Below header

ହ୍ବାଟସଆପରୁ ଚାଟ୍ ହିଷ୍ଟ୍ରି Telegramକୁ କରିପାରିବେ ଟ୍ରାନ୍ସଫର, ଜାଣନ୍ତୁ ସହଜ ଉପାୟ

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ୍ସ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି । ଏହା ମଧ୍ୟରେ ମେସେଜିଂ ଆପ୍ ଟେଲିଗ୍ରାମର ଏକ ନୂଆ ଫିଚର ଆରମ୍ଭ ହୋଇଛି । ଏହା ସାହାଯ୍ୟରେ ଆପଣ ନିଜ ସମସ୍ତ ଚାଟ୍ ହିଷ୍ଟ୍ରି ଅତି ସହଜରେ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ । ତେବେ ଜାଣନ୍ତୁ କେମିତି କରିବେ ଟ୍ରାନ୍ସଫର..

ନିକଟରେ ଟେଲିଗ୍ରାମ ନିଜ ନୂଆ ବ୍ଲଗ ପୋଷ୍ଟରେ କହିଛି କି, ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ବିରୁଦ୍ଧରେ ଲୋକଙ୍କ ବିରୋଧର ଫାଇଦା କମ୍ପାନୀକୁ ମିଳିଛି । କେବଳ ଜାନୁୟାରୀ ମାସରେ ହିଁ ଟେଲିଗ୍ରାମର ୧୦ ମିଲିୟନ୍ ୟୁଜର୍ସ ବଢିଛନ୍ତି । ପୋଷ୍ଟର ସୂଚନା ଅନୁସାରେ ଏବେ ୟୁଜର୍ସ ଅନ୍ୟ ମେସେଜିଂ ଆପ୍ସର ଚାଟ୍ ହିଷ୍ଟ୍ରି, ଭିଡିଓ ଓ ଡକ୍ୟୁମେଣ୍ଟ୍ସ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ ।

whatsapp

ଆଣ୍ଡ୍ରଏଡ୍ ଫୋନ୍ ୟୁଜର୍ସଙ୍କୁ ପ୍ରଥମେ ନିଜ ହ୍ୱାଟସଆପ୍ ଖୋଲିବାକୁ ହେବ । ଏବେ ଏଠାରେ ଯେଉଁ ଚାଟ୍ ବା ଗ୍ରୁପକୁ ଟ୍ରାନ୍ସଫର କରିବାକୁ ହେବ ତାକୁ ଟ୍ୟାପ୍ କରନ୍ତୁ । ଚାଟ୍ ସିଲେକ୍ଟ ହେବା ମାତ୍ରେ ଆପଣଙ୍କୁ More ଅପ୍ସନ ନଜର ଆସିବ । ଏଠାରେ Export Chat ଚୟନ କରନ୍ତୁ । ଏବେ ସାମ୍ନାରେ ଦେଖାଯାଉଥିବା ଆପ୍ସର ଅପ୍ସନରେ ଟେଲିଗ୍ରାମକୁ ଚୟନ କରନ୍ତୁ ଏବଂ ସେୟାର ବଟନ ଦବାନ୍ତୁ ।

ଆଇଫୋନ୍ ୟୁଜର୍ସ ମଧ୍ୟ ନିଜ ଅନ୍ୟ ମେସେଜିଂ ଆପ୍ସର ଚାଟ୍ ହିଷ୍ଟ୍ରିକୁ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ । ଏଥିପାଇଁ ଚାଟକୁ ଲେଫ୍ଟ ସ୍ୱାଇପ୍ କରନ୍ତୁ ଏବଂ ସିଧା Export ରେ ଟ୍ୟାପ୍ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.