ଲୋକପ୍ରିୟ ମେସେଜିଙ୍ଗ ଆପ ଗୁଡିକ ଭିତରୁ ଗୋଟିଏ ହେଉଛି ହ୍ଵାଟ୍ସଆପ । ଏହା ଜରିଆରେ ପରସ୍ପର ସହିତ କଥା ହେବା, ଚାଟିଙ୍ଗ କରିବା, ଭିଡିଓ କଲ କରିବା ଅତି ସହଜ ହୋଇଥାଏ । ଏହା ସହିତ ସିକ୍ୟୁରିଟି ଦୃଷ୍ଟିରୁ ବି ଏହି ଆପ ଖୁବ ଭଲ । ଅବଶ୍ୟ ଆପଣ ନିଜ ହ୍ଵାଟ୍ସଆପ ଚାଟିଙ୍ଗକୁ ଅଧିକ ଭଲ ତଥା ସୁରକ୍ଷିତ କରିବା ପାଇଁ ପ୍ରାଇଭେସି ତଥା ଅନଲାଇନ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବାବଦରେ କହିରଖୁଛୁ ଯାହା ସାହାଯ୍ୟରେ ଆପଣ ନିଜ ବ୍ୟକ୍ତିଗତ ମେସେଜ ତଥା ଫାଇଲ ଗୁଡିକୁ ଅଧିକ ସୁରକ୍ଷିତ ରଖିପାରିବେ ।
୧. ଟୁ ସ୍ଟେପ ଭେରିଫିକେସନକୁ ଜାରି କରନ୍ତୁ:
ନିଜ ହ୍ଵାଟ୍ସଆପ ଆକାଉଣ୍ଟ ପାଇଁ ଟୁ ସ୍ଟେପ ଭେରିଫିକେସନକୁ ଜାରି କରିବା ଦ୍ୱାରା ଆପଣଙ୍କ ଡିଭାଇସର ପ୍ରାଇଭେସି ବଢିଥାଏ । ଏଥିପାଇଁ ଆପଣଙ୍କୁ ଇନ- ବିଲଡ଼ ଫିଚର ଆରମ୍ଭ କରିପାରିବେ ।
୨. ଅଚିଂହା ଲିଙ୍କ ଗୁଡିକୁ ଯାଞ୍ଚ କରାଇ ନିଅନ୍ତୁ:
ଖାଲି କେବଳ ହ୍ଵାଟ୍ସଆପ ନୁହେଁ ବରଂ ଇମେଲରୁ ଆରମ୍ଭ କରି ଇନ୍ସଟାଗ୍ରାମ ଡିଏମ ପର୍ଯ୍ୟନ୍ତ ସବୁଥିରେ ପ୍ରାୟ ସବୁ ସମୟରେ ଏଣୁ ତେଣୁ ଲିଙ୍କ ଗୁଡିଏ ଆସିବା ଏକ ବଡ ସମସ୍ୟା କହିଲେ ଚଳେ । କେବେ କେବେ ତ ଆପଣଙ୍କୁ ଏମିତି କିଛି ଆକାଉଣ୍ଟରୁ ଲିଙ୍କ ମିଳିଯାଏ ଯେଉଁ ଲୋକମାନଙ୍କୁ ଆପଣ ଚିନ୍ହି ନଥାନ୍ତି କି ଜାଣିନଥାନ୍ତି । ଆଉ କିଛି ଜଣ ନଜାଣି ନଶୁଣି ଲିଙ୍କ ଗୁଡିକ ଉପରେ କ୍ଲିକ କରି ଏହାର ଶିକାର ପିଲାଟିଯାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଆପଣ କୌଣସି ବି ଲିଙ୍କ ଚେକିଙ୍ଗ ସାଇଟ ଯେମିତିକି ସ୍କ୍ୟାନ୍ୟୁଆରଏଲ, ଫିସଟ୍ୟାଙ୍କ, ନର୍ତନ ସେଫ ୱେବ ଉପରେ ପୋଷ୍ଟ କରି ଯାଞ୍ଚ କରିପାରିବେ ।
୩. ସିକ୍ୟୁରଟି ନୋଟିଫିକେସନକୁ ଆକ୍ଟିଭ କରନ୍ତୁ:
