IIT ମାଡ୍ରାସ ବାହାର କଲା ପ୍ରଥମ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ”BharOS”, ହାଇଟେକ ସିକ୍ୟୁରିଟି ସହିତ ମିଳିବ ବଢ଼ିଆ ସୁବିଧା

ଆଇଆଇଟି ମାଡ୍ରାସର ଇନକ୍ୟୁବଟେଡ ଫର୍ମ Jandk ଅପରେସନ BharOS ନାମକ ମୋବାଇଲ ଫୋନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ ଲଞ୍ଚ କରିଛି। BharOS ଏକ ପ୍ରାଇଭେସି ଫୋକସ୍ଡ ଅପରେଟିଂ ସିଷ୍ଟମ । ଯାହା କମର୍ସିଆଲ ଅଫ୍‌ ଦ ସେଲ୍ଫ ହ୍ୟାଣ୍ଡସେଟ୍ସ ପାଇଁ ଉପଲବ୍ଧ କରାଯାଇଛି। ଏହି ନୂଆ OS ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ବୋଲି କୁହାଯାଇଛି। ସବୁଠୁ ବଡ଼ କଥା ହେଉଛି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ବିଜନେସ୍‌ ରୁ ପ୍ରେରିତ । କମ୍ପାନୀର କହିବା ଅନୁଯାୟୀ ଏହି ନୂଆ OS ରେ ଦେଶର ୧୦୦ କୋଟିରୁ ଅଧିକ ମୋବାଇଲ ୟୁଜର୍ସ ଲାଭ ଉଠାଇପାରିବେ।

BharOS ର ଡେଭଲପର୍ସଙ୍କ କହିବା ଅନୁଯାୟୀ ନୂଆ ଅପରେଟିଂ ସିଷ୍ଟମ ୟୁଜର୍ସଙ୍କୁ ଅଧିକ କଣ୍ଟ୍ରୋଲ ଓ ଫ୍ଲେକସିବିଲିଟି ଦେବ। ଏହାବ୍ୟତିତ ଏହା ନୂଆ ଡିଫ୍ଲଟ ଆପ୍ସ ମାନେ NDA ସହିତ ଆସୁଛି। ଯେଉଁଥିରେ ୟୁଜର୍ସ ଙ୍କୁ ଅଧିକ ଷ୍ଟୋରେଜ ସୁବିଧା ମିଳିବ। ଏମିିତିରେ ଲୋକଙ୍କର ଷ୍ଟୋରେଜ ସମସ୍ୟା ଆଉ ରହିବ ନାହିଁ। ୟୁଜର୍ସ ମାନେ ଆଣ୍ଡ୍ରଏଡ୍‌ ଫୋନ ଭଳି ନୋଟା ବା Native Over the air ଅପଡେଟ ମଧ୍ୟ ପାଇପାରିବେ।

ଏବେ ଜାଣନ୍ତୁ BharOS କଣ?
BharOS ହେଉଛି ଭାରତରେ ନିର୍ମିତ ଏକ ଅପରେଟିଂ ସିଷ୍ଟମ । କୁହାଯାଉଛି ଯେ ଏହା ପ୍ରାାଇଭେସି ସେଣ୍ଟ୍ରିକ ଓ ପୁରା ରୂପେ ସ୍ୱଦେଶୀ। ଏବେ ଯାଏ ଡେଭଲପର୍ସ ଏହାକୁ ନେଇ ବିଶେଷ କିଛି ସୂଚନା ଦେଇନାହାନ୍ତି। ଏହା କେଉଁ ଫୋନରେ ବୁଟ ହେବ ସେ ନେଇ ମଧ୍ୟ କିଛି ସୂଚନା ମିଳିନାହିଁ। ତେବେ ଏହାକୁ ନେଇ କଡ଼ା ସିକ୍ୟୁରିଟି ଓ ପ୍ରାଇଭେସି ପାଇଁ ସଂଗଠନକୁ ପ୍ରଦାନ କରାଯିବ।

ଏହାର ଫାଇଦା:
BharOS ପ୍ରାଇଭେସି ସେଣ୍ଟ୍ରିକ ହେବ। ଏହାର ଅର୍ଥ ହେଉଛି ଏହା କୌଣସି ଥାର୍ଡ ପାର୍ଟି ଆପ୍‌ କୁ ଡାଉନଲୋଡ଼ କରିବାର ଅନୁମତି ଦେବ ନାହିଁ। ଏହା ନିଜ ଆପ୍‌ ଷ୍ଟୋର ସେବା PASS କୁ ନେଇକି ଆସିବ। PASS କ୍ୟୁରେଟେଡ ଆପ୍‌ସ ଦେବ ଯାହା ସଂଗଠନର ସିକ୍ୟୁରିଟି ଓ ପ୍ରାଇଭେସିକୁ ଷ୍ଟାଣ୍ଡାର୍ଡ କୁ ପୁରା କରିବ।

ନୋ ଡିଫ୍ଲଟ ଆପ୍ସ:
BharOS ଡିଫଲ୍ଟ ଆପ୍ସ ରେ ଆସିବ। ଏହା ୟୁଜର୍ସ ଙ୍କୁ PASS ରେ ନିଜ ପସନ୍ଦର ଆପ୍‌ କୁ ଡାଉନଲୋଡ଼ କରିବାର ସୁବିଧା ଦେବ। ଯେଉଁଠି ଅପଡେଟର କଥା ରହିଛି BharOS ଡିଭାଇସ୍‌ ରେ ନେଟିଭ ଓଭର ଦ ଇୟର ଅପଡେଟ ମିଳିବ। ଅପଡେଟ ଅଟୋମେଟିକାଲି ଫୋନରେ ଡାଉନଲୋଡ଼ ହୋଇଯିବ। ଏଥିପାଇଁୟୁଜର୍ସଙ୍କୁ ଅପଡେଟକୁ ମାନୁଆଲ ରୂପରେ ଇନଷ୍ଟଲ କରିବାର ଆବଶ୍ୟକତା ନାହିଁ। ଏହା ଆଣ୍ଡ୍ରଏଡ ଓପନ ସୋର୍ସ ପ୍ରୋଜେକ୍ଟରେ ବେସଡ ରହିବ।

ଏହି AOSP ନିଜେ ଆଣ୍ଡ୍ରଏଡ ଭର୍ସନରେ ବେସଡ ରହିଛି। ତେଣୁ ଏହି କାରଣରୁ ଏହାକୁ ମେଣ୍ଟେନ କରାଯାଏ। BharOS ର ଡେଭଲପର୍ସଙ୍କ କହିବା ଅନୁଯାୟୀ OS ଫୋନରେ ଡିଫ୍ଲଟ ଆପ୍‌ ଦେବ ନାହିଁ। ତେବେ ଏହା ଆଣ୍ଡ୍ରଏଡ ଭଳି ସବୁ ସୁବିଧା ପ୍ରଦାନ କରିବ ନା ନାହିଁ ସେ ନେଇ କିଛି ସୂଚନା ମିଳି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.