Below header

ଭୁବନେଶ୍ୱରରେ ଡେଲଏଟ: ୧୫୦୦ ଯୁବପିଢ଼ିଙ୍କୁ ଦେବ ନିଯୁକ୍ତି

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଡେଲଏଟ କାପାବିଲିଟି ଏନହେନସମେଣ୍ଟ ସେଣ୍ଟର ଉଦ୍‌ଘାଟିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଭୋଇନଗର ICOMC ଟାୱାରର ଉପର ମହଲାରେ ରହିଛି ଡେଲଏଟ କେନ୍ଦ୍ର । ୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋରକୁ ଡେଲଏଟ ବ୍ୟବହାର କରିବ । ତିନିଟି ସିଫ୍ଟରେ ୧୫୦୦ କର୍ମଚାରୀ କାମ କରିବେ ।

ସେହିଭଳି ସ୍ମାର୍ଟସିଟି ଲିମିଟେଡ ଅଫିସ ମଧ୍ୟ ଦୁଇଟି ବିଲଡିଂରେ କାର୍ଯ୍ୟ କରିବ । ୪ ବର୍ଷ ମଧ୍ୟରେ ଏହି ବିଲଡିଂ କାମ ଶେଷ ହୋଇଛି । ରାଜ୍ୟର ଯୁବକ ଓ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ଅବସରରେ ଡେଲଏଟର ଗ୍ଲୋବାଲ ସିଇଓ ପୁନୀତ ରଂଜନ କାପାବିଲିଟି ଏନହେନସମେଣ୍ଟ ସେଣ୍ଟର ଖୋଲିବାରେ ସହାୟତା ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଗତ ମାସରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ଡେଲଏଟ ଇଣ୍ଡିଆର ଅଧ୍ୟକ୍ଷ ଅତୁୁଲ ଧାୱନ ଯୋଗ ଦେଇଥିଲେ । ପୂର୍ବରୁ ଡେଲଏଟ ଇଣ୍ଡିଆର ଏମଡି ଏନ ଭେଙ୍କଟରାମ ମଧ୍ୟ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଏହାର ଅଗ୍ରଗତିର ସମୀକ୍ଷା କରିଥିଲେ । ଭୁବନେଶ୍ୱର ଡେଲଏଟ କାପାବିଲିଟି ଏନହେନସମେଣ୍ଟ ସେଣ୍ଟର ଉଦ୍‌ଘାଟନ ହୋଇଥିବା ବେଳେ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.