ଇନଷ୍ଟାଗ୍ରାମ୍ ଆଣିଲା ନୂଆ ଏଡିଟିଙ୍ଗ୍ ଟୁଲ,ଏଣିକି ରିଲସ୍ ବନାଇବାରେ ଆସିବ ମଜା
ନୂଆ ଅପଡେଟ ପରେ ଆପଣ ଇନଷ୍ଟାଗ୍ରାମ ରିଲ୍ସରେ ଭିଡିଓ କ୍ଲିପ, ଅଡିଓ, ଷ୍ଟିକର ଏବଂ ଟେକ୍ସଟ ଗୋଟିଏ ସ୍କ୍ରିନରେ ଅପଲୋଡ କରିପାରିବେ
ଭିଡିଓ ଏଡିଟିଙ୍ଗକୁ ନେଇ ଇନଷ୍ଟାଗ୍ରାମ ରିଲ୍ସରେ ଆସିଲା ବଡ ପରିବର୍ତ୍ତନ । ନୂଆ ଅପଡେଟ ପରେ ଆପଣ ଇନଷ୍ଟାଗ୍ରାମ ରିଲ୍ସରେ ଭିଡିଓ କ୍ଲିପ, ଅଡିଓ, ଷ୍ଟିକର ଏବଂ ଟେକ୍ସଟ ଗୋଟିଏ ସ୍କ୍ରିନରେ ଅପଲୋଡ କରିପାରିବେ । ପୂର୍ବରୁ ଏହି ସମସ୍ତ କାମ ଅଲଗା ଅଲଗା କରିବାକୁ ପଡୁଥିଲା କିନ୍ତୁ ଏବେ ଏଡିଟିଙ୍ଗ କରିବା ହୋଇଗଲା ଇଜି ।
ଇନଷ୍ଟାଗ୍ରାମ ଧିରେ ଧିରେ ଟିକଟକର ସମସ୍ତ ଫିଚର୍ସକୁ ଜାରି କରୁଛି । ଭାରତରେ ଟିକଟକ ବ୍ୟାନ୍ ହେବାପରେ ଲୋକମାନେ ଇନଷ୍ଟାଗ୍ରାମ୍ରେ ଆକ୍ଟିଭ୍ ରହୁଛନ୍ତି। କାରଣ ଟିକଟକ ବନ୍ଦ ହେବା ପରେ ଇନଷ୍ଟାଗ୍ରାମ୍ ରିଲ୍ସର ଆରମ୍ଭ ହୋଇଥିଲା। ଏବେ ଇନଷ୍ଟାଗ୍ରାମ୍ ରିଲ୍ସ ସାରା ଭାରତରେ ଟିକ୍ଟକ୍ର ସ୍ଥାନ ନେଇଛି। ଏଥିରେ ଧୀରେ ଧୀରେ ଟିକ୍ଟକ୍ ଭଳି ସବୁ ଫିଚର ଆସିଲାଣି। ବର୍ତ୍ତମାନ କମ୍ପାନି ଇନଷ୍ଟାଗ୍ରାମ୍ ରିଲ୍ସର ଏଡିଟିଙ୍ଗ୍ ଟୁଲ୍ ଓ ଟ୍ରେଣ୍ଡିଙ୍ଗ କଣ୍ଟେଣ୍ଟ ପାଇଁ ନୂଆ ଫିଚର ଲଞ୍ଚ୍ କରିଛି।
ଭିଡିଓ ଏଡିଟିଙ୍ଗକୁ ନେଇ ଇନଷ୍ଟାଗ୍ରାମ ରିଲ୍ସରେ ବଡ ପରିବର୍ତ୍ତନ ହୋଇଛି । ନୂଆ ଅପଡେଟ ପରେ ୟୁଜର ଭିଡିଓ ଏଡିଟିଂ ବେଳେ ଗୋଟିଏ ସ୍କ୍ରିନ୍ରେ ଭିଡିଓ କ୍ଲିପସ୍, ଅଡିଓ, ଷ୍ଟିକର ଓ ଟେକ୍ସଟ୍ ଅପ୍ଲୋଡ୍ କରିପାରିବେ। ପ୍ରଥମେ ଏହି କାମ ଅଲଗା ଅଲଗା କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ନୂଆ ଅପଡେଟ୍ ଆସିବା ପରେ ଇନଷ୍ଟାଗ୍ରାମ୍ ରିଲ୍ସର ଟାଇମ୍ ଲାଇନ୍ ଟିକ୍ଟକ୍ ଭଳି ହୋଇଯାଇଛି।
ଇନଷ୍ଟାଗ୍ରାମ୍ ୟୁଜର୍ସଙ୍କୁ ଟ୍ରେଣ୍ଡିଂ ଭିଡିଓ ସର୍ଚ୍ଚ କରିବା ପାଇଁ ଏବେ ଏକ ସହଜ ଉପାୟ ଦିଆଯାଇଛି। ଏବେ ଏକ ନୂଆ ରିଲ୍ସ ପେଜ୍ ଦେଖାଇବ। ନୂଆ ଅପଡେଟ ସହିତ କ୍ରିଏଟରସ୍ଙ୍କ ପାଇଁ ନୂଆ ଟୁଲ୍ ଆସିଛି ଯେଉଁଥିରେ କଣ୍ଟେଣ୍ଟର ପରଫରମାନ୍ସ ବିଷୟରେ ସୂଚନା ମିଳିବ। ଇନଷ୍ଟାଗ୍ରାମ୍ ରିଲ୍ସର ନୂଆ ଅପଡେଟ୍ରେ ଗିଫ୍ଟିଙ୍ଗ ଫିଚର ମଧ୍ୟ ରହିଛି, ଯାହା ଦ୍ୱାରା ୟୁଜର ନିଜ ପସନ୍ଦ କ୍ରିଏଟରଙ୍କ ପାଖକୁ ଉପହାର ପଠାଇପାରିବେ।