ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ Nokia 2.3, ଗ୍ରାହକଙ୍କୁ ମିଳିବ ଦମଦାର ପ୍ରୋସେସରର ସପୋର୍ଟ

ପ୍ରତିଷ୍ଠିତ ଟେକ କମ୍ପାନୀ ଏଚଏମଡି ଗ୍ଲୋବାଲ ଖୁବ ଶୀଘ୍ର ଲାଟେସ୍ଟ ସ୍ମାର୍ଟ ଫୋନ ନୋକିଆ ୨.୩କୁ ଭାରତୀୟ ବଜାରରେ ପ୍ରବେଶ କରାଇବାକୁ ଯାଉଛନ୍ତି । ନୋକିଆ ଇଣ୍ଡିଆର ଅଫିସିଆଲ ସୋସିଆଲ ଆକାଉଣ୍ଟରୁ ଏବିଷୟରେ ଜଣାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କମ୍ପାନୀ ତରଫରୁ ଲଂଚିଙ୍ଗ ଡେଟ ବିଷୟରେ ଏଯାବତ କୌଣସି ସଠିକ ତଥ୍ୟ ପ୍ରକାଶ କରାଯାଇନାହିଁ । ସୂଚନା ମୁତାବକ ପୂର୍ବ ସପ୍ତାହରେ କମ୍ପାନୀ ୟୁରୋପ ବଜାରରେ ଏହି ଫୋନକୁ ପ୍ରବେଶ କରାଇଛି । ତେବେ ଆସନ୍ତୁ ଜାଣିବା ଏହି ଫୋନ ବିଷୟରେ କିଛି ବିଶେଷ ତଥ୍ୟ:

nokia

ଏକ ରିପୋର୍ଟ ଅନୁଯାୟୀ ଏଚଏମଡି ଗ୍ଲୋବାଲ Nokia 2.3 ସ୍ମାର୍ଟ ଫୋନର ଦର ଭାରତରେ ୮,୬୦୦ ରୁ ଆରମ୍ଭ କରି ୧୦,୦୦୦ ପର୍ଯ୍ୟନ୍ତ ରଖାଯିବ । କମ୍ପାନୀ ଏହି ଫୋନରେ ୬.୨ ଇଞ୍ଚର ଏଚଡ଼ି ପ୍ଲସ ଡ଼ିସ୍ପ୍ଲେ ବ୍ୟବସ୍ଥା ଦେଇଛି, ଯାହାର ରିଜୋଲୁସନ 720 X 1520 ପିକ୍ସଲ ରଖାଯାଇଛି । ଏହାସହ ଉନ୍ନତ ପରଫରମନ୍ସ ଦେବା ପାଇଁ ଏହି ଫୋନରେ କ୍ୱାଡ଼କୋର ମିଡ଼ିଆଟେକ ହେଲୀୟ ଏ ୨୨ ଚିପସେଟ ବ୍ୟବସ୍ଥା ଦିଆଯାଇଛି । ଏହା ବିଶେଷ ଭାବେ ଆଣ୍ଡ୍ରଏଡ଼ ୯ ପାଇ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ । ଏହାବାଦ ୟୁଜର୍ସ ମାନଙ୍କୁ ଏହି ଫୋନରେ ୨ ଯିବି ରାମ ଓ ୩୨ ଯିବିର ଇଂଟରନାଲ ଷ୍ଟୋରେଜର ସପୋର୍ଟ ମଧ୍ୟ ମିଳିବ ।

nokia

କମ୍ପାନୀ ଏହି ଫୋନର ବ୍ୟାକ ପ୍ୟାନେଲରେ ଡୁଆଲ ରିୟର କ୍ୟାମେରା ସେଟଅପ ବ୍ୟବସ୍ଥା ଦେଇଛି । ଯେଉଁଥିରେ ୧୩ ମେଗାପିକ୍ସଲର ପ୍ରାଇମେରୀ ସେଟଅପ ରହିବା ସହ ୨ ମେଗାପିକ୍ସଲର ଡେପଥ ସେନ୍ସର ମହଜୂତ ଅଛି । ଏହା ସହ ୟୁଜର୍ସ ମାନେ ଏହି ଫୋନରେ ୫ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରାରେ ଉନ୍ନତ ମାନର ସେଲ୍ଫି ଉଠାଇପାରିବେ । କମ୍ପାନୀ ଏହି ଫୋନର କନେକ୍ଟିଭିଟି ପାଇଁ ୪ଜି ଏଲଟିଇ, ୱାଇ ଫାଇ, ବ୍ଲୁ ଟୁଥ ଭର୍ଜନ ୫.୦, ଜିପିଏସ , ମାଇକ୍ରୋ ୟୁଏସବି ଓ ୩.୫ ଏମଏଚ ହେଡ଼ଫୋନ ପରି ଫିଚର୍ସ ମାନ ଦେଇଛି । ଏହା ଏଥିରେ ଗ୍ରାହକ ମାନଙ୍କୁ ୪,୦୦୦ ଏମଏଚର ବ୍ୟାଟେରୀ ସୁବିଧା ସହ ୫ ୱାଟର ଫାଷ୍ଟ ଚାରଜିଙ୍ଗ ଫିଚର ବ୍ୟବସ୍ଥା ମଧ୍ୟ ମିଳିଯାଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.