Itel ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ଫିଚର୍ସ

ଆଇଟେଲ ଭାରତର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Itel P55 5G ଲଞ୍ଚ କରିଛି । ଏହି ଫୋନ ୧୦,୦୦୦ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମାର୍କେଟରେ ମିଳୁଛି । Itel P55 5G ସହିତ Itel S23 + କୁ ମଧ୍ୟ ଇଣ୍ଟ୍ରଡ୍ୟୁସ କରିଛି ।

ଆଇଟେଲ ଭାରତର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Itel P55 5G ଲଞ୍ଚ କରିଛି । ଏହି ଫୋନ ୧୦,୦୦୦ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମାର୍କେଟରେ ମିଳୁଛି । Itel P55 5G ସହିତ Itel S23 + କୁ ମଧ୍ୟ ଇଣ୍ଟ୍ରଡ୍ୟୁସ କରିଛି । Itel P55 5G ରେ ୬.୬ ଇଞ୍ଚ HD + ଡିସପ୍ଲେ ଏବଂ ୯୦Hz ରିଫ୍ରେସ ରେଟ ଏବଂ ମିଡିଆଟେକ୍‌ ଡାଇମେନସିଟି ୬୦୮୦ ପ୍ରୋସେସର ସପୋର୍ଟ ଦିଆଯାଇଛି । ଏହି ଫୋନରେ ୮ GB RAM ଏବଂ ୧୨୮GB ଷ୍ଟୋରେଜ ପର୍ଯ୍ୟନ୍ତ ସପୋର୍ଟ ଦିଆଯାଇଛି । ତେବେ ଫୋନର ଅନ୍ୟ ସ୍ପେସିଫିକେସନ ବିଷୟରେ ଆସନ୍ତୁ ଜାଣିବା ।

Itel P55 5G ର ସ୍ପେସିଫିକେସନ୍‌:
Itel P55 ରେ ୬.୬ ଇଞ୍ଚ HD + ଡିସପ୍ଲେ ଦିଆଯାଇଛି, ଯେଉଁଥିରେ ୯୦Hz ରିଫ୍ରେସ ରେଟ ପ୍ୟାନେଲ ଏବଂ ୧୬୦୦ x ୭୨୦ ପିକ୍ସେଲ ରିଜୋଲ୍ୟୁସନ ରହିଛି । ଏହି ଫୋନରେ ମିଡିଆଟେକ୍‌ ଡାଇମେନସନ ୬୦୮୦ ପ୍ରୋସେସର, ୮ GB RAM ଏବଂ ୧୨୮ GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ରହିଛି । ଫୋନରେ ଆଣ୍ଡ୍ରଏଡ ୧୩ ଆଧାରିତ ItelOS ମିଳୁଛି । ସିକ୍ୟୁରିଟି ପାଇଁ ଫୋନରେ ସାଇଡ- ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ।

କ୍ୟାମେରା ସପୋର୍ଟ ବିଷୟରେ କହିବାକୁ ଗଲେ ଏଥିରେ ଡୁଆଲ ରିୟର୍‌ କ୍ୟାମେରା ଦିଆଯାଇଛି । ଏହି ଫୋନରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ସେକେଣ୍ଡାରୀ କ୍ୟାମେରା ଏଆଇ ସେନ୍ସର ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି ।

ଫୋନରେ ୫୦୦୦ mAh ବ୍ୟାଟେରୀ ମିଳୁଛି । କନେକ୍ଟିଭିଟି ବିଷୟରେ କହିବାକୁ ଗଲେ ଫୋନରେ 5G, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ଚାର୍ଜିଂ ପାଇଁ ଏକ USB-C ପୋର୍ଟ ମିଳୁଛି । କମ୍ପାନୀ ଫୋନ୍ ସହିତ ଦୁଇ ବର୍ଷର ୱାରେଣ୍ଟି ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.