କରୋନା ଟିକା ନେବା ପରେ ଏମିତି ଡାଉନଲୋଡ୍ କରନ୍ତୁ ଭ୍ୟାକ୍ସିନ୍ ସାର୍ଟିଫିକେଟ, ଜାଣନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍

ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି। ସଂକ୍ରମଣ ଓ ମୃତ୍ୟୁ ହାର କମାଇବାରେ କରୋନା ଟିକା ସହାୟକ ହେବ ବୋଲି ସରକାର ପରାମର୍ଶ ଦେବା ପରେ ଲୋକମାନେ ଆଗକୁ ଆସି ଟିକା ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏବେ ୧୮ ବର୍ଷରୁ ଊର୍ଦ୍ଧ୍ଵଙ୍କ ପାଇଁ ଟିକା କରଣ ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ଟିକା ନେଇ ସାରିବା ପରେ ଭ୍ୟାକ୍ସିନେସନ ସାର୍ଟିଫିକେଟ ଡାଉନଲୋଡ କରିବା ବେଳେ ଲୋକମାନେ ପ୍ରାୟତଃ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଯଦି ଆପଣ ବି କରୋନା ଟିକା ନେବା ପରେ ସାର୍ଟିଫିକେଟ ଡାଉନଲୋଡ କେମିତି କରିବେ ଜାଣିପାରୁନାହାନ୍ତି, ତେବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା…

  • ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରନ୍ତୁ।
  • ଏବେ ଆପ୍ଲିକେସନ ଓପନ କରି CoWin tab ଖୋଲନ୍ତୁ।
  • ଏବେ Vaccination Certificate ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏଥିରେ Beneficiary Reference ID ଦିଅନ୍ତୁ।
  • ଶେଷରେ Get Certificate ବଟନ ଉପରେ କ୍ଲିକ କରନ୍ତୁ। ଆପଣଙ୍କ ଭାକ୍ସିନେସନ ସାର୍ଟିଫିକେଟ ଲୋଡ ହୋଇଯିବ।

ଆପଣ ଚାହିଁଲେ ଟିକା ନେବା ପରେ ମୋବାଇଲକୁ ଆସିଥିବା ମେସେଜରେ ଦିଆ ଯାଇଥିବା ଲିଙ୍କ ଉପରେ କ୍ଲିକ କରି ମଧ୍ୟ ଟିକାର ସାର୍ଟିଫିକେଟ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.