Below header

୨୦୧୯ରେ ସର୍ଚ୍ଚ କରାଯାଇଥିବା ସର୍ବାଧିକ ୧୦ଟି ପ୍ରସଙ୍ଗକୁ ଜାରି କଲା ମାଇକ୍ରୋବ୍ଲଗିଂଙ୍ଗ ସାଇଟ ଟ୍ଵିଟର, ଜଣାନ୍ତୁ ତାଲିକାର ପ୍ରଥମରେ କିଏ?

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ବିଦାୟ ନେବ ବର୍ଷ ୨୦୧୯। ତେବେ ୨୦୧୯ରେ କିଛି ପ୍ରସଙ୍ଗକୁ ଇଣ୍ଟରନେଟରେ ସକ୍ରିୟ ଥିବା ଲୋକମାନେ ଅଧିକ ସର୍ଚ୍ଚ କରିଛନ୍ତି। ଟ୍ଵିଟରରେ ସର୍ବାଧିକ ୧୦ଟି ପ୍ରସଙ୍ଗକୁ ଜାରି କରାଯାଇଛି। ଏଥିରେ ଲୋକସଭା ନିର୍ବାଚନ ୨୦୧୯, ଚନ୍ଦ୍ରୟାନ-୨, କ୍ରିକେଟ ବିଶ୍ୱକପ୍ ଏବଂ ଧାରା ୩୭୦ ଆଦି ପ୍ରସଙ୍ଗକୁ ଇଣ୍ଟରନେଟରେ ଅଧିକ ସର୍ଚ୍ଚ କରାଯାଇଛି। ମାଇକ୍ରୋବ୍ଲଗିଂଙ୍ଗ ସାଇଟ ଟ୍ଵିଟର ଦ୍ୱାରା ଜାରି ତଥ୍ୟ ଅନୁସାରେ ଏଥିରେ ଫିଲ୍ମ, ରାଜନୀତି, ଖେଳ ଠାରୁ ଆରମ୍ଭ କରି ପର୍ବପର୍ବାଣୀ ମଧ୍ୟ ସ୍ଥାନୀତ ହୋଇଛି।

twitterତାଲିକାରେ ସର୍ବାଗ୍ରେ ଲୋକସଭା ନିର୍ବାଚନ ୨୦୧୯ ରହିଥିବା ବେଳେ ତାପଛକୁ ଚନ୍ଦ୍ରାୟନ-୨ ରହିଛି। ପରେ କ୍ରିକେଟ ବିଶ୍ୱକପ ୨୦୧୯, ପୁଲୱାମା ଆକ୍ରମଣ ଓ ଧାରା ୩୭୦ ଉଚ୍ଛେଦ ରହିଛି। ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ କ୍ଷମତାକୁ ଫେରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟକୁ ଗୋଲଡେନ ଟ୍ଵିଟ ଭାବେ ବର୍ଣ୍ଣନା କରାଯାଇଛି। ଏହାକୁ ସର୍ବାଧିକ ୧୧ଲକ୍ଷ ୮୭ ହଜାର ଥର ରିଟ୍ଵିଟ କରାଯାଇଥିବା ବେଳେ ୪ଲକ୍ଷ୨୧ହଜାର ଥର ଲାଇକ କରାଯାଇଛି। ଖେଳ ବିଭାଗରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନର ଶୁଭେଚ୍ଛାକୁ ସର୍ବାଧିକ ଥର ରିଟ୍ଵିଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.