ଆପଣଙ୍କ ପାଖରେ ଥିବା Pan Card ବୈଧ ଅଛି କି ନାହିଁ, ଏହି ତରିକାରୁ ତୁରନ୍ତ କରନ୍ତୁ ପତ୍ତା

କଣ ବାସ୍ତବରେ କଣ ଆପଣ ଜାଣିଛନ୍ତି ଆପଣ ନିଜ ପାଖରେ ଯେଉଁ ପାନ କାର୍ଡ ରଖିଛନ୍ତି ତାହା ବୈଧ ଅଛି ନା ଅବୈଧ ହୋଇଗଲାଣି । କେବେ ଏସବୁକୁ ନେଇ ଆପଣ ଚିନ୍ତା କରିଛନ୍ତି କି ନାହିଁ ।

ଆପଣ ପ୍ରତିଦିନ ପ୍ରାୟ ଏହି ଖବର ଶୁଣୁଛନ୍ତି ଯେ ଆଧାର ସହ ପାନକୁ ଲିଙ୍କ୍‌ କରିବା । ନଚେତ ଆପଣଙ୍କ କାର୍ଡ ଇନଭ୍ୟାଲିଡ୍‌ ହୋଇଯିବ କିନ୍ତୁ କଣ ବାସ୍ତବରେ କଣ ଆପଣ ଜାଣିଛନ୍ତି ଆପଣ ନିଜ ପାଖରେ ଯେଉଁ ପାନ କାର୍ଡ ରଖିଛନ୍ତି ତାହା ବୈଧ ଅଛି ନା ଅବୈଧ ହୋଇଗଲାଣି । କେବେ ଏସବୁକୁ ନେଇ ଆପଣ ଚିନ୍ତା କରିଛନ୍ତି କି ନାହିଁ । ନା ଭାବୁଛନ୍ତି ଆପଣଙ୍କ କାର୍ଡରେ ଭ୍ୟାଲିଡିଟୀ ଅନେକ ଦିନ ଅଛି । ଦର୍ଶକବନ୍ଧୁ କାହିଁକି ଆପଣ ଥରେ ଏହାର ଚେକ କରୁନାହାଁନ୍ତି ଯେ ଆପଣଙ୍କ ପାଖରେ ଥିବା କାର୍ଡରେ ଭ୍ୟାଲିଡିଟୀ ଅଛି ନା ନାହିଁ, ଆଉ ଯଦି ଅଛି କେତେ ଦିନ ଆଉ ଅଛି । ଆପଣ କିପରି ଏହା ଚେକ କରିବେ ତାର ଟିପ୍ସ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ପରିଚୟ ପତ୍ର କହିଲେ ବର୍ତ୍ତମାନ ଗୋଟିଏକୁ ବୁଝାପଡେ ତାହା ହେଉଛି ପାନ୍‌ କାର୍ଡ । ଏହାକୁ ପରମାନେଣ୍ଟ ଆକାଉଣ୍ଟ ନମ୍ବର କୁହାଯାଏ । ଏକ ଦଶ ଅକ୍ଷର ବିଶିଷ୍ଟ ବର୍ଣ୍ଣମାଳା ପରିଚାୟକ, ଯାହା ଭାରତୀୟ ଆୟକର ବିଭାଗ ଦ୍ୱାରା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ପାନ୍‌ କାର୍ଡକୁ ନିଜ ଆଧାର ସହିତ ଲିଙ୍କ କରିବା ପାଇଁ ଆପଣ ଅନେକ ନ୍ୟୁଜ ଦେଖୁଥିବେ କିନ୍ତୁ ଆପଣ ଜାଣନ୍ତି କି କିଭଳି ଜାଣିହେବ ବାସ୍ତବରେ ଆପଣଙ୍କ ପାନ୍‌ କାର୍ଡ ବୈଧ ଅଛି କି ନାହିଁ ।

ପାନ୍ କାର୍ଡ ହେଉଛି ଏକ ଲାମିନ୍ଟେଡ୍ କାର୍ଡ ଯାହା ଏକ ବ୍ୟାଙ୍କ କାର୍ଡ ସହିତ ସମାନ। ପ୍ରତ୍ୟେକ ପାନ୍‌ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣମାଳା ଏବଂ ଅକ୍ଷର ମିଶ୍ରଣରେ ଗଠିତ ଦଶ ଅଙ୍କକୁ ନେଇ ଗଠିତ । ପାନ୍‌ ଗଠନ ନିମ୍ନଲିଖିତ ଅଟେ ।

କିଭଳି କରିବେ ଯାଞ୍ଚ
  • ଆୟକର ଇ-ଡିଲିଂର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ
  • “Quick Links” ବିଭାଗରେ ଥିବା ‘ଆପଣଙ୍କର ପାନ୍‌ ବିବରଣୀ ଯାଞ୍ଚ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ
  • PAN ନମ୍ବର, ନାମ ଏବଂ ଜନ୍ମ ତାରିଖ ଜାଣନ୍ତୁ
  • ପ୍ରଯୁଜ୍ୟ ଭାବରେ ସ୍ଥିତି ଚୟନ କରନ୍ତୁ
  • ବର୍ତ୍ତମାନ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ
  • “ଦାଖଲ” ବଟନ୍ ଉପରେ କ୍ଲିକ୍ କର
  • ଆପଣଙ୍କର PAN ସ୍ଥିତି ପରଦାରେ ଦେଖାଯିବ

ସୂଚନାମୁତାବକ ଯେଉଁମାନେ ପାନ୍‌ କାର୍ଡକୁ ଆଧାର କାର୍ଡରେ ଲିଙ୍କ କରି ନାହାନ୍ତି ସେହି ଲୋକମାନଙ୍କୁ ଇନକମ ଟ୍ୟାକ୍ସ ବିଭାଗ ଚେତାବନୀ ଦେଇଛି । ଏହାକୁ ନେଇ ଇନକମ ଟ୍ୟାକ୍ସ ବିଭାଗ ଟ୍ୱିଟ କରି କହିଛନ୍ତି ଯେ, ଆୟକର ଅଧିନିୟମ ୧୯୬୧ ଅନୁସାରେ, ପାନକୁ ଆଧାରରେ ଲିଙ୍କ କରିବା ପାଇଁ ଶେଷ ତାରିଖ ହେଉଛି ଆସନ୍ତା ୨୦୨୩ ବର୍ଷର ମାର୍ଚ୍ଚ ୩୧ତାରିଖ । ଯଦି ପାନକୁ ଆଧାର ସହ ଲିଙ୍କ କରୁନାହାନ୍ତି ତେବେ ପାନ୍‌କାର୍ଡ ଅଚଳ ହୋଇଯିବ । ଏହାଛଡା ଯଦି ଆପଣ ପୁରୁଣା ପାନ୍‌ କାର୍ଡକୁ କିଛି ଡକ୍ୟୁମେଣ୍ଟରେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୧୦ହଜାର ପର୍ଯ୍ୟନ୍ତ ଫାଇନ ଦେବା ପାଇଁ ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.