ଲକଡାଉନ ଭିତରେ ଆପଣଙ୍କ ସ୍ମାର୍ଟଫୋନ ବି ହୋଇପାରେ ହ୍ୟାକ ! ଏମିତି ଉପାୟରେ ଫଟୋ ଓ ଭିଡିଓକୁ ରଖନ୍ତୁ ସୁରକ୍ଷିତ

ସ୍ମାର୍ଟଫୋନ ଏବେ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଖାସ କରି ବର୍ତ୍ତମାନ ସାରା ଦେଶ ଲକଡାଉନ ଥିବା ବେଳେ ଆମେ ଘରେ ରହିଛୁ। ଆଉ ଏଭଳି ସ୍ଥିତିରେ ସ୍ମାର୍ଟଫୋନ ବହୁତ କାମରେ ଆସୁଛି। ସାଧାରଣତଃ ଆମ ଫୋନରେ ବ୍ୟକ୍ତିଗତଠାରୁ ଆରମ୍ଭ କରି ପ୍ରଫେସନାଲ ପର୍ଯ୍ୟନ୍ତ ସବୁ ପ୍ରକାର ଡାଟା ଷ୍ଟୋର ରହିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଘରେ ରହି ବି ନିଜ ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବା ଉଚିତ।

କିନ୍ତୁ ଅନେକ ସମୟରେ ବ୍ୟସ୍ତତା ହେତୁ ଆମେ ଆମର ସ୍ମାର୍ଟଫୋନର ଠିକ ଯତ୍ନ ନେଇପାରି ନ ଥାଉ। ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯଦ୍ଦ୍ୱାରା ଆପଣଙ୍କ ସ୍ମାର୍ଟଫୋନ ସୁରକ୍ଷିତ ରହିବ ଏବଂ ଏହା ଉପରେ ହ୍ୟାକିଙ୍ଗ ଓ ଭାଇରସର ଭୟ ସେତେଟା ରହିବ ନାହିଁ। ଆସନ୍ତୁ ଜାଣିବା ସେ ବିଷୟରେ।

3

1. ଆପଣ ଭୁଲରେ ବି କେବେ ନିଜ ସ୍ମାର୍ଟଫୋନକୁ ଅସୁରକ୍ଷିତ ଏବଂ ପବ୍ଲିକ Wi-Fi ରୁ କନେକ୍ଟ କରନ୍ତୁ ନାହିଁ। ଅନ୍ୟର USB ରୁ ଫୋନ ଚାର୍ଜ କରିବାଠୁ ଦୂରେଇ ରୁହନ୍ତୁ। ଏହାଛଡା ଫୋନରେ ଆସୁଥିବା ଅଜଣା ଲିଙ୍କସକୁ କଦାପି କ୍ଲିକ କରନ୍ତୁ ନାହିଁ। ଏମିତି କରିବାରେ ଆପଣଙ୍କ ଫୋନ ହ୍ୟାକ ହୋଇପାରେ। ମନେ ରଖନ୍ତୁ, ହ୍ୟାକରମାନେ ବେଶି ଏହି ଉପାୟକୁ ଆପଣାଇଥାଆନ୍ତି।

2. ପବ୍ଲିକ Wi-Fi ବ୍ୟବହାର କରିବା ସମୟରେ ଅଟୋମେଟିକ କନେକ୍ସନକୁ ସ୍ୱିଚ ଅଫ କରିଦିଅନ୍ତୁ। ଏଠାରେ କେବଳ ମନୁଆଲ ସେଟିଂକୁ ବାଛନ୍ତୁ। ପବ୍ଲିକ Wi-Fiରୁ ଅନଲାଇନ କିଣାକିଣି କରନ୍ତୁ ନାହିଁ। ଦେଣନେଣ ଏବଂ ପଇସା ଟ୍ରାନ୍ସଫରରୁ ଦୂରେଇ ରୁହନ୍ତୁ। ଆଣ୍ଟି ଭାଇରସ ବ୍ୟବହାର କରନ୍ତୁ।

1

3. ଆଜିକାଲି ହ୍ୟାକରମାନେ ସାରା ବିଶ୍ୱରେ ବ୍ୟବହାର କରାଯାଉଥିବା ସିଗ୍ନାଲିଂ ସିଷ୍ଟମ SS7କୁ ମଧ୍ୟ କ୍ରାକ କରିଦେଉଛନ୍ତି। ଏମିତି କରି ୟୁଜରଙ୍କ ଫୋନରୁ ବ୍ୟକ୍ତିଗତ ଚାଟ, ଫୋନ କଲ ଏବଂ ଡକ୍ୟୁମେଣ୍ଟ ଚୋରାଇ ନେଉଛନ୍ତି। Signalling System No 7 ଏକ ଏମିତି ସିଷ୍ଟମ, ଯାହା ଜରିଆରେ ଗୋଟିଏ ମୋବାଇଲ ନେଟୱାର୍କକୁ ଅନ୍ୟ ସହିତ ଯୋଡ଼ା ଯାଇପାରିବ। ଏହା ସର୍ବପ୍ରଥମେ 1975ରେ ଡେଭେଲପ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.