ଆପଣ ଜିତିଛନ୍ତି ଆଇଫୋନ୍ ୧୩ : ଯଦି ଏପରି ମେସେଜ ଆସିଥାଏ, ରୁହନ୍ତୁ ସତର୍କ ନଚେତ ବ୍ୟାଙ୍କ୍ ଆକାଉଣ୍ଟ ହୋଇଯିବ ସଫା

ନୂଆଦିଲ୍ଲୀ : ଲୋକଙ୍କୁ ଠକିବାକୁ ଅନଲାଇନ୍ ଠକମାନେ ବିଭିନ୍ନ ତରିକା ଆଣାଉଛନ୍ତି । କେତେବେଳେ ଲଟେରୀ କଥା କହି ତ କେତେବେଳେ ଫୋନ ଜିତିଥିବା କଥା କହି । ଏହି ଅନଲାଇନ୍ ଠକଙ୍କ ଏପରି ପ୍ରରୋଚନାରେ ଆସି ଶହ ଶହ ଲୋକଙ୍କ ଆକାଉଣ୍ଟ ଖାଲି ହୋଇ ସାରିଲାଣି । ଭୁଲରେ ବି ଏପରି ମେସେଜକୁ କରନ୍ତୁ ନାହିଁ ବିଶ୍ୱାସ । ଏହା ଖାଲି କରି ପାରେ ଆଣଙ୍କ ଆକାଉଣ୍ଟ । ସୋସିଆଲ ମିଡିଆ ମାଧ୍ୟମରେ ଏପରି ମେସେଜ ଦେଇ ଠକମାନେ ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବାର ଖବର ଦେଖିବାକୁ ମିଳୁଛି । ଏବେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଇଫୋନ୍ ୧୩ ଜିତିବାର ସୂଚନା ଦେଇ ଆପଣଙ୍କ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଡାଟା ଜାଣିବାକୁ ଚେଷ୍ଟା କରୁଛନ୍ତି । ଆଉ ଥରେ ଆପଣଙ୍କ ଡାଟା ପାଇଗଲେ ଆପଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିନେଉଛନ୍ତି ।

କିଛି ହ୍ୟାକର୍ସ ନକଲି ବିଜେତାଙ୍କ ନାମ ଓ ଜିତିବାର ଦାବି ପୋଷ୍ଟ କରି ଲୋକଙ୍କ ବିଶ୍ୱାସ ଭାଜନ ହେଉଛନ୍ତି । ଫଳରେ ଲୋକଙ୍କୁ ସହଜରେ ତାଙ୍କ ଜାଲରେ ଫସାଇ ପାରୁଛନ୍ତି ।

ଆଇଫୋନ ଲୋଭରେ ସହଜରେ ଫସିଯାଉଛନ୍ତି ଲୋକେ-

ହ୍ୟାକର୍ସମାନେ ୱେବସାଇଟରେ ଏକ ଫର୍ମ ଦେବା ସହ ଏହାକୁ ପୂରଣ କରିବା ପାଇଁ କହୁଛନ୍ତି । ଫର୍ମ ମାଧ୍ୟମରେ କିଛି ପ୍ରଶ୍ନ ପଚାରି ଆପଣଙ୍କ ବ୍ୟାଙ୍କ ସମ୍ପର୍କରେ କିଛି ଡାଟା ଚୋରି କରୁଛନ୍ତି । ପରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିନେଉଛନ୍ତି । ଏହାଛଡ଼ା ଟ୍ରାନ୍ସୋଟିଂ ଖର୍ଚ୍ଚ ପାଇଁ କିଛି ଟଙ୍କା ପଇଠ କରିବା ପାଇଁ ମଧ୍ୟ କହି ଆପଣଙ୍କ ବ୍ୟାଙ୍କ୍ ଡିଟେଲ୍ସ ନେଇଯାଉଛନ୍ତି । ପରେ ଏହା ମାଧ୍ୟମରେ ଆକାଉଣ୍ଟ ଖାଲି କରିଦେଉଛନ୍ତି । ତେଣୁ ଏପରି ବିଜ୍ଞାନ ବା ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହେବାରେ ଅଧିକ ସମୟ ଲାଗିବ ନାହିଁ । ତେଣୁ ଏପରି ମେସେଜ ପ୍ରତି ସତର୍କ ରୁହନ୍ତୁ ଓ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.