କେବଳ ବିଜିନେସ୍‌ ଫାଇଦା ପାଇଁ ରାଷ୍ଟ୍ରପତି ପଦ ବ୍ୟବହାର କରିଥିଲେ ଡୋନାଲ୍ଡ ଟ୍ରମ୍ପ୍‌! ଆରମ୍ଭ କରିଥିଲେ ଅନେକ ଭେଞ୍ଚର: ରିପୋର୍ଟ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମେ ସେ ରାଷ୍ଟ୍ରପତି ଥିବା ବେଳେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ସରକାରୀ କାଗଜପତ୍ର ଫାଡ଼ି ଫ୍ଲଶ୍‌ କରିଛନ୍ତି। ଏବେ ପୁଣିଥରେ ତାଙ୍କ ନାଁରେ ଆଉ ଏକ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଟ୍ରମ୍ପ ନିଜର ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାବରେ ନିଜର ପରିଚୟ ବ୍ୟବହାର କରିଛନ୍ତି। ଟ୍ରମ୍ପ ରାଜନୈତିକ ପାଣ୍ଠି ସଂଗ୍ରହ ପାଇଁ ଯେଉଁ ପ୍ରୋଗ୍ରାମ କରିଥିଲେ, ସେହି ଟଙ୍କା ତାଙ୍କ ପକେଟକୁ ଯାଇଛି। ଏହା ବ୍ୟତୀତ ଟ୍ରମ୍ପ ରାଷ୍ଟ୍ରପତି ପରିଚୟରୁ ଫାଇଦା ଉଠାଇବା ପାଇଁ ଅନେକ ଭେଞ୍ଚର ମଧ୍ୟ ଆରମ୍ଭ କରିଥିଲେ।

ରିପୋର୍ଟ ମୁତାବକ, ଟ୍ରମ୍ପ ଗତ ବର୍ଷ ଡିସେମ୍ବରରେ ନେପଲ୍ସ (ଇଟାଲି)ର ଏକ ଖ୍ରୀଷ୍ଟମାସ ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟିରେ ସାମିଲ ହେବା ଏବଂ ଗୋଟିଏ ଫଟୋ କ୍ଲିକ୍ କରିବା ପାଇଁ ୭.୫୦ ଲକ୍ଷ (୧୦ ହଜାର ଡଲାର)ରୁ ଆରମ୍ଭ କରି ୨୨.୫୦ ଲକ୍ଷ (୩୦ ହଜାର ଟଙ୍କା) ପର୍ଯ୍ୟନ୍ତ ଚାର୍ଜ କରାଯାଇଥିଲା। ଏହି ଟଙ୍କାକୁ ରାଜନୈତିକ କାର୍ଯ୍ୟକ୍ରମ ଏବଂ ଚ୍ୟାରିଟି ପାଇଁ ବ୍ୟବହାର କରାଯିବାର ଥିଲା। କିନ୍ତୁ ଏହି ସମସ୍ତ ଟଙ୍କା ଟ୍ରମ୍ପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା।

କିଏ କାର୍ଯ୍ୟକ୍ରମ ଆୟୋଜନ କରିଥିଲା

ପାର୍ଟିରେ ଉପସ୍ଥିତ ଥିବା ଲୋକମାନେ କହିଥିଲେ ଯେ ସେମାନେ ଏକ ପ୍ରାଇଭେଟ୍‌ କମ୍ପାନୀ ହ୍ଵିପ୍‌ ଫଣ୍ଡରାଇଜିଙ୍ଗ୍‌ରୁ ଟିକେଟ କିଣିଥିଲେ। ଏହି କମ୍ପାନୀର ଫାଉଣ୍ଡର ବ୍ରଡ କେଲ୍ଟନର୍ ଦାବି କରିଛନ୍ତି କି, ପ୍ରୋଗ୍ରାମର ଏକ ବଡ଼ ଭାଗ ଚ୍ୟାରିଟିକୁ ଦିଆଯାଇଛି। ଯେତେବେଳେ କି, ଏହାର ବିଜ୍ଞାପନ କରୁଥିବା ୱେବସାଇଟରେ ଚ୍ୟାରିଟି ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ।

ଟ୍ରମ୍ପ୍‌ ରାଷ୍ଟ୍ରପତି ହେବା ପୂର୍ବରୁ ମଧ୍ୟ ଧନୀ ଥିଲେ

ଟ୍ରମ୍ପଙ୍କ ମୁଖପାତ୍ର ଟେଲର ବୁଡୋଓ୍ଵିଚ ଏହି ସମସ୍ତ ଅଭିଯୋଗ ଉପରେ କହିଛନ୍ତି, ଟ୍ରମ୍ପ୍‌ ସାର୍ବଜନିକ ପଦ ପାଇବା ପୂର୍ବରୁ ହିଁ ଧନୀ ଥିଲେ। ରାଷ୍ଟ୍ରପତି ପଦ ଛାଡିବା ପରେ ମଧ୍ୟ ତାଙ୍କ ସହ ଜଡ଼ିତ ତଥ୍ୟ ଏବଂ ପ୍ରଡକ୍ଟସ୍‌କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚାହିଦା ରହିଛି। ପୂର୍ବରୁ ରାଜନୀତିରେ ଏମିତି କେବେ ହୋଇନାହିଁ।

ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର ଅନ୍ୟ ପୂର୍ବତନ ରାଷ୍ଟ୍ରପତିମାନେ ସେମାନଙ୍କ ପରିଚୟକୁ ଆର୍ଥିକ ରୂପେ ବ୍ୟବହାର କରିଛନ୍ତି। ବାରାକ ଓ ମିସେଲ ଓବାମା ୪୮୯ କୋଟି ଟଙ୍କା (୬୫ ମିଲିୟନ ଡଲାର)ରେ ଏକ ଜଏଣ୍ଟ ବୁକ୍‌ ଡିଲ୍‌ କରିଥିଲେ। ସେପଟେ ବିଲ୍ ଓ ହିଲେରୀ କ୍ଲିଣ୍ଟନ୍ ମଧ୍ୟ ନିଜ ଭାଷଣ ଜରିଆରେ ୨୦୧୫ ପର୍ଯ୍ୟନ୍ତ ୧,୧୫୨ କୋଟି ଟଙ୍କା (୧୫୩ ମିଲିୟନ୍ ଡଲାର୍) ରୋଜଗାର କରିଥିଲେ। ଜର୍ଜ ବୁଶଙ୍କୁ ମଧ୍ୟ ସ୍ପିକିଙ୍ଗ୍‌ ସର୍କିଟରୁ ଭଲ ଫାଇଦା ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.