ସଟ୍‌ଡାଉନ୍‌ରେ ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ପୋଲିସ୍‌ ପହଞ୍ଚିବାରୁ ବ୍ୟାଟ୍‌, ବଲ୍‌ ଧରି ଦୌଡ଼ିଲେ ଖେଳାଳି

ସୋର (କେ ନ୍ୟୁଜ୍‌) : ଏ କରୋନା କାଳରେ ରାତିରେ ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌ । ଶନିବାର ଦିନ ସଟ୍‌ଡାଉନ୍‌କୁ ବି ନମାନି ବେଶ୍‌ ଲୋକ ଗହଳି ହୋଇଥିଲା । ଖବର ପାଇ ଚଢ଼ାଉ କଲା ପୋଲିସ୍‌ ଏବଂ ପୌର ପ୍ରଶାସନ । ଏମାନଙ୍କୁ ଦେଖି ଖେଳାଳି ବ୍ୟାଟ୍‌, ବଲ୍‌ ଧରି ଦୌଡ଼ିଲେ । ଆଉ ପ୍ରତିଯୋଗିତାର ଆୟୋଜକ ଏବଂ ଟେଣ୍ଟ ହାଉସ୍‌ ମାଲିକ ସମସ୍ତେ ଚମ୍ପଟ୍‌ ମାରିଲେ ।
ବାଲେଶ୍ୱର ଜିଲ୍ଲା ସୋର ପୌର ପାଳିକା ଅନ୍ତର୍ଗତ ପଠାଣ ମହଲାରେ ଏହି ରାତ୍ରୀକାଳୀନ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା । ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ କୋଭିଡ ନିୟମକୁ ଉଲ୍ଲଂଘନ କରିଥିଲେ ଲୋକେ । ବିଭିନ୍ନ ସ୍ଥାନରୁ ଟିମ୍‌ ସବୁ ଆସି ଖେଳୁଥିଲେ ।

MATCH-2

କୌଣସି ସୂତ୍ରରୁ ଖବର ପାଇ ସୋର ପୋଲିସ ଏବଂ ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏମାନଙ୍କୁ ଦେଖି ଘଟଣା ସ୍ଥଳରୁ ଆୟୋଜକ ଓ ଖେଳାଳିମାନେ ଚମ୍ପଟ ମାରିଥିଲେ । ପୌର ଅଧିକାରୀ ଏବଂ ପୋଲିସ୍‌ ନିର୍ଦ୍ଦେଶ କ୍ରମେ ଆଜି ଟୁର୍ଣ୍ଣାମେଣ୍ଟ ଆୟୋଜକ, ଗ୍ରାମର ସର୍ଦ୍ଦାର ଏବଂ ଟେଣ୍ଟ ଆଉସ୍‌ ମାଲିକ ପୌର କାର୍ଯ୍ୟାଳୟରେ ଉପସ୍ଥିତ ହେବେ । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ଅଧିକାରୀ ସୂଚନା ଦେଇଛନ୍ତି

ସୂଚନା ଥାଉ କି ସୋର ଅଂଚଳରୁ ୫୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.