ମୋବାଇଲ ଦେଲେନି ବୋଲି ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ

କୋରାପୁଟ(କେନ୍ୟୁଜ୍):  ମୋବାଇଲ ନଦେବାରୁ ହତ୍ୟା । ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ । କୋରାପୁଟ ସହରର ମସିପୁଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିନି ସାଙ୍ଗ ପଡିଆକୁ ଖେଳିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ନାବାଳକ ଓ ଜଣେ ସାବାଳକ । ଜଣେ ସାଙ୍ଗ ମୋବାଇଲ୍‌ରେ ଗେମ୍‌ ଖେଳୁଥିଲେ । ଅନ୍ୟ ଦୁଇସାଙ୍ଗ ଆସି ତାଙ୍କୁ ମୋବାଇଲ୍‌ ମାଗିଥିଲେ । ହେଲେ ସେ ମୋବାଇଲ ନଦେବାରୁ ପଥରରେ ମାରି ମୁଣ୍ଡ ଫଟାଇଦେଇଥିଲେ ।

ପରେ ନାବାଳକ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ । ଚେତା ଫେରିବା ପରେ ଗାଁରେ ଏକଥା କହିଦେବା ଭୟରେ ନାବାଳକର ତଣ୍ଟି ଚିପି ହତ୍ୟା କରିଥିଲେ ଦୁଇ ସାଙ୍ଗ । ପରେ ଘୋଷାଡି ଘୋଷାଡି ନେଇ କୋଲାବ ଡ୍ୟାମରେ ଫିଙ୍ଗିଦେଇଥିଲେ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.