Below header

ସରକାର 5G ଲଞ୍ଚ ପାଇଁ କରୁଛନ୍ତି ଯୋଜନା, ଜାଣନ୍ତୁ ସରକାରଙ୍କର ପୁରା ଯୋଜନା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ ଶୀଘ୍ର ଦେଶରେ 5G ଲଞ୍ଚ ପାଇଁ ଲାଗିପଡ଼ିଛନ୍ତି । ଏଥିପାଇଁ ସରକାର 5G କନେକ୍ଟିଭିଟି ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି । ସମ୍ଭବତଃ  ୨୦୨୨ ଜୁଲାଇ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଦେଶରେ 5G ନୀଲାମ ପୁରା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  ।

କେବେ ମିଳିବ 5G କନେକସନ୍‌

ଟେଲିକମ ରେଗୁଲେଟୋରୀ ଅଥରଟି ଅଫ ଇଣ୍ଡିଆ ପକ୍ଷରୁ ବେସ ପ୍ରାଇସ ପ୍ରସ୍ତାବ ମାର୍ଚ୍ଚ ଭିତରେ ସରକାରଙ୍କୁ ଦିଆଯିବ । ଏହାପରେ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେବ । ଏହାପରେ ଭାରତରେ 5G କନେକ୍ଟିଭିଟି କାର୍ଯ୍ୟ କରିବ । ଏହାଛଡ଼ା 5G ର ବ୍ୟବସାୟୀକ ଲଞ୍ଚିଂ ୨୦୨୩ ମସିହା ଅପ୍ରେଲ-ଜୁନ ମାସରେ ହେବ ବୋଲି ଆଶା କରାଯାଉଛି ।

ଖୁବ୍‌ ଶୀଘ୍ର ବେସ ପ୍ରାଇସ ସ୍ଥିର କରିବା ପାଇଁ ଦାବି

ଦୂର ସଂଚାର ବିଭାଗ ତରଫରୁ ୨୦୨୨ ମସିହା ପ୍ରଥମ ଭାଗରେ ନୀଲାମ ପୁରା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏବେ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଏହି ନିଲାମ ପ୍ରକ୍ରିୟା ଅପ୍ରେଲ ମଇ ଭିତରେ କରାଯିବ ବୋଲି ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । ଦୂର ସଂଚାର ବିଭାଗ ତରଫରୁ 5G ମିଲିମିଟର ବ୍ୟାଣ୍ଡସ ପାଇଁ ବେସ ପ୍ରାଇସ ସ୍ଥିର କରିବା ପାଇଁ ଦାବି କରାଯାଇଛି । ଯେଉଁଠି ୩୫୦୦ ବ୍ୟାଣ୍ଡସ କୁ ଫିକ୍ସ କରାଯାଇ ପାରିବ । ଟେଲିକମ ରେଗୁଲେଟୋରୀ ଅଥରଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତାବିତ ଉଚ୍ଚ ବେସ ପ୍ରାଇସକୁ ନେଇ ଟେଲିକମ କମ୍ପାନୀ ଚିନ୍ତା ପ୍ରକଟ କରିଥିଲା ।

5G ମାମଲାରେ ବହୁତ ପଛରେ ଭାରତ

ଭାରତରେ 5G ଲଞ୍ଚ ହେବାକୁ ୨୦୨୩ ଯାଏ ସମୟ ଲାଗିପାରେ । ଭାରତ ଅନ୍ୟ ଦେଶ ତୁଳନାରେ 5G ଲଞ୍ଚ କରିବାରେ ବହୁତ ପଛରେ ରହିଛି । ବର୍ତ୍ତମାନ ପ୍ରାୟ ୬୪ ଦେଶରେ 5G ସେବା ଉପଲବ୍ଧ ଅଛି । ରିଲାଏନ୍ସ ଜିଓ ଏକମାତ୍ର କମ୍ପାନୀ ଯିଏ କି 5G ନେଟଓ୍ଵର୍କ ଉପଲବ୍ଧ କରିବାରେ ସକ୍ଷମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.