ଭାରତୀୟ ମାର୍କେଟରେ ଲଞ୍ଚ ହେବ iQoo 9 ସିରିଜ୍, ମିଳିବ 120W ର ଫାଷ୍ଟ ଚାର୍ଜିଙ୍ଗ

ବର୍ତ୍ତମାନ ଭାରତୀୟ ମାର୍କେଟରେ ବିଭିନ୍ନ ପ୍ରକାରର ଫୋନ୍ ଲଞ୍ଚ ହେଉଛି। ଉପଭୋକ୍ତାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଦମଦାର ଫିଚର୍ ଥିବା ଫୋନ୍ ସବୁ ମାର୍କେଟକୁ ଆଣୁଛି କମ୍ପାନୀ। ଏବେ ମଧ୍ୟ ଭଲ ଫିଚର୍ ଥିବା ଏକ ନୂଆ ଫୋନ iQoo 9 ସିରିଜ୍ ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି। ଏହାର ଆକର୍ଷଣୀୟ ଫିଚର୍ ଥିବା କମ୍ପାନୀର ଲିକ୍ ଡାଟାରୁ ଜଣାପଡ଼ିଛି।

ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ଏହି ଫୋନ୍ 120W ଫାଷ୍ଟ ଚାର୍ଜିଂ କରିବା ଓ ଏହା ସହିତ iQoo 9 ସିରିଜ୍ ଲଞ୍ଚ ତାରିଖ ମଧ୍ୟ ଜଣାପଡ଼ିଛି। iQoo 9 ସିରିଜ୍ ଭାରତରେ ଲଞ୍ଚ ହେବାକୁ ଯାଉଛି। କମ୍ପାନୀ ଏହାର ଅଫିସିଆଲ୍ ଲଞ୍ଚ ତାରିଖ ଘୋଷଣା କରିଛି। IQoo 9 ସିରିଜ୍ ଫେବୃଆରୀ ୨୩ ରେ ଭାରତରେ ଲଞ୍ଚ ହେବ। ଯେଉଁଥିରେ ତିନୋଟି ସ୍ମାର୍ଟଫୋନ୍ iQoo 9, iQoo 9 Pro ଏବଂ iQoo 9 SE ସାମିଲ ରହିବା। ଏହି ସ୍ମାର୍ଟଫୋନ୍ ସିରିଜ୍ ରେ, ପ୍ରୋ ଭାରିଆଣ୍ଟ୍ ଯଥା iQoo 9 Pro ହ୍ୟାଣ୍ଡସେଟ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 8 ଜେନ 1 ପ୍ରୋସେସର ମଧ୍ୟ ରହିବ।

ଏହି ସିରିଜ୍ ଆପଣ ଆମାଜନରେ ପାଇପାରିବେ। କମ୍ପାନୀ ଏହି ଫୋନକୁ ଚାଇନାରେ ଏହି ଲଞ୍ଚ କରିସାରିଛି। ହ୍ୟାଣ୍ଡସେଟର ଭାରତ ମୂଲ୍ୟ ମଧ୍ୟ ଲିକ୍ ହୋଇଛି। ତେବେ iQoo 9 ସିରିଜ୍ ବିଷୟରେ ଏହାର ବ୍ରାଣ୍ଡ୍ ଅଧିକ ତଥ୍ୟ ଦେଇନାହିଁ।

ତେବେ ଏହି ଫୋନ୍ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ହିଁ ବିକ୍ରି କରାଯିବା କଥା କମ୍ପାନୀ କହିଛି। କମ୍ପାନୀ ମଧ୍ୟ ଏହି ଫୋନକୁ ଟ୍ୱିଟରରେ ଟିଜ୍ କରିଛି। iQoo ର ଟ୍ୱିଟ୍ ଅନୁଯାୟୀ ସ୍ମାର୍ଟଫୋନ୍ ଆଇକନିକ୍ ଲେଜେଣ୍ଡ ଟ୍ରାଇକୋଲର୍ ଡିଜାଇନରେ ଭାରତୀୟ ମାର୍କେଟକୁ ଆସିବ। ଅର୍ଥାତ ଫୋନ୍ BMW କଲର ବ୍ରାଣ୍ଡିଂ ସହିତ ଆସିବ, ଯାହା ପୂର୍ବ ସିରିଜରେ ମଧ୍ୟ ଦେଖିବାକୁ ମିଳିଥିଲା।

iQoo 9 ସିରିଜ ର ଅଫିସିଆଲ୍ ପ୍ରାଇସିଂ ଫୋନ୍ ଲଞ୍ଚ ହେବା ପରେ ଜଣାପଡ଼ିବ। ରିପୋର୍ଟ ଅନୁଯାୟୀ ଫୋନର ଟପ୍ ଏଣ୍ଡ ଭାରିଆଣ୍ଟର ରିଟେଲ ମୂଲ୍ୟ ରହିଛି ୭୪, ୯୯୦ ଟଙ୍କା କିନ୍ତୁ ଏହି ଫୋନ୍ ୫୫ ହଜାର ରୁ ୫୮ ହଜାର ଟଙ୍କା ମଧ୍ୟରେ ଲଞ୍ଚ ହେବ। ଫୋନର ଷ୍ଟାଣ୍ଡାର୍ଡ ଭର୍ସନ iQoo9 ୪୩ ହଜାର ରୁ ୪୭ ହଜାର ଟଙ୍କାରେ ମାର୍କେଟ ରେ ବିକ୍ରି ହେବ। ତେବେ iQoo9 SE ର ମୂଲ୍ୟ ରହିଛି ୩୫ ହଜାରରୁ ୪୦ ହଜାର ମଧ୍ୟରେ।

ଏହାର ଫିଚର୍ ଓ ସ୍ପେସିଫିକେଶନ ବିଷୟରେ କହିବାକୁ ଗଲେ ଏହା ଆଣ୍ଡ୍ରଏଡ଼ ୧୨ ସହିତ ମାର୍କେଟକୁ ଆସିବ। ଏହି ଫୋନରେ ୬.୫୬ ଇଞ୍ଚର AMOLED ସ୍କ୍ରିନ୍ ରହିଛି, ଯାହା 120Hz ରିଫ୍ରେଶ୍ ରେଟ୍ ସପୋର୍ଟ କରିବ। ଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 888+ ପ୍ରୋସେସର ସହିତ ଲଞ୍ଚ ହେବ, ଯେଉଁଥିରେ LPDDR5 RAM ଓ UFS 3.1 ଷ୍ଟୋରେଜ ମିଳିବ।

ଫୋନରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି। ଏଥିରେ ୧୨ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ ମିଳିବ। ବ୍ୟାଟେରୀ ପାୱାର ରହିଛି 4700mAH, ଯାହାକି 120W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.