ସୁବାସ ଘିଅ କମ୍ପାନୀ ମାଲିକଙ୍କୁ ଗିରଫ କଲା ଜଗତପୁର ଥାନା ପୋଲିସ୍, କେମିକାଲ ମିଶାଇ ଅପମିଶ୍ରଣ ସାମଗ୍ରୀ କରୁଥିଲେ ପ୍ରସ୍ତୁତ

କଟକ: ଗିରଫ ହେଲେ ଅପମିଶ୍ରଣ ଘିଅ ପ୍ରସ୍ତୁତକାରୀ କମ୍ପାନୀ ମାଲିକ । ସୁବାସ ଘିଅ କମ୍ପାନୀ ମାଲିକ ସୁବାସ ମଲ୍ଲିକଙ୍କୁ ଗତକାଲି ଗିରଫ କରିଛି କଟକ ଜଗତପୁର ଥାନା ପୋଲିସ । ଗତବର୍ଷ ନଭେମ୍ବର ମାସ ୨୯ ତାରିଖରେ ଜଗତପୁର ଶିଳ୍ପାଞ୍ଚଳର ସୁବାସ ଘିଅ ଫାକ୍ଟ୍ରିରେ ରେଡ଼ କରିଥିଲା କମିସନରେଟ ପୋଲିସ । ଘିଅରେ ପାମୋଲିନ ତେଲ ଓ କିଛି କେମିକାଲ ମିଶାଇ ଅପମିଶ୍ରଣ କରାଯାଉଥିବା ଜଣାପଡିଥିଲା । କେବଳ ଘିଅ ନୁହେଁ, ଆଚାର, ସସ, ସରବତ ସ୍କାସ ଆଦି ସାମଗ୍ରୀ ମଧ୍ୟ ଏଠାରେ ପ୍ରସ୍ତୁତ ହେଉଥିଲା । ଯାହାର ପ୍ରସ୍ତୁତି ରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସି ଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ।

୮୦୦ ଲିଟର ନକଲି ଘିଅ ପ୍ରସ୍ତୁତିରେ ୨୦୦ ଲିଟର ଘିଅ ଓ ୬୦୦ ଲିଟର ପାମୋଲୀନ ତେଲ ମିଶ୍ରଣ କରାଯିବା ସହ, ଯଥେଷ୍ଟ ଆଗରୁ ପାକେଜିଙ୍ଗ ତାରିଖ ପ୍ରିଣ୍ଟ କରି ସାମଗ୍ରୀରେ ମରା ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏକ୍ସପାରୀ ଡେଟ ଚାଲି ଯିବା ପରେ ମଧ୍ୟ ବଜାର ରୁ ପୁଣି ସାମଗ୍ରୀ ଗୁଡିକୁ ଫେରାଇ ଆଣି କାରଖାନାରେ ପୁଣି ଥରେ ପ୍ରସ୍ତୁତ କରି ବଜାରକୁ ଛଡ଼ା ଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି କାରଖାନାରୁ ପାଖାପାଖି ଏକ କୋଟି ଟଙ୍କାର ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଥିଲା ପୋଲିସ । ସେବେଠାରୁ କମ୍ପାନୀ ମାଲିକ ଫେରାର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.