ସ୍କିନ ପ୍ରୋବ୍ଲେମ, ରକ୍ତଚାପ ଭଳି ଅନେକ ସମସ୍ୟାକୁ କମଳା କରିଥାଏ କଣ୍ଟ୍ରୋଲ, ଜାଣନ୍ତୁ ଅନ୍ୟ ଫାଇଦା

ଫଳ ଆମ ଶରୀରକୁ ଅନେକ ଫାଇଦା ପହଞ୍ଚାଇଥାଏ। ସେଥିମଧ୍ୟରୁ ସନ୍ତରା ବା କମଳା ଅନ୍ୟତମ। ଏଥିରେ ଥିବା ଭିଟାମିନ ସି ଆମ ଶରୀରର ଇମ୍ୟୁନିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ କହିବୁ କମଳା ଖାଇଲେ କ’ଣ ସବୁ ଲାଭ ମିଳିଥାଏ।

୧. କମଳାରେ ଥିବା ଆଣ୍ଟି ଅକ୍ସିଡେଣ୍ଟସ ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ପହଞ୍ଚାଇଥାଏ। ଏଥିରେ ମହଜୁଦ ଏକ୍ସାର୍ବିକ ଏସିଡ ଏବଂ ବିଟା କ୍ୟାରୋଟିନ ଶରୀରରେ କ୍ୟାନସରର ଆଶଙ୍କାକୁ କମ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଫ୍ରି ରେଡିକଲସକୁ ଛୁଟକାରା ଦେଇଥାଏ।

rd

୨. ସନ୍ତରା ପ୍ରତିଦିନ ସେବନ କଲେ ଆପଣଙ୍କୁ ବିପି ସମସ୍ୟା ହେବାର ଆଶଙ୍କା ବହୁତ କମି ଯାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉଚ୍ଚ ରକ୍ତଚାପ ସମସ୍ୟା ଥିବା ଲୋକଙ୍କୁ କମଳା ଖାଇବାକୁ ପରାମର୍ଶ ଦେଇଥାନ୍ତି।

୩. କମଳାକୁ ସ୍ନାକ୍ସ ଫରୁଟ୍ସରେ ସାମିଲ କରି ନିଜ କ୍ୟାଲୋରୀ ଇଣ୍ଟେକକୁ କମ କରାଯାଇପାରିବ। ଏହାଦ୍ୱାରା ଓଜନକୁ କଣ୍ଟ୍ରୋଲରେ ରଖିବା ପାଇଁ ବହୁତ ସାହାଯ୍ୟ ମିଳିଥାଏ। ସକାଳ ଜଳଖିଆରେ ୧ ଗ୍ଲାସ କମଳାର ଜୁସ ବହୁତ ଫାଇଦାଯୁକ୍ତ ହୋଇଥାଏ।

e

୪. ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥିବାରୁ ଏହା ଆପଣଙ୍କ ସ୍କିନକୁ ବିଭିନ୍ନ ଦାଗ, ଚିହ୍ନଠାରୁ ଦୂରେଇ ରଖିଥାଏ।

୫. କିଡନୀ ଷ୍ଟୋନର ସମସ୍ୟା ଥିଲେ ପ୍ରତିଦିନ କମଳା ଏବଂ ଏହାର ଜୁସ ସେବନ କରିବା ଲାଭଦାୟକ ହୋଇଥାଏ। ଏହାର ରସ କିଡନୀରୁ ପଥର ବାହାର କରିଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.