ସାରୁଅ ଜମି ହଡ଼ପ ମାମଲା: ବିବାଦୀୟ ଜାଗାରେ ହୋଇଥିବା ମହିଳା ସମିତି ସଭାପତି ଓ କୋଷାଧ୍ୟକ୍ଷ ଦେଲେ ଇସ୍ତଫା

ଖୋର୍ଦ୍ଧା: ଖୋର୍ଦ୍ଧାରେ ଓଟିଭିର ସାରୁଅ ଜମି ହଡ଼ପ ମାମଲା । ସାରୁଅ ବିବାଦୀୟ ଜାଗାରେ ଥିବା ମହିଳା ସମିତିର ସଭାନେତ୍ରୀ ଦେଲେ ଇସ୍ତଫା । ଦଳିତଙ୍କ ଜମି ଚଞ୍ଚକତା କରି ହଡ଼ପ କରାଯାଇଥିବା ଜାଣିବା ପରେ ସେ ଇସ୍ତଫା ଦେଇଥିବା କହିଛନ୍ତି । ମହିଳା ସମିତି ଘର ଚାରିପାଖରେ ପାଚେରୀ ନିର୍ମାଣ ହୋଇଥିଲା ।

ଫଳରେ ଚାଷଜମିକୁ ଯାଇପାରୁନଥିଲେ ସ୍ଥାନୀୟ ଲୋକ । କୋଷାଧ୍ୟକ୍ଷ ରଶ୍ମିତା ମହାଭୋଇ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ମହିଳା ସମିତି ଗୃହ ନିର୍ମାଣ କରି ରାସ୍ତା ଅବରୋଧ କରିଥିଲା । ମହିଳା ସମିତି ବେଆଇନ ବୋଲି ଗାଁଲୋକ ଅଭିଯୋଗ କରିଥିଲେ । ଜମି ହଡ଼ପରର ସତ ଜାଣିବା ପରେ ମହିଳା ସମିତି ସଭାପତି ଓ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.