କେହି ଦେଖିପାରିବେ ନାହିଁ ଆପଣଙ୍କର ଫୋନରେ ଥିବା ପର୍ସନାଲ ଫଟୋ-ଭିଡ଼ିଓ, କରିବାକୁ ହେବ ଏହି ଉପାୟ

ସ୍ମାର୍ଟଫୋନରେ ଅନେକ ପ୍ରକାରର ପର୍ସନାଲ ଜିନିଷ ଅଛି ଯେପରିକି ବ୍ୟକ୍ତିଗତ ଫଟୋ-ଭିଡିଓ ଏବଂ ଡକ୍ୟୁମେଣ୍ଟ୍, ଯାହାକୁ ଆମେ ପରିବାର ସଦସ୍ୟ ହେଉ ବା ବନ୍ଧୁବାନ୍ଧବ କାହା ସହିତ ବାଣ୍ଟିବାକୁ ଚାହିଁ ନଥାଉ । କିନ୍ତୁ ବେଳେବେଳେ ଏପରି ପରିସ୍ଥିତି ଉପୁଜେ ଯେ ନଚାହିଁ ବି ନିଜର ଫୋନ୍‌ କାହାକୁ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଯଦି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଏକ ଗୁରୁତ୍ୱପୂର୍ଣ୍ଣ କଲ୍ କରିବାକୁ ଏକ ଫୋନ୍ ମାଗନ୍ତି, ତେବେ ଆପଣଙ୍କୁ ତାହା ଦେବାକୁ ପଡିବ।

କିଛି ଲୋକ କାମ ସରିବା ପରେ ଫୋନ୍‌ ଫେରେଇ ଦେଇଥାନ୍ତି , ତ କିଛି ଗ୍ୟାଲେରୀକୁ ଏପଟ ସେପଟ କରି ଦେଖୁଥାନ୍ତି । ଯଦି ଏପରି ସମସ୍ୟାରେ ପଡୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କୌଶଳ କହିବାକୁ ଯାଉଛୁ, ଯାହାଫଳରେ ଗୁଗୁଲ୍ ଫଟୋରେ ପଡ଼ିଥିବା ବ୍ୟକ୍ତିଗତ ଫଟୋ-ଭିଡିଓ କାହାର ହାତରେ ଲାଗିବ ନାହିଁ। ଆପଣ ଯାହାକୁ ବି ଫୋନ୍ ଦେବାରେ ସକ୍ଷମ ହେବେ ଏବଂ ଲକ୍ଷ ଲକ୍ଷ ଚେଷ୍ଟା ପରେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ଫଟୋ-ଭିଡିଓ କେହି ଦେଖି ପାରିବେ ନାହିଁ।

ବାସ୍ତବରେ, ଗୁଗୁଲ୍ ଫଟୋ ଲକ୍ ହୋଇଥିବା ଫୋଲ୍ଡର ଫିଚର ବର୍ତ୍ତମାନ ପିକ୍ସେଲ ସ୍ମାର୍ଟଫୋନ୍ ବ୍ୟତୀତ ଅନ୍ୟ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଉପଲବ୍ଧ ଅଛି। ଜୁନ୍‌ରେ , ଗୁଗଲ ଫଟୋଜ୍‌ରେ ସେଭ୍‌ କରାଯାଇ ଥିବା ଫଟୋ ଓ ଭିଡ଼ିଓକୁ ଲକ୍‌ କରିବାର ଫିଚର ଜାରି କରିଥିଲା । ଯଦିଓ ପୂର୍ବରୁ ଏହି ଅନନ୍ୟ ଫିଚର କେବଳ ଗୁଗୁଲ୍ ପିକ୍ସେଲ ସ୍ମାର୍ଟଫୋନରେ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ଏହା ଅନ୍ୟ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ମଧ୍ୟ ଉପଲବ୍ଧ।

ଗୁଗୁଲ୍ ଫଟୋଗୁଡ଼ିକର ଲକ୍ ହୋଇଥିବା ଫୋଲ୍ଡରରେ ସେଭ୍ ହୋଇଥିବା ଫଟୋ ଏବଂ ଭିଡିଓଗୁଡିକ ନା ବ୍ୟାକଅପ୍ ନେଇପାରିବେ ନା ସେୟାର କରିପାରିବେ। ଏହି ଫିଚର ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଫଟୋ ଏବଂ ଭିଡିଓଗୁଡ଼ିକୁ ସହଜରେ ଲୁଚାଇ ପାରିବେ। ଏହି ଫୋଲ୍ଡରରେ ସେଭ୍ ହୋଇଥିବା ଫଟୋ ଗୁଡ଼ିକର ସ୍କ୍ରିନସଟ୍ ବି ନିଆଯାଇପାରିବ ନାହିଁ। ତେବେ ଏହାକୁ କିପରି ବ୍ୟବହାର କରିବେ ଦେଖନ୍ତୁ …

ଆପଣ ନିଜର ଫଟୋକୁ କେମିତି ଲକ୍‌ କରିପାରିବେ –

ପ୍ରଥମେ ଆପଣଙ୍କ ଫୋନ୍‌ରେ ଗୁଗଲ ଫଟୋର ଲାଟେଷ୍ଟ ଭର୍ସନ ରହିବା ଦରକାର ।

ଏହାପରେ ଗୁଗଲ ଫଟୋଜ୍‌କୁ ଓପେନ କରନ୍ତୁ ।

Library କୁ ଯାଇ, ୟୁଟିଲିଟିଜ୍‌ ସର୍ଚ୍ଚ କରନ୍ତୁ ।

ଏହାପରେ Set Up Locked Folder ରେ କ୍ଲିକ୍‌ କରନ୍ତୁ ।

ଏହାପରେ ଏକ ସ୍କ୍ରିନ୍‌ ଖୋଲି ଯିବ । ଏହାପରେ Locked Folder ର ଫିଚର ଦିଆଯିବ ।

ଆଗକୁ ବଢ଼ିବା କ୍ଷଣି Set up Locked Folder କୁ କ୍ଲିକ୍‌ କରି ପାରିବେ ।

ଏଠାରେ ଆପଣ ଲୋକାଲ ଫୋଲଡରରେ ପାସୱାର୍ଡ ସେଟ୍‌ କରିପାରିବେ ।

ଆପଣ ନିଜର ଫୋନ୍‌କୁ ଲକ୍‌ ପାଟର୍ନର ବି ବ୍ୟବହାର କରିପାରିବେ ।

ଏମିତି ଆପଣ ନିଜର ଫଟୋ ଓ ଭିଡ଼ିଓକୁ ଲକ୍‌ କରି ସହଜରେ ଗୁଗଲ ଫଟୋରେ ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.