌ ଆଣ୍ଡ୍ରଏଡ ୬ରେ କାମ କରୁଥିବା ଡିଭାଇସକୁ ଛାଡି ଅନ୍ୟ ସମସ୍ତ ସ୍ମାର୍ଟଫୋନରେ ମିଳିବ। ୟୁଜର୍ସ ଥାର୍ଡ ପାର୍ଟି  ଇନଷ୍ଟଲ ନ କରି ମଧ୍ୟ ଫାଇଲ, ଫଟୋ ଏବଂ ଭିଡିଓ ସେୟାର କରିପାରିବେ।

gg

ଏମିତି କରନ୍ତୁ ନୂଆ ଫିଚର ବ୍ୟବହାର :

– ୟୁଜର୍ସ ଗୁଗଲର ଆଗାମୀ ଫିଚର ବ୍ୟବହାର ବିଟା ପ୍ଲାଟଫର୍ମରେ କରିପାରିବେ।

– ୟୁଜର୍ସ ପ୍ରଥମେ ଗୁଗଲ ପ୍ଲେ ସର୍ଭିସକୁ ଯାଇ ବିଟା ଟେଷ୍ଟର ଭାବେ ସାଇନ ଇନ କରିପାରିବେ।

– ଏବେ ୟୁଜର୍ସଙ୍କୁ ବିଟା ପ୍ଲାଟଫର୍ମରେ ୁପଲବ୍ଧ ଥିବା ସେୟାର ସିଟ୍‌ରେ Nearby Share  ଦେଖିବାକୁ ମିଳିବ।

– ଏଠାରେ ୟୁଜର୍ସ ଏହି ଫିଚରକୁ ଟ୍ୟାପ୍‌ କରି ଏହାର ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.