ଆପଣଙ୍କ ଫୋନ ହ୍ୟାଙ୍ଗ ହେଉଛି କି ? ତେବେ ଏହି ୫ଟି ସହଜ ପ୍ରକ୍ରିୟାରେ ବଢ଼ାନ୍ତୁ ସ୍ମାର୍ଟଫୋନର ଷ୍ଟୋରେଜ୍

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଆନଣ୍ଡ୍ରୋଏଡ ସ୍ମାର୍ଟଫୋନ ଦେଖିବାକୁ ମିଳିଥାଏ। ଏହାର ସବୁଠାରୁ ଭଲ କଥା ହେଉଛି ଏଥିକୁ କଷ୍ଟମାରାଇଜ କରିବାର ସଂପୂର୍ଣ୍ଣ ସ୍ବାଧିନତା ରହିଥାଏ। କିନ୍ତୁ ସ୍ମାର୍ଟଫୋନ ବ୍ୟବହାର ଯେତେ ଅଧିକ ଆପଣ ବ୍ୟବହାର କରିବେ ତାହାର ଇଣ୍ଟରନାଲ ଷ୍ଟୋରେଜ୍ ଉପରେ ସେତେ ପ୍ରଭାବ ପଡିବ। ତେବେ ଏନେଇ ଆପଣଙ୍କୁ ଚିନ୍ତିତ ହେବାର କିଛି ଆବଶ୍ୟକତା ନାହିଁ। କିଛି ସହଜ ଉପାୟ ଅବଲମ୍ବନ କରି ଆପଣ ଇଣ୍ଟରନାଲ ଷ୍ଟୋରଜକୁ ସହଜରେ ବଢ଼ାଇ ପାରିବେ।

smart phone

ଆସନ୍ତୁ ଜାଣିବା ମୋବାଇଲ ଷ୍ଟୋରେଜ୍ ଖାଲି କରିବା ଉପାୟ 

-ଆନଣ୍ଡ୍ରୋଏଡ ପ୍ଳେ ଷ୍ଟୋରରେ ଅନେକ ଆପ ଉପଲବ୍ଧ ରହିଛି। ଏନେଇ ଆପଣ ଅନେକ ଆପ ଡାଉନଲୋଡ ମଧ୍ୟ କରିପାରିବେ। କିନ୍ତୁ କିଛି ଆପ୍ସ ଏପରି ମଧ୍ୟ ରହିଥାଏ ଯାହାକୁ ଇନଷ୍ଟଲ କରିବା ପରେ ତାହାର ଖାସ ବ୍ୟବହାର କରାଯାଇନଥାଏ। ଏବଂ ତାହା ଅଯଥାରେ ମୋବାଇଲରେ ରହି ଷ୍ଟୋରଜ ଭର୍ତ୍ତି କରିଥାଏ। ଏଣୁ ସବୁବେଳେ ଅନାବଶ୍ୟକ ଆପ୍ସକୁ ଅନଇନଷ୍ଟଲ କରନ୍ତୁ।

-ମୋବାଇଲରେ ସାଧାରଣତଃ ଅନେକ Cache ରହିଯାଇଥାଏ। ଯାହାଫଳରେ ମେମୋରୀ ଅଧିକ ଭର୍ତ୍ତି ରହିଥାଏ। ବାସ୍ତବରେ ଆପ୍ସ ଏବଂ ୱେବସାଇଟ ଲୋଡିଂ ସମୟରେ ସାଧାରଣତଃ ଅନେକ Cache ଡାଟା ମୋବାଇଲରେ ସେଭ ହୋଇଯାଇଥାଏ। ଏଣୁ ଏହାକୁ ସମୟ ବ୍ୟବଧାନରେ ଡିଲିଟ କରିବା ଉଚିତ୍। ଏଥିପାଇଁ Settings –> Storage & USB–> Internal Storage–>Cached Data ଯାଇ ସମସ୍ତ ଡାଟା ଡିଲିଟ କରନ୍ତୁ।

clean cache

-ଆପଣ ଯେଉଁ ଫଟୋ କ୍ଳିକ୍ କରୁଛନ୍ତି ତାହାକୁ ଗୁଗୁଲ ଡ୍ରାଇଭ ବା ଅନ୍ୟ କୌଣସି କ୍ଳାଉଡରେ ଷ୍ଟୋର କରିବା ପରେ ତାହାକୁ ମୋବାଇଲରୁ ଡିଲିଟ କରି ଦିଅନ୍ତୁ। ଏହାପରେ ଆବଶ୍ୟକୀୟ ଫଟୋକୁ ରିସାଇଜ୍ କରି ଡାଉନଲୋଡ କରିବା ସହ ତାହାକୁ ବ୍ୟବହାର କରିପାରିବେ। ଏହା ଦ୍ବାରା ମୋବାଇଲରେ କମ ଷ୍ଟୋରେଜ୍ ଖର୍ଚ୍ଚ ହୋଇଥାଏ।

app smartphone

-ଯେତେବେଳେ କୌଣସି ଜିନିଷ ଗୁଗୁଲରୁ ଡାଉନଲୋଡ କରୁଛନ୍ତି ଆବଶ୍ୟକୀୟ ଜିନିଷ ଛାଡି ଅନାବଶ୍ୟକ ଜିନିଷକୁ ତୁରନ୍ତ ଡିଲିଟ କରନ୍ତୁ। ଏପରି ସମୟ ବ୍ୟବଧାନରେ କରୁଥାନ୍ତୁ । କାରଣ ଅଧିକାଂଶ ସମୟରେ ଅଯଥା ଫାଇଲ ମୋବାଇଲରେ ରହିବା ସହ ତାହାର ଷ୍ଟୋରେଜକୁ ଫୁଲ କରିଥାଏ।

-ମୋବାଇଲରେ ଭିଡିଓ ରହିବା ଦ୍ବାରା ଅଧିକ ଷ୍ଟୋରେଜ୍ ଶେଷ ହୋଇଥାଏ। ଏଣୁ ଭିଡିଓ ବ୍ୟାକଅପ ନେବା ପରେ ଅଥବା ଏହାକୁ ଡ୍ରାଇଭ ବା କ୍ଳାଉଡରେ ସେଭ କରିବାପରେ ଡିଲିଟ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.