ଅର୍ଶଦୀପଙ୍କୁ ଗଦ୍ଦାର ବୋଲି କହି ଚିତ୍କାର କଲେ ଫ୍ୟାନ୍‌, ରାଗିଗଲେ ଖେଳାଳି

ଭାରତ-ଶ୍ରୀଲଙ୍କା ମ୍ୟାଚରେ ଭାରତୀୟ ଦଳର ଖେଳାଳି ଅର୍ଶଦୀପ ସିଂ ଶେଷ ଆଡକୁ ଏକ କ୍ୟାଚ୍‌ ଛାଡିବା ଯୋଗୁଁ ଫ୍ୟାନ୍ସ ତାଙ୍କ ଉପରେ ବର୍ଷିଥିଲେ। ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ ଅର୍ଶଦୀପ। ଏବେ ପୁଣିଥରେ ଅର୍ଶଦୀପଙ୍କୁ ଗଦ୍ଦାର ବୋଲି କହିଛନ୍ତି ଫ୍ୟାନ୍ସ। ମ୍ୟାଚ ସରିବା ପରେ ଟିମ୍‌ ଇଣ୍ଡିଆର ଖେଳାଳି ବସରେ ଚଢୁଥିବା ସମୟରେ ଜଣେ ଫ୍ୟାନ୍ସ ଅର୍ଶଦୀପଙ୍କୁ ଗଦ୍ଦାର ବୋଲି କହି ଚିତ୍କାର କରିଥିଲେ। ଆଉ ଅର୍ଶଦୀପ ଏମିତି କଥା ଶୁଣି ରାଗି ଯାଇଥିଲେ। ବସରେ ଚଢିବା ସମୟରେ ଅର୍ଶଦୀପ ଉକ୍ତ ପ୍ରଶଂସକଙ୍କୁ ରାଗରେ ଘୁରି ଘୁରି ଦେଖିଥିଲେ।

ଖବର ମୁତାବକ, ମ୍ୟାଚ୍‌ ସିରିବା ପରେ ଟିମ୍‌ ଇଣ୍ଡିଆର ଖେଳାଳି ବସ୍‌ରେ ଚଢୁଥିବା ସମୟରେ ଜଣେ ଫ୍ୟାନ୍‌ ଅର୍ଶଦୀପଙ୍କୁ ଦେଖି ଗଦ୍ଦାର ବୋଲି କହି ଚିତ୍କାର କରିଥିଲେ। ଏହା ଶୁଣିବା ପରେ ରାଗିଯାଇଥିଲେ ଅର୍ଶଦୀପ, ହେଲେ କିଛି କହି ନଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ କ୍ରୀଡା ସାମ୍ବାଦିକ ଫ୍ୟାନ୍ସଙ୍କୁ କଡା ଜବାବ ଦେଇଥିଲେ।  କ୍ରୀଡା ସାମ୍ବାଦିକ ବିମଲ କୁମାର ପ୍ରଶଂସକଙ୍କୁ ଖୁବ୍ ତାଗିଦ୍ କରିଥିଲେ। ପରେ ସିକ୍ୟୁରିଟି କର୍ମଚାରୀ ମାମଲାରେ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଭିଡିଓକୁ ସେୟାର କରିଛନ୍ତି ବିଜେପି ନେତା ମନଜିନ୍ଦର ସିଂ ଭରସା।

 

ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚରେ ୨୩ ବର୍ଷୀୟ ଅର୍ଶଦୀପ ସିଂହ ଅର୍ଶଦୀପ କ୍ୟାଚ ଛାଡ଼ିବା ପରେ ତାଙ୍କ ୱିକିପିଡିଆ ପେଜରେ ପରିବର୍ତ୍ତନ ଦେଖାଯାଇଥିଲା। ତାଙ୍କୁ ଖଲିସ୍ତାନ ସଂଗଠନ ସହ ଯୋଡ଼ାଯାଇଥିଲା।  ଏହାପରେ ଅର୍ଶଦୀପଙ୍କ ଓ୍ଵିକିପିଡିଆ ପେଜକୁ ଏଡିଟ୍‌ କରାଯାଇ ଖଲିସ୍ତାନ ସହିତ ଯୋଡାଯାଇଥିଲ। ଏହି ମାମଲାରେ ଓ୍ଵିକିପିଡିଆର ଅଧିକାରୀଙ୍କୁ ସମନ ମଧ୍ୟ ଜାରି କରିଥିଲା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ।

ଓ୍ଵିକିପିଡିଆ ପେଜରେ ଲେଖା ହୋଇଥିଲା ଯେ, ଅର୍ଶଦୀପ ସିଂହ ୨୦୧୮ରେ ୧୯ ବର୍ଷରୁ କମ ବିଶ୍ଵ କପରେ ଖାଲିସ୍ତାନ ଦଳ ପକ୍ଷରୁ ଡେବ୍ୟୁ କରିଥିଲେ। ୨୦୨୨ ଜୁଲାଇରେ ସେ ଖାଲିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ୨୦୨୨ ଅଗଷ୍ଟରେ ତାଙ୍କୁ ଖାଲିସ୍ତାନ ଏସିଆ କପ ଦଳରେ ଚୟନ କରାଯାଇଥିଲା। ସେପଟେ ଏହି ଘଟଣାକୁ ନିନ୍ଦା କରିଥିଲେ ହରଭଜନ ସିଂ ଏବଂ ବିଜେପି ନେତା ମନଜିନ୍ଦର ସିଂ ଭରସା।

Also Read : ଓ୍ଵିକେଟ ଯିବାରୁ ଆଫଗାନୀ ବୋଲରଙ୍କୁ ବ୍ୟାଟ ଉଠାଇଥିଲେ ଆସିଫ ଅଲ୍ଲୀ, ଧକ୍କା ମଧ୍ୟ ମାରିଥିଲେ : ଦେଖନ୍ତୁ ଭିଡିଓ