ଟାଙ୍ଗୀ: ରେଳ ଧାରଣା ନିକଟରୁ ମିଳିଲା ମା’, ଝିଅଙ୍କ ମୃତ ଦେହ

ଟାଙ୍ଗୀ (କେ ନ୍ୟୁଜ): ରେଳ ଧାରଣାରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର । ମାଆ ସହିତ ୧ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଭୟଙ୍କ ମୃତ ଦେହ ତାଙ୍କ ଘର ନିକଟସ୍ଥ ରେଳ ଧାରଣାରେ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପରିବାରକୁ ଖବର ଦେବା ପରେ ପରିବାର ଲୋକେ ଦୁହିଁଙ୍କ ଶବକୁ ନେଇ ସେମାନଙ୍କ ଖଳାବାଡ଼ିରେ ରଖିଛନ୍ତି । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ମୃତ ମା’ଙ୍କ ନାଁ ଝରଣା ସ୍ୱାଇଁ ଓ ତାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଝିଅର ନାଁ ସୁବି ସ୍ୱାଇଁ ବୋଲି ଜଣାପଡିଛି । ଏମାନଙ୍କ ଘର ଖୋର୍ଦ୍ଧ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଅଭିମାନପୁର ଗାଁରେ ।

ମୃତକ ଝରଣା ସ୍ୱାଇଁ ଓ ପ୍ରମୋଦ ସ୍ୱାଇଁଙ୍କ ବିବାହ ଗତ ୨ ବର୍ଷ ତଳେ ସମ୍ପୂର୍ଣ୍ଣ ହିନ୍ଦୁ ରିତୀନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା । ବିବାହର ମାତ୍ର ୫ ବର୍ଷ ପରେ ଝରଣାଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ନେଇ ସ୍ଥାନୀୟ ଲୋକେ ବୟାନରେ କହିଛନ୍ତି । ଘଟଣାକୁ ନେଇ ବିଭିନ୍ନ ସମୟରେ ଦୁଇ ପରିବାର ମଧ୍ୟ୍ୟରେ ଅନେକ ଥର ମୀମାଂସା ମଧ୍ୟ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.