ଭାରତର ସାମ୍ବାଦିକ, ସମାଜିକ କର୍ମୀଙ୍କ ସମେତ ୧୪୦୦ ୟୁଜର୍ସଙ୍କ ହ୍ଵାଟସଆପ୍ ହ୍ୟାକ୍! କମ୍ପାନୀକୁ ନୋଟିସ ଜାରି କଲେ ସରକାର

ନୂଆଦିଲ୍ଲୀ: ଅସୁରକ୍ଷିତ ହ୍ଵାର୍ଟସଆପ୍ । ଇସ୍ତ୍ରାଏଲର ହ୍ୟାକର ଗ୍ରୁଫ୍ ଭାରତର ସାମ୍ବାଦିକ, ସମାଜିକ କର୍ମୀଙ୍କ ସମେତ ୧୪୦୦ ୟୁଜର୍ସଙ୍କ ହ୍ଵାଟସଆପ୍ ହ୍ୟାକ କରିଥିବା ଜଣାପଡିଛି । ଏହି ହ୍ୟାକର ଗ୍ରୁଫର ନାଁ ପେଗାସୁସ୍ । ଏହି ସଂସ୍ଥା ପକ୍ଷରୁ ଭାରତର ସାମ୍ବାଦିକ, ଏକାଡେମିକ୍ସ, ଓକିଲ ଓ ଦଳିତଙ୍କ ପାଇଁ ଲଢେଇ କରୁଥିବା ସାମାଜିକ କର୍ମୀଙ୍କ ହ୍ଵାର୍ଟସଆପ୍କୁ ହ୍ୟାକ କରି ଅନେକ ବ୍ୟକ୍ତିଗତ ତଥ୍ୟ ନେଇଯାଇଥିବା ଜଣାପଡିଛି । ଏ ଖବର ମିିଳିବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏହି ଘଟଣା ପରେ ସରକାର ହ୍ଵାର୍ଟସଆପ୍କୁ ନୋଟିସ ଜାରି କରିଛନ୍ତି ।

whatsapp hackଆସନ୍ତା ୪ ତାରିଖ ଭିତରେ ଜବାବ ଦାଖଲ ପାଇଁ କୁହାଯାଇଛି । ପେଗାସୁସ୍ ଯେଉଁ ସ୍ମାର୍ଟ ଫୋନ ଗୁଡିକରେ ଆଇଓଏସ୍‌, ଆଣ୍ଡଏଡ ଓ ବ୍ଲାକବେରୀ ଅପରେଟିଂ ବ୍ୟବସ୍ଥା ଥିବା ସେଗୁଡିକୁ ହଁ ହ୍ୟାକ କରିବାରେ ଲାଗିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାର ଦେଶବାସୀଙ୍କ ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଭାରତରେ ହ୍ଵାର୍ଟସଆପର ପ୍ରାୟ ୪୦ କୋଟି ୟୁଜର୍ସ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.