ଓଡିଶାରେ ଏବେ ଉପଲବ୍ଧ Jio ଏବଂ ଏୟାରଟେଲ 5G , ଜାଣନ୍ତୁ କେମିତି ନିଜ ଫୋନରେ ମାଗଣାରେ କରିବେ ସେଟିଙ୍ଗ୍‌

ଓଡିଶାରେ ଲଞ୍ଚ୍‌ ହୋଇସାରିଛି 5G ସେବା। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିଛନ୍ତି ।ଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ । ଓଡ଼ିଶାରେ ୫ ହଜାର ଟାଓ୍ଵାର ୭ ହଜାର ଗାଁକୁ ସଂଯୋଗ କରିବ । କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ଉପଲବ୍ଧ ହେବ 5G ସେବା । ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଟାଓ୍ଵାର ଉଦ୍ଘାଟନ ହୋଇଛି । ଓଡ଼ିଶାର ପ୍ରତିଟି ଗାଁକୁ ମିଳିବ 5G ସେବା । ଏଥିପାଇଁ କେନ୍ଦ୍ରସରକାର ଓଡ଼ିଶାକୁ ଦେଇଛନ୍ତି ୫୬୦୦ କୋଟି ଟଙ୍କା ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ସେବା ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଯୋଗାଉଛନ୍ତି । ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ।

ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ 5G ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । 4G ତୁଳନାରେ 5G ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ ।

5Gରେ ଇଣ୍ଟରନେଟ ଡାଉନ୍ ଲୋଡ୍ ସ୍ପିଡ ୧୦ଜିବିପିଏସ ପ୍ରତି ସେକେଣ୍ଡ ମିଳୁଥିବାବେଳେଳ 4Gରେ ଏହା ଏକ ଜିବିପିଏସରେ ସୀମିତ ରହିଛି । ଅର୍ଥାତ ୪ଜି ତୁଳନାରେ ୫ଜିରେ ଡାଉନ୍ ଲୋଡ୍ ସ୍ପିଡ ୧୦ଗୁଣ ଅଧିକ । ୟୁଜର୍ସ ନିଜ ଫୋନରେ 5G ନେଟଓ୍ଵର୍କକୁ କନେକ୍ଟ କରିବା ପାଇଁ ଅଲଗା ଭାବେ କୌଣସି ସିମ୍‌ କିଣିବାର ଆବଶ୍ୟକ ନାହିଁ। ସେହି 4G ସିମରେ ହିଁ ଆପଣ କନେକ୍ଟ କରିପାରିବେ। କିନ୍ତୁ ଜିଓ ୫ଜିର ପ୍ରିପେଡ୍‌ ଏବଂ ପୋଷ୍ଟପେଡ ୟୁଜର୍ସଙ୍କ ପାଖରେ ଆକ୍ଟିଭ୍‌ ବେସ୍‌ ପ୍ଲାନ୍‌ ୨୩୯ ଏବଂ ତାଠାରୁ ଅଧିକ ରହିଥିବା ଜରୁରୀ।

ଜିଓର 5G ସର୍ଭିସ ଭୁବନେଶ୍ୱର, କଟକ ଏବଂ ଗୁଜୁରାଟର ୩୩ଟି ଜିଲ୍ଲା ସମେତ ଦିଲ୍ଲୀ ଏନସିଆର, ମୁମ୍ବାଇ,କୋଲକାତା, ବାରଣାସୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ, କୋଚି, ବିଶାଖାପାଟଣା, ବିଜୟଓ୍ଵାଡା, ଗୁଣୁତୁର, ତିରୁମାଳା, ଭୋପାଲ, ଇଣ୍ଡୋର, ଲକ୍ଷ୍ନୌ, ତିରୁବନ୍ତପୁରମ, ମୈସୁର, ନାସିକ, ଓରଙ୍ଗାବାଦ, ଚଣ୍ଡିଗଡ ମୋହାଲୀ ସହ ଅନେକ ସ୍ଥାନରେ ଆରମ୍ଭ କରିସାରିଛି।

ସେହିପରି ଏୟାରଟେଲ ମଧ୍ୟ କମର୍ସିଆଲ ୟୁଜ୍‌ ପାଇଁ 5G ସେବା ଲଞ୍ଚ୍‌ କରିଛି। ଥରେ 5G ନେଟଓ୍ଵର୍କ 5G ସ୍ମାର୍ଟଫୋନରେ କନେକ୍ଟ ହୋଇଗଲେ ଏହାର ନେଟଓ୍ଵାର୍କ ବି ଅଟୋମେଟିକ୍‌ ଭାବେ ଯୋଡି ହୋଇଯିବ। ତେଣୁ ଏଥିପାଇଁ ଏୟାରଟେଲ ୟୁଜର୍ସଙ୍କୁ ୫ଜି କନେକ୍ଟକୁ ଇନଭାଇଟ୍‌ କରିବାକୁ ଆଉ କୌଣସି ଅପେକ୍ଷା କରିବାକୁ ପଡିବନି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏୟାରଟେଲ 5G ପ୍ଲସ ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହ୍ରାଇଦ୍ରାବାଦ, ସିଲିଗୁଡି, ନାଗପୁର, ବାରଣାସୀ, ପାନିପତ୍‌, ଗୁରୁଗ୍ରାମ, ଗ୍ଵାହାଟୀ, ପାଟଣା, ଲକ୍ଷ୍ନୌ, ସିମଲା, ଇମ୍ଫାଲ, ଅହମ୍ମଦାବାଦ, ଭାଇଜାଗ, ପୁନେ, ଇନ୍ଦୋର ଏବଂ ଭୁବନେଶ୍ୱରରେ ଲାଇଭ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.