ଇଣ୍ଡିଆନ୍ ଆଇଡଲ୍ ସେଟରେ ଏକ୍ସ ବୟଫ୍ରେଣ୍ଡ ହିମାଂଶୁ କୋହଲିଙ୍କୁ ମନେପକାଇଲେ ନେହା, ଗାଇଲେ ଏହି ମନଛୁଆଁ ଗୀତ

ଇଣ୍ଡିଆନ୍ ଆଇଡଲ୍ ୧୧ର ଆସନ୍ତା ଏପିସୋଡ୍ ବହୁତ ମନୋରଞ୍ଜନ ନେଇକି ଆସିବ ବୋଲି ଦାବି କରାଯାଉଛି । କାରଣ କମେଡିଆନ୍ ଭାରତୀ ସିଂହ ନିଜର ସ୍ବାମୀ ହର୍ଷ ଲମ୍ବାଚିଆଙ୍କ ସହିତ ନଜର ଆସିବେ । ସ୍ପେଶାଲ୍ ଏପିସୋଡ୍ ରେ ନେହା କକ୍କର ମଧ୍ୟ ନିଜର ଏକ୍ସ ବୟଫ୍ରେଣ୍ଡ ହିମାଂଶୁ କୋହଲିଙ୍କ ପାଇଁ ‘ଚନ୍ନା ମେରିଆ’ ଗୀତ ଗାଉଥିବାର ନଜର ଆସିବେ ।

bharati

ଚ୍ୟାନେଲ୍ ଦ୍ବାରା ପୋଷ୍ଟ କରାଯାଥିବା ଟିଜରରେ ଭାରତୀ ସିଂହ ଏକ ପାଲିଙ୍କିରେ ପ୍ରବେଶ କରିଛନ୍ତି ଏବଂ ହର୍ଷ ଏକ ହାତ ତିଆରି ଘୋଡାରେ ବସି ମଞ୍ଚ ଉପରକୁ ଆସୁଛନ୍ତି । ଯାହାର ସିନ୍ ଖୁବ୍ ମଜାଦାର ଲାଗୁଛି । ଏହାପରେ ସୋ’ର ଆଙ୍କର ଆଦିତ୍ୟ ଉଭୟଙ୍କୁ ସେମାନଙ୍କ ବିବାହ ବିଷୟରେ ପଚାରୁଛନ୍ତି । ଯାହାର ଉତ୍ତରରେ ଭାରତୀ କହୁଛନ୍ତି ୨ବର୍ଷରେ ଦେଖନ୍ତୁ କେମିତି ଜଣେ ପଞ୍ଜାବୀ ଆଉ ଜଣେ ଗୁଜୁରାଟୀର କେଶକୁ ଲମ୍ବା କରିଦେଇଛି ।

indian idolଏହାପରେ ସୋ’ର ଏକ ପ୍ରତିଯୋଗୀ ନିଜର ପ୍ରଦର୍ଶନ ସମୟରେ ‘ଚନ୍ନା ମେରେଆ’ ଗୀତ ଗାଇଛନ୍ତି । ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଛି । ଭାରତୀ ଉକ୍ତ ପ୍ରତିଯୋଗୀଙ୍କୁ ମଜା କରି କହୁଛନ୍ତି କି, ଯେବେ ହର୍ଷ ଗୀତ ଗାଇଥିଲେ ସେବେଠାରୁ ମୁଁ ଗୀତ ଶୁଣିବା ବନ୍ଦ କରିଦେଇଥିଲି କିନ୍ତୁ ଆଜି ତୁମ ଗୀତ ଶୁଣି ପୁଣି ଶୁଣିବା ଆରମ୍ଭ କରିଦେବି ।

ଦେଖନ୍ତୁ ଭିଡିଓ:

video courtesy: Sony TV

ଏହାପରେ ନେହା ମାଇକ୍ ନେଇ ହଠାତ୍ କହୁଛନ୍ତି କି, ମୁଁ ଏହି ଗୀତଟି ମୋ ଏକ୍ସ(ହିମାଂଶୁ କୋହଲି) ପାଇଁ ଗାଇବାକୁ ଚାହୁଁଛି । ଏହା କହିବା ପରେ ସେହି ଗୀତର କିଛି ପଂକ୍ତି ଗାଉଛନ୍ତି। ଏହାପରେ ଆଦିତ୍ୟ ମଧ୍ୟ ନେହାଙ୍କୁ କହୁଛନ୍ତି କି, ମୁଁ ମଧ୍ୟ ଆପଣଙ୍କ ଏକ୍ସ ପାଇଁ କହିବି କି, ଇସମେ ତେରା ଘାଟା ମେରା କୁଛ୍ ନେହି ଜାତା। ସେଟ୍ ଥିବା ସମସ୍ତେ ହସିବାକୁ ଲାଗିଥିଲେ । ଏହାପରେ ଆଦିତ୍ୟ ନେହାଙ୍କ ପାଇଁ ‘ମୁଝ୍ ସେ ସାଦୀ କରୋଗି’ ଗୀତ ଗାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.