ଫୋନ୍‌କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ : ସିମ୍‌ କାର୍ଡରେ ଏମିତି ଲଗାଇବେ ‘ତାଲା, ହ୍ୟାକ୍‌ରଙ୍କ ବୁଦ୍ଧି ହୋଇଯିବ ବଣା

ନୂଆଦିଲ୍ଲୀ : ଦିନକୁ ଦିନ ହ୍ୟାକ୍‌ରଙ୍କ ଉତ୍ପାତ ବଢ଼ୁଥିବାରୁ ଫୋନ୍‌ ଏବଂ ସିମ୍‌ର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଏବେ ଜରୁରୀ ହୋଇ ପଡ଼ିଲାଣି । ସିମ୍‌ ସ୍ୱେପିଙ୍ଗ୍‌ ଓ ଅନ୍‌ ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଫ୍ରଡ୍‌କୁ ରୋକିବା ପାଇଁ ସିମ୍‌ ଲକ୍‌ ରଖିବା ଏକାନ୍ତ ଆବଶ୍ୟକ ହୋଇ ପଡିଛି । ତେଣୁ ଜାଣନ୍ତୁ କିପରି କରିବେ ଆପଣଙ୍କ ସିମ୍‌କୁ ସହଜରେ ଲକ୍‌ ।
ୟୁଜର୍ସ ସାଧାରଣତଃ ନିଜର ଫୋନ୍‌କୁ ବିଭିନ୍ନ କୋଡ୍‌ ମାଧ୍ୟମରେ ଲକ୍‌ କରିଥାନ୍ତି । ହେଲେ ଏବେ ଏମିତି ମାମଲା ଆସୁଛି ଯେ ହ୍ୟାକରମାନେ ଫୋନ ଲକ୍‌ ଥାଇ ବି ଡାଟା ଚୋରି ହୋଇଯାଉଛି । ତେଣୁ ସିମ୍‌ର ସୁରକ୍ଷା ଏବେ ଅନିର୍ବାଯ୍ୟ ହୋଇ ପଡ଼ିଛି । ସିମ୍‌ ମାଧ୍ୟମରେ କଣ୍ଟାକ୍ଟ ଲିଷ୍ଟ ଥିବା ସହ ବ୍ୟାଙ୍କ୍‌ରୁ ଓଟିପି ମଧ୍ୟ ଆସିଥାଏ । ଏହି କାରଣରୁ ସିମ୍‌ର ସୁରକ୍ଷା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ।

ଆପଣଙ୍କ ସିମ୍‌ କାର୍ଡକୁ ସାଇବର ଅପରାଧୀ ଯେପରି ହ୍ୟାକ୍‌ କରି ପାରିବେନି ସେ ଉପରେ ଆମେ ଆପଣଙ୍କୁ କଛି ଖାସ୍‌ ଟି୍ରକ୍‌ ଦେବୁ । ଯାହା ଫଳରେ ସାଇବର ଅପରାଧୀ ଏହାକୁ ହ୍ୟାକ୍‌ କରିପାରିବେ ନାହିଁ । ସିମ୍‌ ପିନ୍‌ ଏକ୍‌ଟିଭ୍‌ ହେବା ପରେ ଫୋନ୍‌ ରିଷ୍ଟାର୍ଟ କିମ୍ବା ନୂଆ ମୋବାଇଲରେ ସିମ ଏଣ୍ଟ୍ରି କଲେ ‘ସିମ୍‌ ପିନ୍‌’ ର ଆବଶ୍ୟକତା ପଡ଼ିଥାଏ ।

ସିମ୍‌ ପିନ୍‌ ଏକ୍‌ଟିଭ୍‌ କରିବା ପାଇଁ ଏହି ଷ୍ଟେପ୍‌ସ କୁ ଫଲୋ କରନ୍ତୁ ।

୧. ପ୍ରଥମେ ଫୋନ୍‌ର ସେଟିଂ କୁ ଯାଇ ସିକ୍ୟୁରିଟି ଉପରେ ଟ୍ୟାପ୍‌ କରନ୍ତୁ ।

sim

୨. ଏବେ ଅଦର ସିକ୍ୟୁରିଟି ସେଟିଂ କିମ୍ବା ମୋର୍‌ ସିକ୍ୟୁରିଟି ସେଟିଂ କୁ ଯାଆନ୍ତୁ ।

sim-1

୩. ଏବେ ସେଟ୍‌ ଅପ୍‌ ସିମ୍‌ କାର୍ଡ ଲକ୍‌ ଉପରେ ଟ୍ୟାପ୍‌ କରନ୍ତୁ ।

sim-2

୪. ସିମ୍‌ର ଡିଫଲ୍‌ଟ୍‌ ପିନ୍‌ ନମ୍ବର ଅଲଗା ଅପରେଟରଙ୍କ ଅଲଗା ହୋଇଥାଏ । ଉଦାହରଣତଃ ଏୟାରଟେଲ୍‌ ସିମ୍‌ ପିନ୍‌ ୧୨୩୪ ହୋଇଥିବା ବେଳେ ଭୋଡାଫୋନ୍‌ର ସିମ୍‌ ପିନ୍‌ ୦୦୦୦ ହୋଇଥାଏ ।

୫. ଡିଫଲ୍‌ଟ ସିମ୍‌ ପିନ୍‌କୁ ବଦଳାଇବା ପାଇଁ ‘ଚେଞ୍ଜ ସିମ୍‌ କାର୍ଡ ପିନ୍‌’ ଉପରେ ଟ୍ୟାପ୍‌ କରନ୍ତୁ ।

sim-3

୬. ଭେରିଫାଏ କରିବା ପାଇଁ ଡିଫଲ୍‌ଟ ପିନ(ଯଥା ୧୨୩୪,କିମ୍ବା୦୦୦) ଏଣ୍ଟର କରନ୍ତୁ ଓ ଏହା ପରେ ଆପଣଙ୍କ ପସନ୍ଦର ପିନ୍‌ ଏଣ୍ଟର କରି କନ୍‌ଫର୍ମ କରନ୍ତୁ । ଏହା ପରେ ସିମ୍‌କୁ ସେଭ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.