ଏବେ ଆପଣ ବି କିଣି ପାରିବେ ଆଇଫୋନ୍‌! ସବୁଦିନ ପାଇଁ ଶସ୍ତା ହୋଇଗଲା iPhone 13 ଓ iPhone 12…ଜାଣନ୍ତୁ ଦାମ୍‌

Apple ବୁଧବାର ଆୟୋଜିତ ନିଜ Far Out ଇଭେଣ୍ଟରେ ନୂଆ iPhone 14 ଏବଂ iPhone 14 ସିରିଜ୍‌ର ଘୋଷଣା କରିଛି। ନୂଆ iPhone ମଡେଲ ପୂର୍ବ ଜେନେରେସନ ମଡେଲ ତୁଳନାରେ ଅଧିକ ମହଙ୍ଗା ନୁହେଁ, ଯାହାକି ସାମାନ୍ୟ ଆଶ୍ୱସ୍ତିକର କଥା। ଆଉ ଯେଉଁ ଲୋକ ଏବେ ବି iPhone 13 କିଣିବାକୁ ପ୍ଲାନ୍‌ କରୁଛନ୍ତି, ତ ସେମାନଙ୍କ ପାଇଁ ଏକ ଭଲ ଖବର ରହିଛି। ତାହା ହେଲା, iPhone 13 ସବୁଦିନ ପାଇଁ ଶସ୍ତା ହୋଇଯାଇଛି।

ବାସ୍ତବରେ, Apple ଅଫିସିଆଲି ରୂପେ iPhone 13ର ମୂଲ୍ୟ ହ୍ରାସ ବିଷୟରେ ଘୋଷଣା କରି ଦେଇଛି। ଏକ ବର୍ଷର ପୁରୁଣା iPhone 13ର ଦାମ୍‌ ଭାରତରେ ଅଫିସିଆଲି ରୂପେ ହ୍ରାସ ପାଇ ୬୯,୯୦୦ ଟଙ୍କା ହୋଇ ଯାଇଛି, ଯାହାକି, ଲଞ୍ଚ୍‌ ଦାମ୍‌ ଠାରୁ ୧୦,୦୦୦ ଟଙ୍କା କମ୍‌। କିନ୍ତୁ ଆପଣ ଏହାକୁ ଆହୁରି କମ୍‌ ଦାମ୍‌ରେ କିଣି ପାରିବେ। କାହିଁକି ନା, ଇ-କମର୍ସ ଫ୍ଲାଟଫର୍ମରୁ iPhone 13କୁ ଅତି କମ୍‌ରେ ୬୫,୦୦୦ ଟଙ୍କାରେ କିଣାଯାଇ ପାରିବ। ଆସନ୍ତୁ ବିସ୍ତତ ରୂପେ ଜାଣିବା ଏହା ବିଷୟରେ…

ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ଫେଷ୍ଟିଭ୍‌ ସିଜନ ସେଲ୍‌ ସମୟରେ iPhone 13 ଉପରେ ବହୁତ ବଢ଼ିଆ ରିହାତି ରହିଥିଲା, ଯଦ୍ଦ୍ଵାରା ଗ୍ରାହକମାନଙ୍କୁ ଲଞ୍ଚ୍‌ ପ୍ରାଇଜ୍‌ଠାରୁ ୧୫,୦୦୦ ଟଙ୍କା କମ୍‌ରେ ଫୋନ୍‌ କିଣିବାର ମଉକା ମିଳିଥିଲା। ଯଦିଓ ଏହି ସମୟରେ Apple ଭାରତରେ ନିଜ ଅନଲାଇନ ଷ୍ଟୋରରେ iPhone 13କୁ ୭୯,୯୦୦ ଟଙ୍କା ଲଞ୍ଚ୍‌ ପ୍ରାଇସ୍‌ରେ ହିଁ ବିକ୍ରି କରୁଥିଲା।

କିନ୍ତୁ ନୂଆ iPhone 14 ସିରିଜ୍‌ ଆସିବା ପରେ ଅଫିସିଆଲ ରିହାତି ଆପଲ୍‌ ଷ୍ଟୋରରେ ରଖା ଯାଇଛି, ଯାହାର ଅର୍ଥ ହେଉଛି, ଯଦି ଆପଣ ଆପଲ୍‌ ଷ୍ଟୋରରୁ କିଣାକିଣି କରିବାକୁ ଚୟନ କରୁଛନ୍ତି, ତା’ ହେଲେ ଏବେ ଆପଣଙ୍କୁ iPhone 13 ପାଇଁ ୧୦,୦୦୦ ଟଙ୍କା କମ୍‌ ଦେବାକୁ ହେବ। ଏହାଛଡ଼ା କେତେକ ଭଲ ଡିଲ୍ସ ବି ରହିଛି, ଯାହାକୁ ଆପଣ ତୁରନ୍ତ ନେଇ ପାରିବେ।

ଭାରତରେ iPhone 13 ଏବଂ 13 miniର ନୂଆ ଦାମ୍‌

ଦାମ୍‌ ହ୍ରାସ ପରେ iPhone 13 ଏବେ ୬୯,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି iPhone 13 ମିନି ୬୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ଆସନ୍ତୁ ଜାଣିବା ଅଲଗା ଅଲଗା ଭ୍ୟାରିଏଣ୍ଟର କ’ଣ ଦାମ୍‌ ରହିଛି।

iPhone 13 mini 128GB: ୬୪,୯୦୦ ଟଙ୍କା

iPhone 13 mini 256GB: ୭୪,୯୦୦ ଟଙ୍କା

iPhone 13 mini 512GB: ୯୪,୯୦୦ ଟଙ୍କା

iPhone 13 128GB: ୬୯,୯୦୦ ଟଙ୍କା

iPhone 13 256GB: ୭୯,୯୦୦ ଟଙ୍କା

iPhone 13 512GB: ୯୯,୯୦୦ ଟଙ୍କା

iPhone 12 ବି ହୋଇଛି ଶସ୍ତା

Apple ଭାରତରେ iPhone 12ର ଦାମ୍‌ରେ ବି ହ୍ରାସ କରିଛି। iPhone 12 ଏବେ ୫୯,୯୦୦ ଟଙ୍କାରୁ ଆରମ୍ଭ ହେଉଛି, ଯେତେ ବେଳେ କି, iPhone 12 miniକୁ ବନ୍ଦ କରି ଦିଆଯାଇଛି। iPhone 12 miniର ଦାମ୍‌ ପୂର୍ବରୁ ୬୪,୯୦୦ ଟଙ୍କା ଥିଲା ଏବଂ iPhone 12ର ଦାମ୍‌ ୬୯,୯୦୦ ଟଙ୍କା ଥିଲା। iPhone 12କୁ ଦୁଇ ବର୍ଷ ପୂର୍ବରୁ iPhone 14 ବରାବର ଦାମ୍‌ରେ ଲଞ୍ଚ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.