Below header

ମାଗଣାରେ ବଦଳାଇ ପାରିବେ iPhone 11 ର ଡିସପ୍ଲେ, ଏମିତି କରନ୍ତୁ ରିପ୍ଲେସମେଣ୍ଟ ପାଇଁ ଆପ୍ଲାଏ

ଆପଣଙ୍କ ପାଖରେ iPhone 11 ଅଛି କି ? କ’ଣ ଏହା ଭାଙ୍ଗିଯାଇଛି, କିମ୍ବା ଠିକ୍ ଭାବେ ସ୍କ୍ରିନ କାମ କରୁନାହିଁ। ଯଦି ହଁ, ତେବେ ବିନା ପଇସା ଖର୍ଚ୍ଚ କରି ଆପଣ ଏହାର ଡିସପ୍ଲେକୁ ବଦଳାଇପାରିବେ। ତେବେ ଆଇଫୋନର ଡିସପ୍ଲେ ବଦଳାଇବା ପାଇଁ ଏମିତି କରନ୍ତୁ ଆପ୍ଲାଏ।
ଆପଲ୍ ଆଇଫୋନ୍ 11 ର କିଛି ଉପଭୋକ୍ତା ଟଚ୍-ସ୍କ୍ରିନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହା ପରେ କମ୍ପାନୀ ଏକ ମାଗଣା ସ୍କ୍ରିନ୍ ରିପ୍ଲେସମେଣ୍ଟ ପ୍ରୋଗ୍ରାମ ଆରମ୍ଭ କରିଛି । ଏହି ପ୍ରୋଗ୍ରାମ୍ ଅଧୀନରେ, ଆଇଫୋନ୍ 11 ର ଉପଭୋକ୍ତାମାନେ ସେମାନଙ୍କର ଫୋନ୍ ସ୍କ୍ରିନ୍ ମାଗଣାରେ ବଦଳାଇ ପାରିବେ, ଯଦିଓ ଏହି ସମସ୍ୟା କେବଳ ଅଳ୍ପ କିଛି ଉପଭୋକ୍ତା ସମ୍ମୁଖୀନ ହେଉଛନ୍ତି ।

ଆପଲ୍ ଅନୁଯାୟୀ, ନଭେମ୍ବର ୨୦୧୯ ରୁ ମେ ୨୦୨୦ ମଧ୍ୟରେ ଉତ୍ପାଦିତ ଆଇଫୋନ୍ 11 ମଡେଲଗୁଡିକ ଟଚ୍ ସ୍କ୍ରିନ୍ ସମସ୍ୟାର ସମ୍ମୁଖୀନ ହେଉଛି । ମାଗଣା ସ୍କ୍ରିନ୍ ରିପ୍ଲେସମେଣ୍ଟ ପାଇଁ ଆପଲ୍ ଏହାର ୱେବସାଇଟ୍ ରେ ଲାଇଭ୍ କରିଛି । ଯଦି ଆପଣଙ୍କ ଆଇଫୋନ ବକ୍ସ ହଜିଯାଇଛି, ତେବେ ଆପଣଙ୍କ ଫୋନର ପ୍ରଡକ୍ସନ ତାରିଖ କେମିତି ଜାଣିବେ।
iphone dispaly

ଆପଣଙ୍କର ଆଇଫୋନ୍ 11 ର ଡିସପ୍ଲେ ପରିବର୍ତ୍ତନ ହେବ କି ନାହିଁ ଯାଞ୍ଚ କରିବାକୁ ହେଲେ ଫୋନର ସିରିଅଲ ନମ୍ବର ଆବଶ୍ୟକ ହେବ। ଯଦି ଆପଣଙ୍କର ଏକ ଆଇଫୋନ୍ 11 ଅଛି, ତେବେ ଆପଣ ଫୋନର ସେଟିଂକୁ ଯାଇ ସିରିଅଲ ନମ୍ବର ପାଇପାରିବେ । ଏହା କରିବାକୁ, setting>general>about ଷ୍ଟେପକୁ ଫଲୋ କରନ୍ତୁ।

ଆପଲର ସପୋର୍ଟ ପେଜରେ ଫୋନର ସିରିଅଲ ନମ୍ବର ରଖିବା ପରେ ଆପଣଙ୍କୁ ନିକଟସ୍ଥ ଯେକୌଣସି ଆପଲ୍ ସେବା କେନ୍ଦ୍ର ସହ ଯୋଗାଯୋଗ କରିବାକୁ ପଡ଼ିବ । ଏହା ପରେ, ଆପଣଙ୍କର ଆଇଫୋନ୍ 11 ର ସ୍କ୍ରିନ୍ ମାଗଣାରେ ବଦଳାଯିବ। ଆପଲ୍ ଏହା ମଧ୍ୟ କହିଛି ଯେ, ଯେଉଁମାନେ ମାଗଣା ସ୍କ୍ରିନ୍ ରିପ୍ଲେସମେଣ୍ଟ ପ୍ରୋଗ୍ରାମ ଆରମ୍ଭ ହେବା ପୂର୍ବରୁ ଡିସପ୍ଲେ ବଦଳାଇଛନ୍ତି, ସେମାନେ ଟଙ୍କା ଫେରସ୍ତ ପାଇବେ । ଫେରସ୍ତ ପାଇଁ ସେମାନଙ୍କୁ ଆପଲର ଗ୍ରାହକ କେୟାର ସହିତ ଯୋଗାଯୋଗ କରିବାକୁ ପଡ଼ିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.