Below header

ଏସୀୟ କ୍ରୀଡ଼ା : ଭାରତକୁ ୪ର୍ଥ ସ୍ୱର୍ଣ୍ଣ, ୨୫ ମିଟର ପିସ୍ତଲ ଇଭେଣ୍ଟରେ ମିଳିଲା

ଏସୀୟ କ୍ରୀଡ଼ା ଚତୁର୍ଥ ଦିନରେ ଭାରତକୁ ଦୁଇଟି ପଦକ ମିଳିଛି । ଭାରତକୁ ମହିଳା ୨୫ ମିଟର ପିସ୍ତଲ ଟିମରେ ସ୍ୱର୍ଣ୍ଣ ପାଇଥିବା ବେଳେ ୫୦ ମିଟର ରାଇଫଲରେ ରୌପ୍ୟ ପାଇଛି । ଭାରତର ପଦକ ସଂଖ୍ୟା ୧୬ରେ ପହଞ୍ଚିଛି ।

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ୪ର୍ଥ ସ୍ୱର୍ଣ୍ଣ ପଦକ । ମହିଳା ୨୫ ମିଟର ପିସ୍ତଲ ଟିମରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହିତ ଭାରତ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ଶୁଟିଂର ୨୫ମି ପିସ୍ତଲ ଇଭେଣ୍ଟରେ ମହିଳା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ୫୦ମି ରାଇଫଲରେ ଭାରତୀୟ ମହିଳା ଟିମ୍ ୩ୟ ସ୍ଥାନ ଅଧିକାର କରି ରୌପ୍ୟ ପାଇ ପଦକ ସଂଖ୍ୟା ୧୫ରେ ପହଞ୍ଚାଇଥିଲେ ।

ଚତୁର୍ଥ ଦିନ ଆରମ୍ଭରୁ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ମାନୁ ଭାକର, ଇଶା ସିଂହ ଓ ଆର. ସାଙ୍ଗୱାନ ଶୁଟିଂରେ ସ୍ୱର୍ଣ୍ଣ ହାସଲ କରିଥିଲେ । ୩ଟି ‘ରାପିଡ୍‌ ରାଉଣ୍ଡ୍‌’ରେ ମନୁ ଭାକର୍‌ ୯୯, ୯୯ ଓ ୧.୯୮ ସ୍କୋର୍‌ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି।  ସେହିପରି ମହିଳା ୫୦ମି ରାଇଫଲ ୩ ପୋଜିସନ ଟିମ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିବା ସହ ଭାରତର ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ।

ସେହିପରି ଭାରତୀୟ ଅଶ୍ୱଚାଳନା ଟିମ୍‌ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଭାରତୀୟ ଅଶ୍ୱଚାଳନ ଟିମରେ ସୁଦିପ୍ତ ହଜେଲ, ଦିବ୍ୟକିର୍ତ୍ତୀ ସିଂହ, ଅନୁଶ ଅଗ୍ରଓ୍ଵାଲ ଏବଂ ହୃଦୟ ଚେଡା ଭଲ ପ୍ରଦର୍ଶନ କରି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ।  ଭାରତୀୟ ମହିଳା କ୍ରିକେଟ ଟିମ୍‌ ମଧ୍ୟ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.