ଆପଣଙ୍କ ହ୍ଵାଟସଆପରେ ଏହି ସେଟିଙ୍ଗଟି ଅନ ରହିଛି କି ? ଫଟୋ ପଠେଇକି ହ୍ଵାଟସଆପକୁ ଏଣ୍ଟ୍ରି ମାରିବେ ହେକର୍ସ

କେନ୍ୟୁଜ୍‌(ବ୍ୟୁରୋ): ଆପଣଙ୍କ ହ୍ଵାଟସଆପରେ ଏହି ସେଟିଙ୍ଗଟି ଅନ ରହିଛି କି ? ଗୋଟିଏ ଫଟୋ ପଠେଇକି ହେକର୍ସ ଆପଣଙ୍କ ଫୋନ ଓ ହ୍ଵାଟସଆପକୁ ହ୍ୟାକ କରିପାରିବେ । ଶ୍ରୀଘ୍ର ଏହି ସେଟିଙ୍ଗକୁ ଅଫ କରନ୍ତୁ । ନହେଲେ ଚୋରି ହୋଇଯିବ ଆରଣଙ୍କ ହ୍ଵାଟସଆପ ଡାଟା । କଣ ଏହି ସେଟିଙ୍ଗ ଜାଣିବା ପାଇଁ ଆମର ଏହି ଲେଖାଟି ପଢନ୍ତୁ ।

ହେକର୍ସ ସବୁବେଳେ ୟୁଜର୍ସଙ୍କୁ ନିଜ ଜାଲରେ ଫସାଇବା ପାଇଁ ନୂଆ ନୂଆ ତରିକା ଆପଣେଇଥାନ୍ତି । ଏବେ ଏପରି ଏକ ନୂଆ ତରିକା ଆପଣେଇଛନ୍ତି ହେକର୍ସ । GIF ଫଟୋ ପଠେଇ ଆପଣଙ୍କ ହ୍ଵାଟସଆପରେ ଏଣ୍ଟ୍ରି ମାରିବେ ହେକର୍ସ । ସାଧାରଣତଃ ହ୍ଵାଟସଆପ ବ୍ୟବହାରକାରୀଙ୍କ ଫୋନରେ ଅନେକ ସେଟିଙ୍ଗ ଅନ ରହିଥାଏ । ଫଳରେ ହ୍ୟାକ କରିବାକୁ ହେକର୍ସଙ୍କୁ ସୁବିଧା ହୋଇଥାଏ । ଏହାରି ସାହାର୍ଯ୍ୟରେ ହେକର୍ସ ଆପଣଙ୍କ ଫୋନରେ ଏଣ୍ଟ୍ରି ମାରିଥାନ୍ତି । ଯଦି ଆପଣ ଆପଣଙ୍କ ହ୍ଵାଟସଆପରେ ସମସ୍ତ ସେଟିଙ୍ଗ ଅନ ରଖିଛନ୍ତି ତ ଆପଣ ହେକିଙ୍ଗର ଶିକାର ହେବେ । ଏଥିପାଇଁ ଆପଣ ତୁରନ୍ତ ହ୍ଵାଟସଆପର ସେଟିଙ୍ଗକୁ ବଦଳାନ୍ତୁ ।

ହେକର୍ସ ସାଧାରଣତଃ ଆପଣଙ୍କୁ ତାଙ୍କ ଜାଲରେ ଫସାଇବା ପାଇଁ ଫିସିଙ୍ଗ ଲିଙ୍କର ବ୍ୟବହାର କରିଥାନ୍ତି । ଏବେ ହେକର୍ସ GIF ଫିସିଙ୍ଗ ଲିଙ୍କର ବ୍ୟବହାର କରୁଛନ୍ତି । ଯାହାକୁ GIFShell କୁହାଯାଉଛି । ୟୁଜର୍ସଙ୍କ ଗୋଟିଏ ଭୁଲରୁ ହେକର୍ସ ଆପଣଙ୍କ ଫୋନ ଓ ହ୍ଵାଟସଆପକୁ ଆକସେସ୍‌ କରିପାରିବେ । ହ୍ଵାଟସଆପରେ ମିଡିଆ ଅଟୋ ଡାଉନଲୋଡର ଫିଚର ରହିଥାଏ । ଆପଣ ଯଦି ଏହି ସେଟିଙ୍ଗକୁ ଅଫ କରିନାହାଁନନ୍ତି ? ତେବେ ଆରଣଙ୍କ ହ୍ଵାଟସଆପକୁ ଆସୁଥିବା ଫଟୋ, GIF ଫାଇଲ ଆପେ ଆପେ ଡାଉନଲୋଡ ହୋଇଯିବ । ହେକର୍ସ ଏହାର ଫାଇଦା ଉଠାଇ ଆପଣଙ୍କ ମୋବାଇଲକୁ ଏଣ୍ଟି୍ର ମାରିବେ ।

ୟୁଜର୍ସ ଏହି ସେଟିଙ୍ଗକୁ ଆରାମରେ ବଦଳେଇ ପାରିବେ । ଏଥିପାଇଁ ଆପଣଙ୍କୁ ହ୍ଵାଟସଆପ ସେଟିଙ୍ଗକୁ ଯିବାକୁ ପଡ଼ିବ । ଯେଉଁଠି ଷ୍ଟୋରେଜ ଓ ଡାଟାର ଅପସନ ରହିଛି । ଏଥିରେ କ୍ଲିକ କରିବେ । ଏହାପରେ ଆପଣଙ୍କୁ ଅଟୋ ମିଡିଆ ଡାଉନଲୋଡର ଅପସନ ଦେଖାଦେବ । ଏହାକୁ ଆପଣ ଅଫ୍‌ କରିଦେବେ । ଏପରି ଭାବରେ ଆପଣ ହେକର୍ସର ଏଣ୍ଟ୍ରିକୁ ରୋକି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.