ଗୀତ ଗାଇବାରେ ଖୁବ ପଛରେ ବଲିଉଡର ଏହି ଷ୍ଟାରମାନେ, ଶୁଣିଲେ ଫ୍ୟାନ୍ସ ମାନେ ହୋଇଯାନ୍ତି ବେହୋସ

ବଲିଉଡ ଷ୍ଟାର ମାନଙ୍କୁ ବଡ଼ ପରଦାରେ ଦେଖିଲେ ଆମ ଉତ୍ସୁକତା ଶହେ ଗୁଣା ବଢିଯାଏ । ସେମାନଙ୍କ ଲୁକସ ଠାରୁ ଆରମ୍ଭ କରି ଜୀବନ ଶୈଳୀ ପର୍ଯ୍ୟନ୍ତ ସବୁ ଜାଣିବା ପାଇଁ ଫ୍ୟାନ୍ସ ମାନେ ଚାତକ ପରି ଚାହିଁ ବସିଥାନ୍ତି । ବଲିଉଡର ଅଧିକାଂଶ ଷ୍ଟାର ମଲ୍ଟି ଟ୍ୟାଲେଣ୍ଟେଡ । ସେମାନେ ଯେତେ ଭଲ ଆକ୍ଟିଙ୍ଗ କରନ୍ତି ସେତେ ଭଲ ଗୀତ ବି ଗାଇପାରନ୍ତି । କିନ୍ତୁ ଏମିତି ବି କିଛି ଆକ୍ଟର ଅଛନ୍ତି ଯେଉଁ ମାନଙ୍କ ସ୍ୱର ଶୁଣିବା ପରେ ଆପଣ ଗୀତର ପ୍ରକୃତ ସ୍ୱର ବି ଭୁଲିଯିବେ ନଚେତ ଆପଣଙ୍କ କାନ ଦରଜ ହୋଇଯିବ ।

ଏହି ତାଲିକାରେ ସବୁଠୁ ଆଗ ଆସେ ଖିଲାଡୀ କୁମାର ଅର୍ଥାତ ଅକ୍ଷୟ କୁମାରଙ୍କ ନାଁ । ତାଙ୍କ ଫିଲ୍ମ ପାଇଁ ତ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି | କିନ୍ତୁ କେବେ ତାଙ୍କ କଣ୍ଠ ସ୍ୱର ଶୁଣିଛନ୍ତି କି ? ଶୁଣିଲେ ଆପଣଙ୍କ ମୁଣ୍ଡ ଗାଭରେଇ ଯିବ । କାରଣ ଅକ୍ଷୟ ଯେତେ ଭଲ ଆକ୍ଟିଭ କରନ୍ତି ସେତେ ଖରାପ ଗୀତ ଗାଆନ୍ତି ।

bollywood
India Today

ବଲିଉଡର ଦବଂଗ ଗାର୍ଲ ସୋନାକ୍ଷୀ ସିନ୍ହା ବି ଥରେ ଗୀତ ଗାଈ ଫ୍ୟାନ୍ସ ମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଏହି ଆଇଡ଼ିଆ ଏମିତି ଫ୍ଲପ ହୋଇଥିଲା ଯେ ଫ୍ୟାନ୍ସ ମାନେ ଖୁସି ହେବା ବଦଳରେ କାନ୍ଦିବାକୁ ଲାଗିଲେ ।

ଭାଇଜାନ ସଲ୍ମାନଙ୍କ କୌଣସିଟି ଗୁଣକୁ ତାଙ୍କ ଫ୍ୟାନ୍ସ ମାନେ ନାପସନ୍ଦ କରନ୍ତି ନାହିଁ । କିନ୍ତୁ ଥରେ ଯଦି ସଲମାନ ନିଜ କଣ୍ଠ ଖୋଲନ୍ତି ତେବେ ତାଙ୍କ ପ୍ରଶଂସକ ମାନେ ବି ବ୍ୟସ୍ତ ହୋଇପଡନ୍ତି ।

ଏକ ଛୋଟ ସହରରୁ ଆସି ପ୍ରିୟଙ୍କା ଚୋପ୍ରା ବଲିଉଡ ସମେତ ହଲିଉଡରେ ବି ନିଜ ପ୍ରଭାବ ବିସ୍ତାର କରି ସାରିଛନ୍ତି । ତାଙ୍କ ପ୍ରତିଟି ଅନ୍ଦାଜକୁ ଫ୍ୟାନ୍ସ ମାନେ ଲାଇକ କରୁଥିଲେ ବି ତାଙ୍କ ଗୀତକୁ କେହି ଭଲ ପାଆନ୍ତି ନାହିଁ । ଯଦିବା ଜଣେ ସିଙ୍ଗରଙ୍କୁ ସିଏ ବାହା ହୋଇଛନ୍ତି କିନ୍ତୁ ତାଙ୍କ ସିଂଙ୍ଗିଗକୁ କେହି ପସନ୍ଦ କରନ୍ତି ନାହିଁ ।

ଗୀତ ଗାଇବା ମାମଲାରେ କିଙ୍ଗ ଖାନ ବି ଖୁବ ପଛରେ ଅଛନ୍ତି । ଫ୍ୟାନ୍ସ ମାନଙ୍କ ସାମ୍ନାରେ ଗୀତ ଗାଇବାକୁ ଖୁବ ଭୟ କରନ୍ତି ଶାହରୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.