Below header

iPhone ୟୁଜର୍ସ ଏପରି ମାପନ୍ତୁ ନିଜ ହାର୍ଟ ଏବଂ ନିଶ୍ୱାସର ଗତି, ଜାଣନ୍ତୁ ପ୍ରୋସେସ୍‌

ଆଇଫୋନ୍‌ ୟୁଜର ନିଜ କ୍ୟାମେରା ବ୍ୟବହାର କରି ହାର୍ଟ ରେଟ୍‌ ଟ୍ରାକିଙ୍ଗ୍‌। ଆଇଫୋନ ଏବଂ ଆଇପ୍ୟାଡ ୟୁଜର ମଧ୍ୟ Google Fit ଜରିଆରେ ନିଜର ହାର୍ଟ ରେଟ୍‌ ଏବଂ ରେଷ୍ପିରେଟୋରୀ ରେଟକୁ ଟ୍ରାକ୍‌ କରିପାରିବେ। ଆଇଫୋନ୍‌ କ୍ୟାମେରା ବ୍ୟବହାର କରି Google Fit ଏହି ହାର୍ଟ ରେଟ୍‌ ଜାଣିପାରିଛି। ବହୁତ ଜଲଦି ଗୁଗଲ ଫିଟ ଆପରେ iOS ୟୁଜର୍ସ ହାର୍ଟ ରେଟ ମାପି ପାରିବେ। ଆପଣ ଆପଣଙ୍କ ଫୋନର ରିୟର କ୍ୟାମେରା ଲେନ୍ସରେ ହାଲକା ପ୍ରେସ୍‌ କରି ହୃଦୟର ଗତିକୁ ଜାଣିପାରିବେ। ଆପଣଙ୍କ ଫୋନରେ ଇଣ୍ଟରନେଟ ନଥିଲେ ବି ଆପଣ ଜାଣିପାରିବେ।

ଏହାଛଡା ୟୁଜର ଫ୍ରଣ୍ଟ କ୍ୟାମେରା ସାହାଯ୍ୟରେ ବିଟ୍ସ ପ୍ରତି ମିନିଟକୁ ଟ୍ରାକ୍‌ କରିପାରିବେ। ଗୁଗଲ ଫିଟର ହାର୍ଟ ରେଟ ଏବଂ ରେସ୍ସିରେଟୋରୀ ରେଟ ଟ୍ରାକିଙ୍ଗ୍‌ ଫିଚର ସର୍ବପ୍ରଥମେ ଫେବୃୟାରୀରେ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ୍‌ ପାଇଁ ଲଞ୍ଚ୍‌ କରାଯାଇଥିଲା।
ଆଇଓଏସ ଡିଭାଇସେଜରେ ବ୍ୟବହାର ହେଉଥିବା Google Fitକୁ ହାର୍ଟ ରେଟ ଏବଂ ରେସ୍ପିରେଟୋରୀ ରେଟ ମେଜରମେଣ୍ଟ ଫିଚର ମିଳୁଛି। ହାର୍ଟ ରେଟ ଏବଂ ବିପିଏମକୁ ମାପିବା ପାଇଁ ଗୁଗଲ ୟୁଜରଙ୍କ ଶରୀରର ଗତିବିଧିକୁ ଟ୍ରାକ୍‌ କରିଥାଏ।

କେମିତି ହାର୍ଟ ରେଟ୍‌ ମାପିବେ ଜାଣନ୍ତୁ

ହାର୍ଟ ରେଟ ମାପିବାରେ ପାଖାପାଖି ୩୦ ସେକେଣ୍ଡ ଲାଗିଥାଏ। ଏହାପରେ ଆପରେ ଆପଣଙ୍କୁ ଏକ ଗ୍ରାଫ ଦେଖାଯିବ ଯେଉଁଥିରେ ବିଟ୍ସ ପ୍ରତି ମିନିଟ ( BPM ) ବିଷୟରେ ସମସ୍ତ ବିବରଣୀ ଥାଏ। ଏହି ବିବରଣୀକୁ ଆପଣ ସେଭ୍‌ କରି ବି ରଖିପାରିବେ।

ଆଇଫୋନର ସେଲଫି କ୍ୟାମେରା ୟୁଜରଙ୍କ ରେସ୍ପିରେଟୋରୀ ରେଟକୁ ଟ୍ରାକ କରିଥାଏ। ରେସ୍ପିରେଟୋରୀ ରେଟକୁ ଟ୍ରାକ କରିବା ପାଇଁ ୟୁଜର ଆପର ଡିସପ୍ଲେରେ ନିଜର ମୁଣ୍ଡ ଏବଂ ଶରୀରରକୁ ଦେଖାଇବାକୁ ହେବ। ଧ୍ୟାନ ରଖିବେ ଏହି ସମୟରେ ଫୋନ୍‌ ଏକଦମ୍‌ ସ୍ଥିର ରହିଥିବ। ପ୍ରାୟ ଅଧା ମିନିଟ୍‌ ପର୍ଯ୍ୟନ୍ତ ଫୋନକୁ ଏକଦମ୍‌ ଷ୍ଟାବଲ ରଖିବା ପରେ ରେସ୍ପିରେଟୋରୀ ରେଟକୁ ମାପିପାରିବେ।

ଗୁଗଲ ଫେବୃୟାରୀରେ ଗୁଗଲଫିଟରେ ହାର୍ଟ ଏବଂ ରେସ୍ପିରେଟୋରୀ ରେଟ ମାପିବା ଫିଚର୍ସକୁ ଲଞ୍ଚ୍‌ କରିଥିଲା। ଏହି ଫିଚର୍ସକୁ ପ୍ରଥମେ ପିକ୍ସେଲ ସ୍ମାର୍ଟଫୋନ ପାଇଁ ରିଲିଜ୍‌ କରାଯାଇଥିଲା। ଏହାପରେ ବାକି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନରେ ବି ଉପଲବ୍ଧ ହେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.