ହ୍ବାଟସ ଅପ ସିକ୍ୟୁରିଟି ନୋଟିଫିକେସନ ୟୁଜର୍ସଙ୍କୁ କହିଥାଏକି ସେମାନଙ୍କ ଫୋନର ଯଦି ସିକ୍ୟୁରିଟି ଠିକ ଭାବରେ ନ ରୁହେ ତେବେ କେତେ ବିପଦ ହୋଇଥାଏ । ଏମିତିରେ ହ୍ଵାଟ୍ସଆପ ଦୁଇ ଡିଭାଇସ ଭିତରେ ଏଣ୍ଡ ଟୁ ଏଣ୍ଡ ଇନଷ୍କ୍ରିପସନ ଲାଗୁ କରିଥାଏ । ଯଦି ଆପଣ ଏହାକୁ ଚାଲୁ କରନ୍ତି ତେବେ ଆପଣଙ୍କୁ ନିଜ ଆକାଉଣ୍ଟକୁ ନୂଆ ଡିଭାଇସରେ ଲଗ ଇନ କରିବାକୁ ହେବ । ଆଉ ସମସ୍ତ ଚାଟ ଉପରେ ଏକ କ୍ଲିକ ଆଲର୍ଟ ପଠାଯାଇଥାଏ । ତେଣୁ ଯଦି ଆପଣଙ୍କ ହ୍ଵାଟ୍ସଆପ ଆକାଉଣ୍ଟ ହ୍ୟାକ କରାଯାଇଥାଏ ଓ ଅନ୍ୟ କୌଣସି ଥିରୁ ଲଗ ଇନ କରାଯାଇଥାଏ, ତେବେ ଆପଣଙ୍କୁ କଣ୍ଟେଣ୍ଟସ ବିଷୟରେ ଜଣାପଡିଯିବ । ଏହି ଫିଚରକୁ ଆରମ୍ଭ କରିବା ପାଇଁ ହ୍ଵାଟ୍ସଆପ ସେଟିଙ୍ଗ ଆକାଉଣ୍ଟ/ ସିକ୍ୟୁରିଟି ଉପରେ ନେଭିଗେଟ କରନ୍ତୁ ଓ ସିକ୍ୟୁରିଟି ନୋଟିଫିକେସନ ତୁରନ୍ତ ଚାଲୁ କରନ୍ତୁ ।
୪. ଫୋନ ହଜିଗଲେ ତୁରନ୍ତ ଲଗ ଆଉଟ କରନ୍ତୁ ଆକାଉଣ୍ଟ:
ଯଦି ଆପଣ ନିଜ ସ୍ମାର୍ଟଫୋନ ସିମ ସହିତ କେଉଁଠି ହଜାଇ ଦିଅନ୍ତି, ତେବେ ଆପଣଙ୍କ ଫୋନ ନିଜେ ନିଜେ ରିକଭର କରିବା ଖୁବ କଷ୍ଟ ହୋଇପଡେ । ଏମିତି ସ୍ଥିତିରେ ଆପଣ ତୁରନ୍ତ ଏକ ଡୁପ୍ଳିକେଟ ସିମ ବ୍ୟବହାର କରିପାରିବେ । ଆଉ ଏହାକୁ ଏକ ନୂଆ ଫୋନରେ ପକେଇ ପାରିବେ । ଏହା ପରେ ଏହି ଫୋନରେ Whatsapp ଡାଉନଲୋଡ଼ କରି ଓଟିପି ପାଇଁ ନିଜ ନୂଆ ସିମ ବ୍ୟବହାର କରିପାରିବେ । ଆଉ ଏଥିରେ Whatsappକୁ ଲଗ ଇନ କରିପାରିବେ । ନୂଆ ଡିଭାଇସରୁ ଆକାଉଣ୍ଟ ଲଗ ଇନ କରିବା ମାତ୍ରେ ଆପଣଙ୍କ ପୁରୁଣା ଫୋନରୁ ଲଗ ଆଉଟ ହୋଇଯିବ ।
୫. ଭିନ୍ନ ପ୍ରୋଫାଇଲ ପିକ୍ଚର ବ୍ୟବହାର କରନ୍ତୁ:
ଆପଣ ଜାଣନ୍ତି ଲୋକେ କେବଳ ଆପଣଙ୍କ ପ୍ରୋଫାଇଲ ପିକ୍ଚର ବ୍ୟବହାର କରି ଆପଣଙ୍କ ବିଷୟରେ ଅନେକ କିଛି ତଥ୍ୟ ହାସଲ କରିପାରନ୍ତି । ଯଦି ଆପଣଙ୍କ ପ୍ରୋଫାଇଲ ପିକ୍ଚର ହ୍ଵାଟ୍ସଆପ, ଫେସବୁକ କିମ୍ବା ଲିଙ୍କଡ଼ିନ ପରି ପ୍ଲାଟ୍ଫର୍ମ ରେ ସମାନ ହୋଇଥାଏ ତେବେ ଲୋକେ ଆପଣଙ୍କ ହ୍ଵାଟ୍ସଆପ ପ୍ରୋଫାଇଲ ପିକ୍ଚରକୁ ଡାଉନ ଲୋଡ଼ କରି ଫେସବୁକ ପେଜ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ପହଞ୍ଚି ଯାଇପାରନ୍ତି । ଆଉ ଏହା ପରେ ଆପଣ କେଉଁଠି କାମ କରୁଛନ୍ତି, କେଉଁଠି ରହୁଛନ୍ତି, ଏବେ କଣ କରୁଛନ୍ତି ସେବାବଦରେ ତଥ୍ୟ ପାଇପାରନ୍ତି ।