ଭାରତୀୟ ମାର୍କେଟରେ ଲଞ୍ଚ ହେଲା 6000mAh ବ୍ୟାଟେରୀ ପାୱାର ଥିବା ସ୍ମାର୍ଟଫୋନ, ମୂଲ୍ୟ ରହିଛି ବହୁତ କମ୍

ଯଦି ଆପଣ ଅଧିକ ସମୟ ଫୋନ୍ ବ୍ୟବହାର କରୁଛନ୍ତି ଓ ଆପଣଙ୍କ ବ୍ୟାଟେରୀ ଜଲଦି ସରି ଯାଉଛି। ତେବେ ଆଉ ଚିନ୍ତା କରିବାର ନାହିଁ। କାରଣ ବର୍ତ୍ତମାନ ମାର୍କେଟରେ ଲଞ୍ଚ ହୋଇଛି ୬୦୦୦ ବ୍ୟାଟେରୀ ପାୱାର ଥିବା ସ୍ମାର୍ଟଫୋନ। ଏହି ଫୋନର ମୂଲ୍ୟ ରହିଛି ମାତ୍ର ୮ ହଜାର ୪୯୯ ଟଙ୍କା। ଏହି ଫୋନ୍ ହେଉଛି ଇନଫିନିକ୍ସ ହଟ୍ 12 ପ୍ଲେ। ଏଥିରେ ଅନେକ ଆକର୍ଷଣୀୟ ଫିଚର୍ ମଧ୍ୟ ରହିଛି। ଇନଫିନିକ୍ସ ହଟ୍ 12 ପ୍ଲେ ଭାରତୀୟ ବଜାରରେ ଲଞ୍ଚ ହୋଇଛି। ବିଶେଷ କଥା ହେଉଛି ଏହି ଫୋନରେ ଗ୍ରାହକଙ୍କ ପାଇଁ ରହିଛି ହାଇ ରଫ୍ରେସ ରେଟ୍ ଡିସ୍ପ୍ଲେ।

ଭଲ ଡିସ୍ପ୍ଲେ ସହିତ ଏହି ଫୋନର ବଡ ବ୍ୟାଟେରୀ ଏବଂ ୟୁନିସୋକ ଚିପସେଟ ଅଛି। କମ୍ପାନୀ ଗ୍ରୀନ୍, ହୋରିଜନ୍ ବ୍ଲୁ ଏବଂ ରେସିଂ ବ୍ଲାକ୍ ରଙ୍ଗରେ ଏହି ଫୋନ୍ ଉପସ୍ଥାପନ କରିଛି ଏବଂ ଏହି ଫୋନ୍ ମେ ୩୦ ରେ ଫ୍ଲିପକାର୍ଟରେ ଉପଲବ୍ଧ ହେବ। କମ୍ପାନୀ ଏହି ଫୋନକୁ ୮,୪୯୯ ଟଙ୍କାରେ ଭାରତରେ ଲଞ୍ଚ କରିଛି। ଏହାର 4 GB, 64 GB ଷ୍ଟୋରେଜ୍ ମଧ୍ୟ ରହିଛି। ବିଶେଷ କଥା ହେଉଛି ଏହି ଫୋନରେ ଗ୍ରାହକଙ୍କ ଭଲ ଡିସ୍ପ୍ଲେ ରହିଛି।

ଇନଫିନିକ୍ସ ହଟ 12 ପ୍ଲେରେ 6.82 ଇଞ୍ଚ୍ ସେଣ୍ଟ୍ରାଲ୍ ପାଞ୍ଚ ହୋଲ୍ ଡିସପ୍ଲେ ରହିଛି। ଏହା ଏକ LCD ପ୍ୟାନେଲ୍ ସହିତ ଆସିଥାଏ ଏବଂ ଏହାର ରେଜୋଲୁସନ 1612 × 720 ପିକ୍ସେଲ ରହିଛି। ସବୁଠୁ ବଡ଼ କଥା ହେଉଛି ଏହାର ବଜେଟ୍ ମଧ୍ୟ କମ୍ ରହିଛି। ଏହି ଫୋନ୍ Unisoc T610 SoC ସହିତ ଆସିଥାଏ । ଏହି ଡିଭାଇସ୍ XOS 10 ଉପରେ ଆଧାର କରି ଆଣ୍ଡ୍ରଏଡ୍ 11 ରେ କାମ କରେ।

କମ୍ପାନୀ ଏହି ଫୋନକୁ ଗୋଟିଏ ପ୍ରକାରରେ ଲଞ୍ଚ କରିଛି, ଯାହାକି 4GB + 64GB । ଏହି ଫୋନ୍ ସେହି ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ ଯେଉଁମାନେ କମ୍ ମୂଲ୍ୟରେ ଅଧିକ ବ୍ୟାଟେରୀ ସହିତ ଏକ ଫୋନ୍ ଚାହୁଁଛନ୍ତି। କ୍ୟାମେରା ବିଷୟରେ କହିବାକୁ ଗଲେ ଏହି ଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ 13 ମେଗାପିକ୍ସେଲ ପ୍ରାଥମିକ ସେନ୍ସର ଏବଂ ଏକ AI ଲେନ୍ସ ଉପଲବ୍ଧ ହେବ। ଫୋନର ଫ୍ରଣ୍ଟ କ୍ୟାମେରାରେ ଏକ 8 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫୋନର ବ୍ୟାଟେରୀ ପାୱାର ରହିଛି 6000mAh ବ୍ୟାଟେରୀ, ଯାହା 10W ଷ୍ଟାଣ୍ଡାର୍ଡ ଚାର୍ଜିଂ ସହିତ ଆସିବ।

କନେକ୍ଟିଭିଟି ପାଇଁ, ଏହି ଫୋନରେ 4G, ସିଙ୍ଗଲ୍-ବ୍ୟାଣ୍ଡ ୱାଇଫାଇ, ବ୍ଲୁଟୁଥ୍, GNSS, ଏବଂ USB Type-C ଅଛି। ଏହି ଫୋନରେ ହେଡଫୋନ୍ ଜ୍ୟାକ୍, ମାଇକ୍ରୋଏସଡି କାର୍ଡ ସ୍ଲଟ୍ ଏବଂ ରିଅର ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.