Below header

ହ୍ଵାଟ୍ସଆପ ଟିପ୍ସ : ଡିଲିଟ ହୋଇଯାଇଥିବା ମେସେଜକୁ ବି ଅତି ସହଜରେ ପଢିପାରିବେ, ଆପଣାନ୍ତୁ ଏହି ଟିପ୍ସ

ହ୍ଵାଟ୍ସଆପର ଏକ ଫିଚର ରହିଛି ଯାହା ମାଧ୍ୟମରେ ଆପଣ ପଠାଯାଇଥିବା ମେସେଜକୁ ଡିଲିଟ କରିପାରିବେ । ଯଦିଓ ଏହି ଫିଚର ବହୁତ ଉପଯୋଗୀ, କିନ୍ତୁ ଅନେକ ଲୋକ ଭୁଲ୍ ଭାବରେ ଏହାର ଫାଇଦା ନିଅନ୍ତି ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କଥାକୁ ମଧ୍ୟ ଡିଲିଟ କରିଦେଇପାରନ୍ତି । ତେବେ ଆସନ୍ତୁ ଆଜି ଜାଣିବା କିଛି ଏପରି ଟିପ୍ସ ଯାହା ସାହାଯ୍ୟରେ ଆପଣ କେହି ବି ଡିଲିଟ୍ କରିଥିବା ମେସେଜକୁ ଅତି ସହଜରେ ପଢିପାରିବେ ।

ସର୍ବପ୍ରଥମେ ଏଠାରେ କହି ରଖିବୁ ଯେ ଏହି ଟ୍ରିକ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଅଟେ । ଏହାବ୍ୟତୀତ ଏହି ଟ୍ରିକକୁ ଆପଣ ନିଜ ରିସ୍କରେ ବ୍ୟବହାର କରନ୍ତୁ । କାରଣ ଡିଲିଟ ହୋଇଥିବା ମେସେଜକୁ ଆପଣ କେବଳ ଏକ ଥାର୍ଡ଼ ପାର୍ଟି ଆପ୍ ସାହାଯ୍ୟରେ ପଢିପାରିବେ । ଏଥିପାଇଁ ପ୍ରଥମେ ଆପଣ ନିଜ ଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ WhatsRemoved+ ଆପ୍ ଡାଉନଲୋଡ୍ କରନ୍ତୁ ।

Top 5 WhatsApp Security Tips To Keep Your WhatsApp Safe - Tech

ଏହା ପରେ ଆପର ସେଟିଙ୍ଗ୍ ସଂପୂର୍ଣ୍ଣ କରି ଜରୁରୀ ପରମିସନ ଦିଅନ୍ତୁ । ଅନୁମତି ଦେବା ପରେ ପୁଣିଥରେ ଆପକୁ ଯାଆନ୍ତୁ ଏବଂ ସେହି ଆପ୍ ସିଲେକ୍ଟ କରନ୍ତୁ ଯାହାର ନୋଟିଫିକେସନ ଆପଣ ସେଭ କରିବାକୁ ଚାହୁଁଛନ୍ତି । ଉଦାହରଣ ସ୍ୱରୂପ, ଯଦି ଆପଣ ହ୍ଵାଟ୍ସଆପ ନୋଟିଫିକେସନ ସେଭ କରିବାକୁ ଚାହୁଁଛନ୍ତି, ତେବେ ହ୍ଵାଟ୍ସଆପକୁ ସିଲେକ୍ଟ କରନ୍ତୁ । ତା’ପରେ ପରବର୍ତ୍ତୀ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।

ଏହା ପରେ ନୂଆ ସ୍କ୍ରିନରେ YES ଟ୍ୟାପ୍ କରନ୍ତୁ ଏବଂ ସେଭ୍ ଫାଇଲ୍ ପାଇଁ ଅନୁମତି ଦିଅନ୍ତୁ । ଏହା ପରେ ଆପଣ ଏହି ଆପ୍ ବ୍ୟବହାର କରିବାକୁ ସକ୍ଷମ ହେବେ । ଏହା ପରେ ଆପଣ ହ୍ଵାଟ୍ସଆପର ସମସ୍ତ ଡିଲିଟ୍ ହୋଇଥିବା ମେସେଜ୍ ଏହି ଆପରେ ଦେଖିପାରିବେ । ଯଦିଓ WhatsRemoved+ରେ ଆପଣଙ୍କୁ ଅନେକ ବିଜ୍ଞାପନ ଦେଖିବାକୁ ମିଳିବ କିନ୍ତୁ ଯଦି ଆପଣ ସେଗୁଡିକୁ ହଟାଇବାକୁ ଚାହୁଁଥାନ୍ତି , ତେବେ ଆପଣଙ୍କୁ 10 ଟଙ୍କା ଦେବାକୁ ପଡିବ । ଏହାଦ୍ୱାରା ଆପଣ ବିଜ୍ଞାପନକୁ ହଟାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.