ଦିଲ୍ଲୀରେ ଆୟୋଜିତ ନ୍ଯାସନାଲ ଗଲାସ୍କି ବିୟୁଟି ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ବୋହୂ ପୂଜା ରାଜ୍ ଦେବ୍

ଭୁବନେଶ୍ଵର(କେନ୍ୟୁଜ୍): ଆଜିର ମହିଳା ମାନେ ସମାଜରେ ଆଉ ଘରର କବାଟ କୋଣରେ ରହି ନାରୀ ଅବଳା ଦୁର୍ବଳା ବୋଲି ପରିଚୟ ଦେବାକୁ ଚାହୁଁ ନାହାନ୍ତି। ସେମାନଙ୍କ ପାଖରେ ଥିବା ପ୍ରତିଭା ବଳରେ ଦୁର ଆକାଶା ତାରା ଭଳି ଝଟକିବାକୁ ଚାହୁଁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଚନ୍ତି ପୂଜା ରାଜ ଦେବ। ଏହି ମହିଳା ଜଣଙ୍କ ଆଜି ନିଜର ପ୍ରତିଭା ବଳରେ ସ୍ରୁଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ପୂଜା ହେଉଛନ୍ତି ଭୋପାଳର ଝିଅ ଆଉ ଓଡ଼ିଶାର ଓଡ଼ିଆ ଘରର ବହୁ। ଝିଅ ଥିଲା ବେଳେ ନିୟୁଜ ଆଙ୍କର ଭାବେ ଭାବରେ ଏକ ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ ନିର୍ବାହ କରିଥିଲେ। ପରେ ପ୍ରେମ ବିବାହ କରିଥିଲେ ଓଡ଼ିଶାର ଏକ ରାଜକୀୟ ପରିବାରର ଯୁବକଙ୍କ ସହ । ଯାହାଙ୍କ ନା ରାଜ ଦେବ। ଅଣ ଓଡ଼ିଆ ଘରର ଝିଅ ହେଲେ ବି ଓଡ଼ିଆ ରାଜକୀୟ ପରିବାରର ବୋହୂ ଭାବରେ ସେ ନିଜକୁ ବେଶ୍ ଭଲ ଭାବେ ପରିଚିତ କରାନ୍ତି।

ଘରର ଚାରି କାନ୍ଥରେ ନ ରହି ସମୟ ସହ ତାଳ ଦେଇ ଦିଲ୍ଲୀରେ ଆୟେୋଜିତ ନ୍ଯାସନାଲ ଗାଲାସ୍କି ବିୟୁଟି ପ୍ରତିଯୋଗୀତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରିଥିଲେ। ଏହି ପ୍ରତିଯୋଗିତାରେ ଯେଉଁଠି ବିଭିନ୍ନ ରାଜ୍ୟରୁ ବିବାହିତ ମହିଳା ମାନେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ। ପାଖାପାଖି ୨୭୦ଜଣ ମହିଳା ପ୍ରତିଯୋଗୀ ଏଥିରେ ସମିଳ ହୋଇଥିଲେ । ଆଉ ସେମାନଙ୍କ ଭିତରୁ ପାଞ୍ଚ ଜଣ ମହିଳାଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିବା ଭିନ୍ନ ଭିନ୍ନ ପ୍ରତିଭାର ମହିଳା ମାନଙ୍କୁ ବଛାଯାଇ ପୁରସ୍କୃତ କରାଯାଇଥିଲା। । ଆଉ ପୂଜା ରାଜ ଦେବ ସେମାନଙ୍କ ମଧ୍ୟରେ ଜଣେ। ଯିଏ କି ସୁନ୍ଦରୀ ତଥା ବେଷ୍ଟ ଅଫ ଭଏସ ଭାବରେ ବିବେଚିତ ହୋଇଥିଲେ। ସେହି ତାଜ୍କୁ ସେ ନିଜ ସ୍ଵାମୀଙ୍କ ହାତରୁ ପରିଧାନ କରିବାକୁ ପସନ୍ଦ କରିଥିଲେ।।

ତେବେ ଏତିକିରେ ରହିଯିବା ପୂଜାଙ୍କର ଲକ୍ଷ ନୁହେଁ । ସେ ଚାହାଁନ୍ତି ଓଡ଼ିଆ ଆଦିବାସୀ ମହିଳା ମାନଙ୍କ ଉନ୍ନତି ଦିଗରେ କିଛି କାର୍ଯ୍ଯ କରିବେ। ଯଦି ତାଙ୍କର ପରିଶ୍ରମ ଭାବେ ଇଚ୍ଛାଶକ୍ତ ଏହିଭଳି ଦ୍ରୁଢ ରଖିବ ତେବେ ସେ ଦେଖିଥିବା ସମସ୍ତ ଆଶାକୁ ପୂରଣ କରିପାରିବେ ଏଥିରେ ଦ୍ବନ୍ଦ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.