ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌କୁ ଆସୁଥିବା ଫାଲତୁ କଲ୍‌ ଯୋଗୁ ଟେନ୍‌ସନ୍‌ରେ ଥିଲେ ଏମିତି କରନ୍ତୁ Block

ଫୋନ୍‌କୁ ଆସୁଥିବା ଫାଲତୁ କଲ ଯୋଗୁ ଯଦି ଆପଣ ବିରକ୍ତ ହେଉଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଜିଓ, ଏୟାରଟେଲ କିମ୍ବା ଭୋଡାଫୋନ୍‌ ଆଇଡିଆ ନେଟ୍‌ଓ୍ଵାର୍କ ବ୍ୟବହାର କରୁଥିବା ୟୁଜର୍ସ ସ୍ପାମ୍‌ କଲକୁ ମଧ୍ୟ ସହଜରେ ବ୍ଲକ୍‌ କରିପାରିବେ। ଏହାକୁ ଆପଣ ୨ଟି ଉପାୟରେ ବ୍ଲକ୍‌ କରିପାରିବେ।

ପ୍ରଥମ ଉପାୟଟି ହେଉଛି ଆପଣ ଏହାକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବନ୍ଦ କରିପାରିବେ। ଏଥିପାଇଁ ଆଣ୍ଡ୍ରଏଡ୍‌ ଫୋନ୍‌ର ମେସେଜିଂ ଆପ୍‌କୁ ଯାଆନ୍ତୁ ଓ START 0 ଟାପ୍‌ କରି ୧୯୦୯ ନମ୍ବରକୁ ପଠାନ୍ତୁ। ଏଭଳି କରିବା ପରେ ଆପଣଙ୍କ ଫୋନ୍‌କୁ ଆସୁଥିବା ସ୍ପାମ୍‌ କଲ ଆସିବା ବନ୍ଦ ହୋଇଯିବ। ଦ୍ୱିତୀୟ ଉପାୟଟି ହେଉଛି ଫୋନ୍‌ କଲ୍‌। ଆପଣ ଗୋଟିଏ କଲ କରି ମଧ୍ୟ ସ୍ପାମ୍‌ କଲକୁ ବନ୍ଦ କରିପାରିବେ। ଏଥିପାଇଁ ୧୯୦୯ ନମ୍ବରରେ କଲ କରି ଡୁ ନଟ୍‌ ଡିଷ୍ଟର୍ବ ପାଇଁ ଫୋନ୍‌ରେ କୁହାଯାଉଥିବା ନିର୍ଦ୍ଦେଶକୁ ପାଳନ କରନ୍ତୁ। ଏହା ଦ୍ୱାରା ଫୋନ୍‌ରେ ଡିଏନ୍‌ଡି ଆକ୍ଟିଭ ହୋଇଯିବ।

ଆପଣ ଚାହିଁଲେ ଫୋନ୍‌କୁ ଆସୁଥିବା ଫେକ୍‌ କଲକୁ ସିଲେକ୍ଟ କରି ଏକାଠି ବ୍ଲକ୍‌ କରିପାରିବେ। ଏଥିପାଇଁ Recent Calls କୁ ଯାଆନ୍ତୁ। ଯେଉଁ ନମ୍ବରରୁ ଫେକ୍‌ କଲ ଆସୁଛି ତାହାକୁ ସିଲେକ୍ଟ କରି Block/report Spam ବିକଳ୍ପ ଉପରେ ଟାପ୍‌ କରନ୍ତୁ। ଏମିତି କରିବା ଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ଆଉ କେବେ ବି ଫେକ୍‌ କଲ ଆସିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.