Tik Tok ବହୁ ଜଣଙ୍କୁ କଲାଣି ମାଲାମାଲ, ଘରେ ବସି ଆପଣ ବି ସହଜରେ କରନ୍ତୁ ରୋଜଗାର

ସ୍ମାର୍ଟଫୋନ ଦୁନିଆରେ Tik Tok ଆପର ଲୋକ ପ୍ରିୟତା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଧିକାଂଶ ଲୋକ ମନୋରଞ୍ଜନ କରିବା ପାଇଁ ହିଁ ଏହି ଆପର ବ୍ୟବହାର କରିଥାନ୍ତି । ଏହା ମାଧ୍ୟମରେ ଛୋଟ ଛୋଟ ମଜାଦାର ଭିଡିଓ ମାନ କରି ଖୁବ ଅଳ୍ପ ଦିନ ଭିତରେ ଖୁବ ଲୋକ ପ୍ରିୟତା ମଧ୍ୟ ଅର୍ଜନ କରି ପାରୁଛନ୍ତି । କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଆପ ମାଧ୍ୟମରେ ଆପଣ ଘରେ ବସି ବସି ବି ଟଙ୍କା ରୋଜଗାର ମଧ୍ୟ କରି ପାରିବେ । ତେବେ ଆସନ୍ତୁ ଜାଣିବେ ଏହି ଆପକୁ ଆପଣ କେମିତି ରୋଜଗାରର ଅନ୍ୟ ଏକ ମାଧ୍ୟମ ବନାଇ ପାରିବେ ।

ସ୍ଟେପ ୧: ସର୍ବ ପ୍ରଥମେ ପ୍ଲେ ଷ୍ଟୋରରୁ ଏହି ଆପ ଟିକୁ ଡାଉନ ଲୋଡ଼ କରି ଏଥିରେ ଆପଣ ନିଜର ଏକ ପ୍ରୋଫାଇଲ ବନାନ୍ତୁ । ଆପଣଙ୍କୁ ଏଥିରେ ଏମିତି ଭିଡିଓ ବନେଇବାକୁ ପଡିବ ଯାହା ଖୁବ କମ ସମୟ ଭିତରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରି ପାରିବ । କିନ୍ତୁ ସବୁବେଳେ ଧ୍ୟାନ ରଖି ଏମିତି ଭିଡିଓର ଚୟନ କରିବେ ଯାହା ଲୋକଙ୍କର ପସନ୍ଦ ଯୋଗ୍ୟ ହୋଇ ପାରୁଥିବ । ଆଉ ମଧ୍ୟ ଯେମିତିକି ଆପଣଙ୍କୁ ଅଧିକ ରୁ ଅଧିକ ଲୋକ ଫଲୋ କରିବେ ।

tik tok

ସ୍ଟେପ ୨: ଭିଡିଓ ବନାଉଥିବା ସମୟରେ ସବୁବେଳେ ଏମିତି କନସେପ୍ଟର ଚୟନ କରିବେ ଯାହାକି ବର୍ତ୍ତମାନ ସମୟ ସହ ସୁହାଉ ଥିବ ।

ସ୍ଟେପ ୩: ଆପଣ ନିଜ ପ୍ରୋଫାଇଲକୁ ୟୁଟ୍ୟୁବ ବା ଇଂସ୍ଟଗ୍ରାମ ଆକାଉଣ୍ଟ ସହ ଲିଙ୍କ ମଧ୍ୟ କରିପାରିବେ । ଏହା ଦ୍ୱାରା ଆପଣଙ୍କ ଅଧିକରୁ ଅଧିକ ଲୋକଙ୍କ ନିକଟରେ ଆପଣଙ୍କ ଭିଡିଓ ପହଞ୍ଚିବା ସହ ଆପଣଙ୍କ ଫୋଲାର୍ସ ମଧ୍ୟ ବଢି ପାରିବେ । ଲିଙ୍କ କରିବା ପାଇଁ ଆପର ଏଡିଟ ପ୍ରୋଫାଇଲକୁ ଯାଇ ୟୁଟ୍ୟୁବ ବିକଳ୍ପ ଉପରେ କ୍ଲିକ କରନ୍ତୁ । ଏମିତିହିଁ ସମାନ ଉପାୟରେ ନିଜ ଇଂସ୍ଟଗ୍ରାମ ଆକାଉଣ୍ଟକୁ ମଧ୍ୟ ଲିଙ୍କ କରନ୍ତୁ ।

tik tok

ସ୍ଟେପ ୫:  ଟ୍ୱିଟର ଓ ଇଂସ୍ଟଗ୍ରାମ ଆପ ପରି ହାସଟ୍ୟାଗର ବ୍ୟବହାର ମଧ୍ୟ କରିପାରିବେ ।

ସ୍ଟେପ ୬ : ଆପଣଙ୍କ ଆକାଉଣ୍ଟ ସହ ଅଧିକ ଲୋକ ଯୋଡି ହୋଇ ଗଲା ପରେ ଆପଣ କୌଣସି ବ୍ରାଣ୍ଡର ବିଜ୍ଞାପନ ମଧ୍ୟ ସହଜରେ ନେଇ ପାରିବେ । ଏହି କମ୍ପାନୀ ମାନେ ମଧ୍ୟ ଆପଣଙ୍କୁ ଏଥିପାଇଁ ପଇସା ଦେବେ ।

ସ୍ଟେପ ୭: ଅଥବା ଆପଣ କୌଣସି ସେଲିବ୍ରିଟିଙ୍କୁ ନିଜ ସହ ଭିଡିଓ ବନାଇବା ପାଇଁ ରାଜି କରାଇପାରିବେ । ଏହା ଦ୍ୱାରା ଆପଣ ଅଧିକ ରୁ ଅଧିକ ଲୋକଙ୍କ ନଜରକୁ ଶୀଘ୍ର ଆସି ପାରିବେ ।

ଏହି ସ୍ଟେପ ଗୁଡିକୁ ଫୋଲୋ କଲେ ନା କେବଳ ଆପଣଙ୍କର ଫୋଲାର୍ସ ବଢିବ ଏହା ଦ୍ୱାରା ଆପଣ ସହଜରେ ରୋଜଗାର ମଧ୍ୟ କରି ପାରିବେ । ନିଜ ପପୁଲାରିଟି ଅନୁଯାୟୀ ଆପଣ କେତେ ହଜାର ରୁ ଆରମ୍ଭ କରି ୫୦ ହଜାର ପର୍ଯ୍ୟନ୍ତ ରୋଜଗାର କରି ପାରିବେ । ଗ୍ଲୋବାଲ ୱେବ ଇଣ୍ଡେକ୍ସର ଏକ ରିପୋର୍ଟ ଅନୁଯାୟୀ ଏହି ଆପ ଟିକୁ ୧୬ ବର୍ଷରୁ ଆରମ୍ଭ କରି ୨୪ ବର୍ଷ ବୟସର ପିଲା ଅଧିକ ରୁ ଅଧିକ ବ୍ୟବହାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.